ଘରେ ଘରେ ତିରଙ୍ଗା–୨୦୨୬’ ଅଭିଯାନ: ରାୟଗଡ଼ାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମର ପ୍ରସ୍ତୁତି

ରାୟଗଡ଼ା :(ଏମ୍‌ଏମ୍‌ଜି ଖବର)ସ୍ୱାଧୀନତା ଦିବସ ପାଳନ ଅବସରରେ ସାରା ଦେଶରେ ‘ଘରେ ଘରେ ତିରଙ୍ଗା–୨୦୨୬’ ଅଭିଯାନ ଅଗଷ୍ଟ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳିତ ହେଉଛି। ଏହି ଅଭିଯାନକୁ ଜନସାଧାରଣଙ୍କ ମଧ୍ୟରେ ଅଧିକ ବ୍ୟାପକ ଓ ସଫଳ କରିବା ଲକ୍ଷ୍ୟରେ ରାୟଗଡ଼ ଜିଲ୍ଲାରେ ବିଭିନ୍ନ ଦେଶଭକ୍ତିମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।ଏହି ପରିପ୍ରେକ୍ଷୀରେ ବୁଧବାର ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ କାର୍ଯ୍ୟାଳୟର ନୂତନ ସଭାଗୃହରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ‘ଘରେ ଘରେ ତିରଙ୍ଗା–୨୦୨୬’ ଅଭିଯାନ ଅଧୀନରେ ଜିଲ୍ଲାରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ଏହାର ରୂପାୟଣ ସମ୍ପର୍କରେ ଜିଲ୍ଲାପାଳ ସୂଚନା ପ୍ରଦାନ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସସ୍ମିତା ବାଉରୀ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରୀ ଉପସ୍ଥିତ ଥିଲେ।ଅଭିଯାନର ଅଂଶସ୍ୱରୂପ ଅଗଷ୍ଟ ୧୩ ତାରିଖ ସକାଳ ୮ଟା ୩୦ରେ ରାୟଗଡ଼ ସଦର ମହକୁମାରେ ଜିଲ୍ଲାସ୍ତରୀୟ ତିରଙ୍ଗା ରାଲି ଓ ବାଇକ୍‌ ରାଲି ଆୟୋଜିତ ହେବ।

ରାଲିଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଓଭରବ୍ରିଜ୍‌ ଦେଇ ଗାନ୍ଧୀ ପାର୍କଠାରେ ସମାପ୍ତ ହେବ। ଏଥିରେ ପ୍ରାୟ ୨ ହଜାର ଯୁବବର୍ଗ, ସ୍ୱେଚ୍ଛାସେବୀ ସଂଗଠନ, ସାଧାରଣ ନାଗରିକ, ମିଶନ ଶକ୍ତି ମହିଳା ଗୋଷ୍ଠୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହେବେ।ସେହିପରି ଅଗଷ୍ଟ ୧୪ ତାରିଖ ସକାଳ ୧୦ଟାରେ ବିଜୁ ପଟ୍ଟନାୟକ ଅଡିଟୋରିୟମ୍‌ଠାରେ ରଙ୍ଗୋଲି, ଚିତ୍ରାଙ୍କନ ଓ ରିଲ୍‌ ମେକିଂ ପ୍ରତିଯୋଗିତା ଆୟୋଜନ କରାଯିବ। ସନ୍ଧ୍ୟା ୫ଟାରେ ‘ବିଭାଜନ ବିଭୀଷିକା’ ଶୀର୍ଷକରେ ନୀରବ ପ୍ରାର୍ଥନା, ଫଟୋଚିତ୍ର ପ୍ରଦର୍ଶନୀ ଓ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *