ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଉଲ୍ଲେଖନୀୟ ସଫଳତା,ଯାହା ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଉଠିଛି।ପ୍ରଗତି ଡିଗ୍ରୀ କଲେଜର ଜଣେ ମେଧାବୀ ଛାତ୍ରୀ କୀର୍ତ୍ତିକା କାଡ୍ରାକା,ଯିଏକି ରାମନାଥ କାଡ୍ରାକାଙ୍କ କନ୍ୟା,ଆଇଆଇଟି ଜେଏଏମ୍ ୨୦୨୬ ପରୀକ୍ଷାରେ ଉତ୍କୃଷ୍ଟ ସଫଳତା ହାସଲ କରି, ନିଜ ଅଞ୍ଚଳର ନାମକୁ ଉଜ୍ଜ୍ୱଳ କରିଛନ୍ତି।

ତାଙ୍କ ଗ୍ରାମ ଶିରିପୁର ପାଇଁ ସେ ଏକ ବିଶେଷ ଗର୍ବର କାରଣ ହୋଇଉଠିଛନ୍ତି।ଗ୍ରାମର ଏକ ସାଧାରଣ ପରିବେଶରୁ ଆସିଥିବା ସତ୍ତ୍ୱେ, ତାଙ୍କ ଅଦମ୍ୟ ପରିଶ୍ରମ, ଲକ୍ଷ୍ୟ ପ୍ରତି ନିଷ୍ଠା ଓ ଦୃଢ଼ ସଙ୍କଳ୍ପ ତାଙ୍କୁ ଏହି ସଫଳତାର ସିଡ଼ିରେ ପହଞ୍ଚାଇଛି।କୀର୍ତ୍ତିକା ନିଜ ଶିକ୍ଷା ଜୀବନରେ ସଦା ସର୍ବୋତ୍କୃଷ୍ଟ ଫଳ ଦେଖାଇଆସୁଥିଲେ।ତାଙ୍କ ଶିକ୍ଷକମାନେ କୁହିଛନ୍ତି ଯେ, ସେ ଆରମ୍ଭରୁ ହିଁ ଏକ ମେଧାବୀ ଓ ଶ୍ରମଶୀଳ ଛାତ୍ରୀ ଥିଲେ,ଯାହା ତାଙ୍କୁ ଏହି ଉଚ୍ଚ ସ୍ଥାନରେ ପହଞ୍ଚାଇବାରେ ସହାୟକ ହୋଇଛି।ଏହି ସଫଳତା ପାଇଁ ତାଙ୍କ ପରିବାରର ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ତାଙ୍କ ପିତା ରାମନାଥ କାଡ୍ରାକା ଓ ପରିବାର ସଦସ୍ୟମାନେ ସେମାନଙ୍କ ସମ୍ଭବ ସମସ୍ତ ସହଯୋଗ ଓ ପ୍ରେରଣା ଦେଇଥିବାରୁ,ସେ ଏହି ସଫଳତା ଅର୍ଜନ କରିପାରିଛନ୍ତି।

ଏହି ଖବର ପ୍ରଚାର ପାଇବା ପରେ ସମଗ୍ର ଅଞ୍ଚଳରେ ଖୁସିର ମହଲ ଦେଖିବାକୁ ମିଳିଛି।ଗ୍ରାମବାସୀମାନେ ତାଙ୍କ ଘରକୁ ଯାଇ ଅଭିନନ୍ଦନ ଜଣାଇବା ସହ, ମିଠା ବାଣ୍ଟି ଏହି ସଫଳତାକୁ ପାଳନ କରିଛନ୍ତି।ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, କୀର୍ତ୍ତିକାଙ୍କ ଏହି ଉପଲବ୍ଧି ଅନ୍ୟ ଯୁବପିଢ଼ିଙ୍କ ପାଇଁ ଏକ ନୂତନ ପ୍ରେରଣା ସୃଷ୍ଟି କରିବ,ଏବଂ ଗ୍ରାମର ଅନ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ତାଙ୍କୁ ଅନୁସରଣ କରି ଆଗକୁ ବଢ଼ିବେ।ପରିବାର ପକ୍ଷରୁ ମଧ୍ୟ କୀର୍ତ୍ତିକାଙ୍କୁ ଆଗାମୀ ଦିନରେ ଆହୁରି ବଡ଼ ସଫଳତା ଅର୍ଜନ କରିବା ପାଇଁ ଶୁଭେଚ୍ଛା ଓ ଆଶୀର୍ବାଦ ଜଣାଯାଇଛି।ଏହି ସଫଳତା କେବଳ ଏକ ପରିବାର କିମ୍ବା ଗ୍ରାମର ନୁହେଁ,ବରଂ ସମଗ୍ର ଅଞ୍ଚଳ ପାଇଁ ଏକ ଗର୍ବର ମୁହୂର୍ତ୍ତ ଭାବେ ପରିଗଣିତ ହେଉଛି।

  • Related Posts

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ରାୟଗଡ଼ା ଆଦିବାସୀ ମହାସଂଘ (ରାଆମ) ଦ୍ୱାରା ତାଡାମା ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଓ ଶାନ୍ତିଶୃଙ୍ଖଳାପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୧ ତାରିଖରେ ଆରମ୍ଭ ହୋଇ…

    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    ରାୟଗଡ଼ା: ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ଶିଜିମାଳି ଖଣି ଅଞ୍ଚଳରେ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଘଟିଥିବା ହିଂସାତ୍ମକ ସଂଘର୍ଷ ଏବେ ଗୁରୁତର ଆକାର ଧାରଣ କରିଛି। ଏହି ଘଟଣା ଅଞ୍ଚଳରେ ଚିନ୍ତାଜନକ ପରିସ୍ଥିତି…

    Leave a Reply

    Your email address will not be published. Required fields are marked *

    You Missed

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    • By admin
    • April 13, 2026
    • 129 views
    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    • By admin
    • April 12, 2026
    • 20 views
    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    • By admin
    • April 10, 2026
    • 25 views
    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    • By admin
    • April 10, 2026
    • 59 views
    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    • By admin
    • April 7, 2026
    • 18 views
    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  

    • By admin
    • April 7, 2026
    • 13 views
    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  
    error: Content is protected !!