ରାୟଗଡା :ରାୟଗଡା ଜିଲ୍ଲା କାଶୀପୁର ବ୍ଲକ: ରାତ୍ରି ରେ କାଳ ବୈଶାଖୀ ର ପ୍ରକୋପ ରୂପ ରେ କାଶୀପୁର ବ୍ଲକ ର ଅନେକ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି। ବ୍ଲକ ଅନ୍ତର୍ଗତ ଶିରିପାଇ ପଞ୍ଚାୟତ ର ପେରପା ଗ୍ରାମ ବାସୀ ଭାଗିରଥି ମାଝୀ, ଶାଲୁ ମାଝୀ, ଜୁଗୁଲୁ ମାଝୀ, ନବୀନ ମାଝୀ ଓ ବାୟାମଣୀ ମାଝୀ ୫ ଜଣ ପରିବାର ର ଘର କାଳ ବୈଶାଖୀ ଝଡ ବାତ୍ୟାରେ ସମ୍ପୂର୍ଣ ଭାଙ୍ଗି ଯାଇଛି। ବର୍ଷା ରେ ଖାଦ୍ୟଶସ୍ୟ ନଷ୍ଟ ହୋଇ ଲୋକେ ନାହିଁନଥିବା ହିନସ୍ଥା ହୋଇଥିବା ପରିଲକ୍ଷିତ ହୋଇଛି।


ପୁଣି ରେଙ୍ଗା ପଞ୍ଚାୟତ ର ମହୁଲକନା ଗ୍ରାମରେ ଏହି କାଳ ବୈଶାଖୀ ତାଣ୍ଡବ ରେ ପାଞ୍ଚ ପରିବାର ର ଘର ଭୁଶୁଡି କଦ୍ୟାଶସ୍ୟ ନଷ୍ଟ ଓ ସମ୍ପୂର୍ଣ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ରେଙ୍ଗା ପଞ୍ଚାୟତ ର ଅନ୍ୟ ଏକ ଗ୍ରାମ ପଟାମୁଣ୍ଡା ରେ ଭୟଙ୍କର କ୍ଷୟକ୍ଷତି ଘଟିଛି ସର୍ବାଧିକ ୫୭ ଟି ପରିବାର ର ଘର ପ୍ରକୃତିର କରାଳ ରୂପରେ ସମ୍ପୂର୍ଣ ଭାଙ୍ଗି ଯାଇଥିବା ଜଣା ପଡିଛି। ଏହି ଭଳି ପରିସ୍ଥିତି ରେ ରାତ୍ରିଯାପନ କରିବା ସମସ୍ତ ପରିବାର ପାଇଁ ଅତି ଦୟନୀୟ ସ୍ଥିତି ହୋଇଥିବା ଲୋକେ କାଶୀପୁର ତହସିଲଦାର ଙ୍କୁ ଜଣାଇଥିବା ସୂଚନା ମିଳିଛି। ରାସ୍ତାରେ ବଡ ବଡ ଗଛ ଭାଙ୍ଗି ପଡି ଯାତାୟାତ ରେ ବାଧା ଉପୁଜିଥିବା ଜଣା ପଡିଛି ।


ସୂଚନା ମୁତାବକ ପଟାମୁଣ୍ଡା ଗ୍ରାମ ର ବିଜୁଳି ଖୁଣ୍ଟ ଭାଙ୍ଗି ଟ୍ରାନ୍ସଫର୍ମର ତଳେ ପଡି ଅଚଳ ହୋଇଯାଇ ଥିବା ଅଞ୍ଚଳବାସୀ ସୂଚନା ଦେଇଛନ୍ତି। ଗ୍ରାମାଞ୍ଚଳ ରେ ବର୍ତମାନ ଯାତାୟତ, ବିଜୁଳି, ମୋବଇଲ ନେଟୱର୍କ ଓ ଯୋଗାଯୋଗ ସମ୍ପୂର୍ଣ ଭାବେ ଠପ ହୋଇଥିବା ବେଳେ ଲୋକଙ୍କ ଗଛିତ ଧାନ, ମାଣ୍ଡିଆ, ଚାଉଳ ଭଳି ଖାଦ୍ୟ ଶସ୍ୟ, ଆସବା ପତ୍ର ବର୍ଷା ପାଣିରେ ସମ୍ପୂର୍ଣ ନଷ୍ଟ ହୋଇ ଯାଇଛି। ପ୍ରାକୃତିକ ବିପର୍ଯ୍ୟାୟ ର କ୍ଷୟକ୍ଷତି କୁ ନେଇଁ ଆଜି ସ୍ଥାନୀୟ ତହସିଲଦାରଙ୍କୁ ପୀଡିତ ପରିବାରଙ୍କ ମଧ୍ୟରୁ ଲିଖିତ ଭାବେ ଜଣାଇ ଥିବା ଜଣାପଡିଛି। ତହସିଲଦାର ଙ୍କ ନିର୍ଦେଶ କ୍ରମେ ପଟାମୁଣ୍ଡା ଓ ମହୁଲକନା ଗ୍ରାମ ର କ୍ଷୟକ୍ଷତି ର ଆକଳନ ପାଇଁ ରାଜସ୍ବ ନିରୀକ୍ଷକ ଗସ୍ତ କରିଥିବା ଜଣା ପଡିଛି।







