ରାୟଗଡ଼ା ଆଦିବାସୀ ମହାସଂଘ (ରାଆମ) ଦ୍ୱାରା ତାଡାମା ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଓ ଶାନ୍ତିଶୃଙ୍ଖଳାପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୧ ତାରିଖରେ ଆରମ୍ଭ ହୋଇ ଅପ୍ରେଲ ୧୦ ତାରିଖରେ ଫାଇନାଲ୍ ମ୍ୟାଚ ସହିତ ଶେଷ ହୋଇଥିଲା। ଏଥିରେ ପଞ୍ଚାୟତର ୧୬ଟି ଦଳ ଅଂଶଗ୍ରହଣ କରିଥିଲେ ।

ଫାଇନାଲ୍ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବିଜ୍ଞାନ ଶିକ୍ଷକ ଶ୍ରୀ ସନାତାନ ଗୋମାଙ୍ଗୋ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ରାଆମର ଜିଲ୍ଲା ସଭାପତି ଶ୍ରୀ ବିଜୟ କୁମାର ମେଲାକା ଓ ଗାଁ ଠାକୁରାଣୀ ମନ୍ଦିରର ପୂଜାରୀ ଶ୍ରୀ ସଦାରାମ ମେଲାକାଙ୍କ ସହିତ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ । ଫାଇନାଲ ମ୍ୟାଚରେ କମେଣ୍ଟଟେଣ୍ଟର ଭାବେ ମାଧବ ଚନ୍ଦ୍ର ମେଲାକା ଦାୟିତ୍ଵ ନିର୍ବାହ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ପ୍ରତିଦିନର “ମ୍ୟାନ୍ ଅଫ୍ ଦ ମ୍ୟାଚ” ପୁରସ୍କାର ପୋଲୋମା ସରକାରୀ SSD ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଓ ପୂର୍ବତନ ଆନ୍ତର୍ଜାତୀୟ କ୍ରୀଡାବିତ୍ ଶ୍ରୀ ବାବୁଲା ମେଲାକାଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।

ଫାଇନାଲ୍ ମ୍ୟାଚରେ ତାଡାମା ଦଳ ବିଜେତା ହୋଇ ଟ୍ରଫି ସହ ଟଙ୍କା ୧୧,୧୧୧/- ଅର୍ଜନ କରିଥିଲେ, ଯେଉଁଠାରେ ଚିନ୍ତାଲିଗୁଡ଼ା ଦଳ ପରାଜିତ ହୋଇ ଟ୍ରଫି ସହ ଟଙ୍କା ୭,୭୭୭/- ପାଇଥିଲେ। ସେହିପରି ବେଷ୍ଟ ହିଟର, ବେଷ୍ଟ ନେଟର ଓ ବେଷ୍ଟ ଶୃଙ୍ଖଳାପରାୟଣ ଟିମ ଭାବେ ଟାକୁଗୁଡ଼ାକୁ ପୁରସ୍କାର ପ୍ରଦାନ କରିବା ସହିତ ରେଫେରୀ, ଲାଇନ୍ମ୍ୟାନ୍ ଓ କମିଟି ସଦସ୍ୟମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ତାଡାମା/ବାଗଡାଗୁଡ଼ା ଗ୍ରାମର ବୁଦ୍ଧିଜୀବୀ ଶ୍ରୀ ମାଧବ ଚନ୍ଦ୍ର ମେଲାକା, ଗ୍ରାମର ମୁଖିଆମାନେ ଓ ତାଡାମା A, B ଓ C ଟିମ୍ର ଖେଳାଳିମାନେ ସକ୍ରିୟ ସହଯୋଗ କରିଥିଲେ। ସେହିପରି ସିଦ୍ଧାନ୍ତ ହିମିରିକା, କୁନା ମେକାକା, ଲକ୍ଷ୍ମୀଧର ମେଲାକା, ନୀଳକଣ୍ଠ ମେଲାକା ଓ ଶ୍ୟାମନାଥ ମେଲାକା ସମେତ ଅନ୍ୟାନ୍ୟ ଗ୍ରାମବାସୀଙ୍କ ଭୂମିକା ଉଲ୍ଲେଖନୀୟ ରହିଛି । ଏହି ପଞ୍ଚାୟତ ସ୍ତରୀୟ ନାଇଟ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟକୁ ସଫଳ କରିବାରେ ସହଯୋଗ ଓ ପ୍ରୋତ୍ସାହନ ଯୋଗାଇଥିବା ଶ୍ରୀମତୀ ହେମଲତା ମେଲାକା, ଶ୍ରୀମତୀ କୁମାରୀ ମେଲାକା ଓ ଶ୍ରୀମତୀ ଲକ୍ଷ୍ମୀ ମେଲାକାଙ୍କୁ ଆୟୋଜକ ମାନେ ହୃଦୟଙ୍ଗମ କୃତଜ୍ଞତା ଜଣାଇଛନ୍ତି ।


ଏପରି କ୍ରୀଡ଼ାମୂଳକ ପ୍ରୟାସ ଯୁବମାନଙ୍କ ମଧ୍ୟରେ ଏକତା, ଶୃଙ୍ଖଳା ଓ କ୍ରୀଡ଼ା ମନୋଭାବ ବିକାଶ କରିବା ସହିତ ସମାଜର ସାମାଜିକ ଏକତାକୁ ମଜବୁତ କରୁଥିବାରୁ ସ୍ଥାନୀୟ ମହଳରେ ପ୍ରଶଂସା ପାଉଛି ରାୟଗଡ଼ା ଆଦିବାସୀ ମହାସଂଘ (ରାଆମ) ବୋଲି ପ୍ରତିକ୍ରିୟାରେ କହିଛନ୍ତି ଜିଲ୍ଲା ସଭାପତି ଶ୍ରୀ ବିଜୟ କୁମାର ମେଲାକା ।







