ରାୟଗଡା ଜିଲ୍ଲା ଆଦିବାସୀ ସମାଜ ପକ୍ଷରୁ ହୋଟେଲ ତେଜସ୍ଵୀନୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା।ଏହି ବୈଠକରେ ଜିଲ୍ଲାର ମାନ୍ୟଗଣ୍ୟ ଓ ସର୍ବଦଳୀୟ ବ୍ୟକ୍ତିମାନେ ଉପସ୍ଥିତ ରହି ସିଜିମାଳୀ ଅଞ୍ଚଳରେ ନୀରିହ ଆଦିବାସୀମାନଙ୍କ ଉପରେ ଘଟୁଥିବା ଅନ୍ୟାୟ ଓ ଅତ୍ୟାଚାର ସମ୍ପର୍କରେ ଗୁରୁତର ଆଲୋଚନା କରିଥିଲେ ଏବଂ ନିଜ ମତାମତ ପ୍ରକାଶ କରିଥିଲେ।


ବୈଠକରେ ଏହା ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା ଯେ ଆସନ୍ତା ଶନିବାର, ତାରିଖ ୧୧ ଏପ୍ରିଲ ୨୦୨୬ ସକାଳ ୮ଟା ସମୟରେ ରାୟଗଡ଼ ଆଦିବାସୀ ସମାଜ ପକ୍ଷରୁ କାଶୀପୁର ଓ ସିଜିମାଳୀ ଅଞ୍ଚଳକୁ ଏକ ସଂଯୁକ୍ତ ଗସ୍ତ କରାଯିବ। ଏହି ଗସ୍ତ ସମୟରେ ସର୍ବଦଳୀୟ ଜିଲ୍ଲା ଆଦିବାସୀ ସମାଜ ନେତୃତ୍ୱ ଓ ସଦସ୍ୟମାନେ ସିଜିମାଳୀ ଅଞ୍ଚଳକୁ ପହଞ୍ଚି ସ୍ଥାନୀୟ ଲୋକମାନଙ୍କ ସହିତ ସାକ୍ଷାତ କରିବେ ଓ ଆଦିବାସୀମାନଙ୍କ ଉପରେ ହୋଇଥିବା ଅନ୍ୟାୟ ଘଟଣା ବିଷୟରେ ସ୍ଥଳୀୟ ତଦନ୍ତ ଓ ଆଲୋଚନା କରିବେ।ଏହି ଗସ୍ତରେ ସମସ୍ତ ସଦସ୍ୟ ଓ ସମ୍ମାନିତ ବ୍ୟକ୍ତିମାନଙ୍କୁ ସହଭାଗୀ ହେବା ପାଇଁ ଆହ୍ୱାନ କରାଯାଇଛି।







