ରାୟଗଡ଼ାରେ ବିଜେପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା

ରାୟଗଡା :(ଏମ୍‌ଏମ୍‌ଜି ଖବର)ରାୟଗଡା ଭାରତୀୟ ଜନତା ପାର୍ଟି ନଗର ବିଜେପି ସଭାପତି ରାଜେଶ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ବୁଧବାର ରାୟଗଡ଼ା ସହରରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ସ୍ଥାନୀୟ ହୋଟେଲ ଜ୍ୟୋତି ମହଲଠାରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା।ଶୋଭାଯାତ୍ରାରେ ଅଂଶଗ୍ରହଣକାରୀଙ୍କ ହାତରେ ତ୍ରିରଙ୍ଗା ପତାକା ସହ ୮ ଫୁଟ ଓସାର ଓ ୭୭ ଫୁଟ ଲମ୍ବର ବିଶାଳ ତ୍ରିରଙ୍ଗା ପ୍ରଦର୍ଶିତ ହୋଇଥିଲା। ଏଥିସହ ଓଡ଼ିଶାର ସମ୍ବଲପୁରୀ ବୁଣା ହସ୍ତତନ୍ତ ପୋଷାକ ପିନ୍ଧି ଛାତ୍ରୀମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏହା ଶୋଭାଯାତ୍ରାର ପ୍ରମୁଖ ଆକର୍ଷଣ ପାଲଟିଥିଲା।ନଗର ବିଜେପିର ବିଭିନ୍ନ ପଦାଧିକାରୀ, ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତୃତ୍ୱ, ଦଳୀୟ କର୍ମୀଙ୍କ ସହ ଓରିଟେକ୍ କମ୍ପ୍ୟୁଟର ଇନ୍‌ଷ୍ଟିଚ୍ୟୁଟ୍‌ର ଛାତ୍ରଛାତ୍ରୀମାନେ ମଧ୍ୟ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ‘ଭାରତ ମାତା କି ଜୟ’, ‘ହର୍ ଘର୍ ତ୍ରିରଙ୍ଗା-ଘର୍ ଘର୍ ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ନାରା ସାଙ୍ଗକୁ ବିଭିନ୍ନ ଦେଶାତ୍ମବୋଧକ ସଙ୍ଗୀତରେ ରାୟଗଡ଼ା ସହର ପ୍ରକମ୍ପିତ ହୋଇଥିଲା।ଶୋଭାଯାତ୍ରାଟି ଚେକାଗୁଡ଼ା ରାସ୍ତା, ରିଙ୍ଗ ରୋଡ୍, ଭି.କେ. ଫଙ୍କସନ୍ ହଲ୍, ହାତିପଥର ରାସ୍ତା ଓ ପୁରୁଣା ଆଇଟିଆଇ ଛକ ଦେଇ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା।

ସେଠାରେ ଥିବା ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।ଶୋଭାଯାତ୍ରାର ଉଦ୍ଦେଶ୍ୟ ସମ୍ପର୍କରେ ନଗର ସଭାପତି ରାଜେଶ ପାଣିଗ୍ରାହୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ସ୍ୱାଧୀନତା ସଂଗ୍ରାମୀଙ୍କ ସାହସ ଓ ବଳିଦାନକୁ ସମ୍ମାନ ଜଣାଇବା ଏହି ଶୋଭାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ। ତ୍ରିରଙ୍ଗା ଆମ ରାଷ୍ଟ୍ରର ପରିଚୟ ହୋଇଥିବାରୁ ପ୍ରତ୍ୟେକ ଘର, ପ୍ରତିଷ୍ଠାନ ଓ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ ନେଇ ଜନଜାଗରଣ ସୃଷ୍ଟି କରିବା, ଯୁବ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଷ୍ଟ୍ରଭକ୍ତିର ଭାବନା ଜାଗ୍ରତ କରିବା, ସ୍ୱାଧୀନତା ସଂଗ୍ରାମୀ ଓ ରାଷ୍ଟ୍ରନିର୍ମାତାଙ୍କ ଅବଦାନକୁ ସ୍ମରଣ କରିବା ସହ ରାଷ୍ଟ୍ରୀୟ ଏକତା, ସାମାଜିକ ସମରସତା ଓ ‘ଏକ ଭାରତ-ଶ୍ରେଷ୍ଠ ଭାରତ’ ଭାବନାକୁ ସୁଦୃଢ଼ କରିବା ଏହାର ଲକ୍ଷ୍ୟ।କାର୍ଯ୍ୟକ୍ରମରେ ନଗର ସାଧାରଣ ସମ୍ପାଦକ ରାଜେଶ ନାଇଡ଼ୁ, ଅଜୟ ଚୁଲେଟ, ଉପସଭାପତି ରାମକୃଷ୍ଣ ପାଣିଗ୍ରାହୀ, ଦେବଗିରି ପଟ୍ଟନାୟକ, ଝରଣା ପାଣି, ସଦାଶିବ ରାଜଗୁରୁ, ଶିବା ଭାସ୍କର, କୋଷାଧ୍ୟକ୍ଷ ସନ୍ତୋଷ ସାହୁ, ମହିଳା ମୋର୍ଚ୍ଚା ସଭାନେତ୍ରୀ ରଚନା ସାହୁ, ସସ୍ମିତା ଦାଶ, ରିନା ସାବତ, ସବିତା ଭୂୟାଁ, ଏସ୍‌ସି ମୋର୍ଚ୍ଚା ସଭାପତି ଜିତେନ୍ଦ୍ର ନାୟକ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ମଞ୍ଜୁଳା ମିଣିଆକା, ରାଜ୍ୟ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ୟାଲା କଣ୍ଡା ବାବୁ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଶିବ ଉଲ୍ଲାକା, ସରକାରୀ ଓକିଲ ପଦ୍ମନାଭ ଦାଶ, ପେଦିନା ମୂରଲୀ, ଗୋପାଳ ଖରା, ରାକେଶ ପାଢ଼ୀ, ଆଶିଷ ସିନ୍ହା, ଅଶ୍ୱିନ ନାୟକ, ସୁମନ୍ତ ମହାରଣା, କୃଷ୍ଣ ପଟ୍ଟନାୟକ, କେ. ଶ୍ରିନୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *