ରାୟଗଡ଼ା, (ଏମ୍ଏମ୍ଜି ଖବର)ପବିତ୍ର ଗୁରୁ ଦିବସ ପାଳନ ଅବସରରେ ପୁରୀସ୍ଥିତ ପାରମ୍ପରିକ ହସ୍ତଶିଳ୍ପ ଗୁରୁକୁଳ, ଭଣ୍ଡାରିକୁଦା, ବ୍ରହ୍ମଗିରି ଏବଂ ‘ସମ୍ପର୍କ’, ପୁରୀ ପକ୍ଷରୁ ମିଳିତ ଭାବେ ୧୪ତମ ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ଓ ହସ୍ତତନ୍ତ ଶିଳ୍ପୀ ସମ୍ବର୍ଦ୍ଧନା ଉତ୍ସବ-୨୦୨୬ ଆୟୋଜିତ ହୋଇଯାଇଛି।ପୁରୀର ସଂସ୍କୃତି ଭବନଠାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ରାୟଗଡ଼ାର ଶ୍ରୀ ହିମାଂଶୁ ଶେଖର ପାଣ୍ଡିଆ (ପ୍ରେରଣା ସ୍କୁଲ)ଙ୍କ ଶିଷ୍ୟା ଶ୍ରୀମତୀ ସଞ୍ଜୁକ୍ତା କୁମାରୀଙ୍କୁ ତାଙ୍କର ଅନନ୍ୟ ତୁମ୍ବା ଆର୍ଟ ପାଇଁ ‘ଶିଳ୍ପୀ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଛି।

ସଞ୍ଜୁକ୍ତା କୁମାରୀ କହିଛନ୍ତି ଯେ, ତାଙ୍କ ଗୁରୁ ଶ୍ରୀ ହିମାଂଶୁ ଶେଖର ପାଣ୍ଡିଆଙ୍କ ଶିକ୍ଷା ଓ ପ୍ରେରଣା ସହିତ ବାପା-ମାଆଙ୍କ ଆଶୀର୍ବାଦ ତାଙ୍କୁ ଏହି ସମ୍ମାନ ହାସଲ କରିବାରେ ପ୍ରମୁଖ ସହାୟତା କରିଛି।ରାଜ୍ୟସ୍ତରୀୟ ମଞ୍ଚରେ ରାୟଗଡ଼ାର ଜଣେ ପ୍ରତିଭାବାନ ଶିଳ୍ପୀ ଭାବେ ସଞ୍ଜୁକ୍ତାଙ୍କ ଏହି ସଫଳତା ଜିଲ୍ଲା ପାଇଁ ଗୌରବର ବିଷୟ ପାଲଟିଛି। ତାଙ୍କର ଏହି ସଫଳତା ପାଇଁ ରାୟଗଡ଼ା ଜିଲ୍ଲାବାସୀଙ୍କ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।

