
କେନ୍ଦୁଝର, ୧୦/୮: ଓଡ଼ିଆ ଭାଷା ଓ ସାହିତ୍ୟର ନବ ଉନ୍ମେଷ ତଥା ସାହିତ୍ୟିକ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସଂଯୋଗ ସ୍ଥାପନ କରୁଥିବା ସଂଯୋଗୀ ସାହିତ୍ୟ ସଂସଦ, କୁଣ୍ଡାପିଠା ଓ ଅନୁପମ ସାହିତ୍ୟ ସଂସଦ, କେନ୍ଦୁଝରର ମିଳିତ ସହଯୋଗରେ ରାଜ୍ୟସ୍ତରୀୟ ପୁସ୍ତକ ସମୀକ୍ଷା ଓ କ୍ଷୁଦ୍ରଗଳ୍ପ ପଠନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗତକାଲି କେନ୍ଦୁଝର ଗଡସ୍ଥ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବଣିଆପାଟ ପରିସରରେ ମହାପାଟ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସୁସାହିତ୍ୟିକ ବ୍ରହ୍ମାନନ୍ଦ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସାରସ୍ୱତ ସମାରୋହରେ ଅବସରପ୍ରାପ୍ତ ପ୍ରାଣୀ ବିଜ୍ଞାନ ପ୍ରାଧ୍ୟାପକ ଡ. କୁଳମଣି ପ୍ରଧାନ ମୁଖ୍ୟ ଅତିଥି, ନୟାଗଡ଼ ଜିଲ୍ଲାର ବିଶିଷ୍ଟ ବକ୍ତା ତଥା କୁଇଜ୍ ମାଷ୍ଟର ଚନ୍ଦ୍ରବିଜୟୀ ମିଶ୍ର ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟର ବିଭିନ୍ନ ଦିଗକୁ ଆଲୋଚନା କରିବା ସହିତ ସାହିତ୍ୟ ରଚନାର ସଫଳତା ପାଠକ ମାନଙ୍କ ପ୍ରଶ୍ନବାଚୀ ଉପରେ ନିର୍ଭର କରିବା ସହ ଏହିଭଳି ମଞ୍ଚ ଓଡ଼ିଆ ଭାଷା, ସାହିତ୍ୟ ଓ ଗଳ୍ପ ଚର୍ଚ୍ଚାକୁ ଆହୁରି ସମୃଦ୍ଧ କରିବ ଏବଂ ସାହିତ୍ୟିକ ମାନଙ୍କ ମଧ୍ୟରେ ଉତ୍କୃଷ୍ଟ ଭାବ ବିନିମୟ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ସମାରୋହରେ ଔପନ୍ୟାସିକ ଭାଗିରଥି ଗିରିଙ୍କ ଉପନ୍ୟାସ ଅନ୍ତିମ ପରୀକ୍ଷାକୁ ବିଶିଷ୍ଟ ସାହିତ୍ୟିକ ମୁରଲୀଧର ବେହେରା, ମମତା ପୁସ୍ତକକୁ ବଲାଙ୍ଗୀର ଜିଲ୍ଲାର ଯୁବ ସମୀକ୍ଷକ କଣ୍ଡୁରୀ ଚରଣ ରାଉତ, କସ୍ତୁରୀ ମୃଗ କୁ କେନ୍ଦୁଝର ଜିଲ୍ଲାର ଯୁବକବି ଦୀପକ୍ କୁମାର ସ୍ବାଇଁ ଓ ମୁଁ ମାନଗୋବିନ୍ଦ କହୁଛି ଉପନ୍ୟାସ ପୁସ୍ତକକୁ ମୟୁରଭଞ୍ଜ ଜିଲ୍ଲାର ବରିଷ୍ଠ ସାହିତ୍ୟିକ ହିମାଂଶୁ ଶେଖର ଦାସ ଓ କେନ୍ଦୁଝର ଜିଲ୍ଲାର ବରିଷ୍ଠ ସାହିତ୍ୟିକ ଅର୍ଜୁନ ଚରଣ ବେହେରା ଏବଂ ଡ. ଅନିଲ କୁମାର ଦାସଙ୍କ ଗଳ୍ପ ସଂକଳନ ବାପାଙ୍କ ଓଡ଼ିଶା କୁ କେନ୍ଦୁଝର ଜିଲ୍ଲାର ବରିଷ୍ଠ କବି ଉମାକାନ୍ତ ବେହେରା ଓ ମନ୍ତ୍ରାରୂଢ ପୁସ୍ତକଟିକୁ କେନ୍ଦୁଝର ଜିଲ୍ଲାର ବରିଷ୍ଠ ସାହିତ୍ୟିକ ତଥା ସମାଲୋଚକ ଚିନ୍ତାମଣି ମହାଳିକ ସମୀକ୍ଷା କରିଥିଲେ। ପ୍ରାରମ୍ଭରେ ଅତିଥି ବୃନ୍ଦ ମା ସରସ୍ବତୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ସଭାଟିକୁ ଉଦଘାଟନ କରିଥିବା ବେଳେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ମାନଙ୍କ ଦ୍ଵାରା ମନ୍ତ୍ରପାଠ ଓ ସ୍ବାଗତ ସଂଗୀତ ପରିବେଷଣ କରାଯାଇଥିଲା।ଏହି ଅବସରରେ ଅଗଷ୍ଟ ନଅ ର କ୍ରାନ୍ତି ଦିବସ ଓ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତି ଚାରଣ କରାଯାଇଥିଲା ଏବଂ କବି ରତିନାରାୟଣ ରାଉତଙ୍କ କବିତା ସଙ୍କଳନ ଜ୍ଞାନ ସୁମନ ପୁସ୍ତକ ଅତିଥି ଗଣ ଉନ୍ମୋଚନ କରିଥିଲେ। ଅନୁପମ ସାହିତ୍ୟ ସଂସଦ କେନ୍ଦୁଝର ର ପ୍ରତିଷ୍ଠାତା ତଥା ସଂପାଦକ ଶାନ୍ତନୁ କୁମାର ମହାପାତ୍ରଙ୍କ ସଂଯୋଜନାରେ ରାମଚନ୍ଦ୍ର ସାହୁ, ହରିହର ମହାନ୍ତ, ସସ୍ମିତା ସାହୁ, ଧ୍ରୁବାନନ୍ଦ ରାଉତ, ନରହରି ମିଶ୍ର, ପଣ୍ଡିତ ମଧୁସୂଦନ ମିଶ୍ର, ମନରଞ୍ଜନ ମହାନ୍ତି, ଗୀତାରାଣୀ ଦାଶ, ରୀତାଞ୍ଜଳୀ ସାହୁ, ନୃସିଂହ ସାମଲ, ନାରାୟଣ ସାହୁ, ରତିନାରାୟଣ ରାଉତ,ସରୋଜିନୀ ମିଶ୍ର, ସନ୍ତୋଷ କୁମାର ପତି, ସୁଜାତା ଗୁପ୍ତା,ସୁଭଦ୍ରା ମହାନ୍ତ, ଲିପିକା ଦାସ ପଟ୍ଟନାୟକ, ଡ. ସାଇ ଦୁର୍ଗାପ୍ରସାଦ, ନିତ୍ୟାନନ୍ଦ ବେହେରା, ବେଣୁଧର ସାହୁ, ସୁରଥ ମହାନ୍ତ, ଜ୍ୟୋତ୍ସ୍ନା ପାଢ଼ୀ, ତପନ କୁମାର ଦାଶ, ଶରତ ଚନ୍ଦ୍ର ମହାନ୍ତ, ମୀନା କୁମାରୀ ମିଶ୍ର, ମନ୍ଦାକିନୀ ବେହେରା , ଗୌତମ ଚନ୍ଦ୍ର ଗିରି , ବିଦ୍ୟୁତ ପ୍ରଭା ସାହୁ, ଅନୁପମା ସାହୁ, ଛାତ୍ରୀ ସୁଶ୍ରୀ ନିରାଲୀ ନାୟକ , ଅର୍ପିତା ମହାନ୍ତିଙ୍କ ସମେତ ୪୦ ରୁ ଅଧିକ ମିନିଗଳ୍ପ ପାଠ କରିଥିଲେ। ଏହି ଅବସରରେ ସମସ୍ତ ଅତିଥି, ସମୀକ୍ଷକ ଓ ଗାଳ୍ପିକ ମାନଙ୍କୁ ସଂସଦ ପକ୍ଷରୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସଂସଦର ସଂପାଦକ ବାବୁଲାଲ ପଲେଇ ସଭା ପରିଚାଳନା କରିଥିବା ବେଳେ ସଂସଦର କର୍ମକର୍ତ୍ତା ସନ୍ତୋଷ କୁମାର ପତି ଓ ସରୋଜ କୁମାର ସେନାପତି ଏବଂ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଦୀନବନ୍ଧୁ ମହାକୁଡ଼, କାର୍ଯ୍ୟାଳୟ ପ୍ରମୁଖ ଦୀନବନ୍ଧୁ ମହାକୁଡ ସମେତ ଗୁରୁଜୀ,ଗୁରୁମା ଗଣ ସହଯୋଗ କରିଥିଲେ। ସଂସଦର ସଭାପତି ଉପେନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
