ୟୁଏଆଇଏଲ୍‌ର ମେଗା ରକ୍ତଦାନ ଶିବିର, ସଂଗୃହୀତ ହେଲା ୨୩୫ ୟୁନିଟ୍ ରକ୍ତ

ରାୟଗଡ଼: ( ଏମ୍‌ଏମ୍‌ଜି ଖବର)୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍, ଆଦିତ୍ୟ ବିର୍ଲା ଗ୍ରୁପ୍‌ର ସହଯୋଗୀ କମ୍ପାନୀ ପକ୍ଷରୁ ଏହାର ସିଏସ୍‌ଆର୍ ବିଭାଗ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସହଯୋଗରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ସ୍ଥାନୀୟ ନୂଆପଡ଼ା ଟାଉନ୍‌ସିପ୍ କ୍ଲବ୍ ହାଉସ୍‌ଠାରେ ଆୟୋଜିତ ଏହି ଶିବିରରେ କମ୍ପାନୀ କର୍ମଚାରୀ ଓ ସ୍ଥାନୀୟ ସମୁଦାୟର ଲୋକଙ୍କ ଉତ୍ସାହଜନକ ସହଯୋଗ ଦେଖିବାକୁ ମିଳିଥିଲା।‘ରକ୍ତଦାନ ମହତ୍ ଦାନ’ ବାର୍ତ୍ତାକୁ ନେଇ ଆୟୋଜିତ ଏହି ଶିବିରରୁ ମୋଟ ୨୩୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଶିବିରକୁ ୟୁନିଟ୍ ମୁଖ୍ୟ ରବି ନାରାୟଣ ମିଶ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ବରିଷ୍ଠ ପରିଚାଳନା ଦଳ ସହ ସିଏସ୍‌ଆର୍ ମୁଖ୍ୟ ଲୋପାମୁଦ୍ରା ମିଶ୍ର, ପ୍ଲାଣ୍ଟ ସିଏସ୍‌ଆର୍ ବିଭାଗ ମୁଖ୍ୟ ଦିଗନ୍ତ ମହାନ୍ତି ଏବଂ ସିଏସ୍‌ଆର୍ ଟିମ୍‌ର ପ୍ରମୁଖ ସଦସ୍ୟମାନେ ଉପସ୍ଥିତ ଥିଲେ।

ଏଥିସହ ଉତ୍କଳ ହସ୍ପିଟାଲର ସିଏମ୍‌ଓ ଡା. ରଞ୍ଜନ କୁମାର ଲେଙ୍କା, ଡା. ରାଜେନ୍ଦର ମଣ୍ଡଳ ଏବଂ ରିଫାଇନେରୀ ଇଞ୍ଜିନିୟରିଂର ଏଭିପି ଗିରିଜା ପଣ୍ଡା ଉପସ୍ଥିତ ରହି ଶିବିରର ତଦାରଖ କରିଥିଲେ।ଶିବିରକୁ ସୁଚାରୁ ଭାବେ ପରିଚାଳନା କରିବାରେ ସିଏସ୍‌ଆର୍ ଟିମ୍‌ର ସଦସ୍ୟ ସୁଧୀର କୁମାର ନାୟକ, ରୁପେନ ପଟ୍ଟନାୟକ, ସୌମ୍ୟ ରଞ୍ଜନ ସ୍ୱାଇଁ, ଗଜେନ୍ଦ୍ର ନାଏକ, ସତ୍ୟଭାମା ନାୟକ, କାର୍ତ୍ତିକେଶ୍ୱର ସାହୁ, ମୋହିନୀ ନାଏକ, ଗୌରୀ ଶଙ୍କର, ସସ୍ମିତା, କାମଦେବ, ବାଦଲ, ଲିଜା, ହେମଲତା, ନିରୂପମା ଓ ଦେବୀ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *