ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ‘ବନ୍ଦେ ମାତରମ୍’*ଗାନ କରାଯାଇଥିଲା l

ରାୟଗଡା, ୧୨/୦୧: ଆଜି ସାରା ଦେଶରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉତ୍ସାହ ଓ ଉଲ୍ଲାସର ସହ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲା ସଂସ୍କୃତି ବିଭାଗର ଉଦ୍ୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶଭକ୍ତିମୂଳକ ଗୀତ ‘ବନ୍ଦେ ମାତରମ୍’ ଗାନ କରାଯାଇଥିଲା।କାର୍ଯ୍ୟକ୍ରମର ପ୍ରାରମ୍ଭରେ ଯୁବକ-ଯୁବତୀମାନେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଓ ଚିନ୍ତାଧାରାକୁ ସ୍ମରଣ କରି ଦେଶପ୍ରେମ ଓ ଜାତୀୟ ଏକତାର ସନ୍ଦେଶ ପ୍ରଦାନ କରିଥିଲେ। ‘ବନ୍ଦେ ମାତରମ୍’ ଗୀତର ସ୍ୱରରେ ସମଗ୍ର ପରିବେଶ ଦେଶଭକ୍ତିରେ ଭରିଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀ ବସନ୍ତ କୁମାର ପ୍ରଧାନ ଓ ଜିଲ୍ଲା ସଂସ୍କୃତି ବିଭାଗର ସୁଶ୍ମିତା ବାଉରୀ ଉପସ୍ଥିତ ରହି ସ୍ୱାମୀ ବିବେକାନନ୍ଦଙ୍କ ଜୀବନ ଦର୍ଶନ, ଯୁବଶକ୍ତି ଓ ଦେଶଗଠନରେ ତାଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଅତିଥି ମାନେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ବର୍ତ୍ତମାନ ସମୟରେ ଦେଶଭକ୍ତି ଓ ଜାତୀୟ ଚେତନାକୁ ଜାଗ୍ରତ କରିବା ପାଇଁ ‘ବନ୍ଦେ ମାତରମ୍’ ଗାନ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଏହି ଗୀତ ମାଧ୍ୟମରେ ଦେଶର ଏକତା ଓ ସଂସ୍କୃତିକୁ ଅଧିକ ସୁଦୃଢ଼ କରାଯାଇପାରିବ ବୋଲି କହିଥିଲେ। କାର୍ଯ୍ୟକ୍ରମର ଶେଷରେ ଏସଡିଆଇପିଆରଓ ଦେବରାଜ ଟାକ୍ରି ଧନ୍ୟବାଦ ଜ୍ଞାପନ କରି ସମସ୍ତ ଅତିଥି, ଆୟୋଜକ ଓ ଉପସ୍ଥିତ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଥିଲେ।

  • Related Posts

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଉଲ୍ଲେଖନୀୟ ସଫଳତା,ଯାହା ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଉଠିଛି।ପ୍ରଗତି ଡିଗ୍ରୀ କଲେଜର ଜଣେ ମେଧାବୀ ଛାତ୍ରୀ କୀର୍ତ୍ତିକା କାଡ୍ରାକା,ଯିଏକି ରାମନାଥ କାଡ୍ରାକାଙ୍କ କନ୍ୟା,ଆଇଆଇଟି ଜେଏଏମ୍ ୨୦୨୬…

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ରାୟଗଡ଼ା ଆଦିବାସୀ ମହାସଂଘ (ରାଆମ) ଦ୍ୱାରା ତାଡାମା ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଓ ଶାନ୍ତିଶୃଙ୍ଖଳାପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୧ ତାରିଖରେ ଆରମ୍ଭ ହୋଇ…

    Leave a Reply

    Your email address will not be published. Required fields are marked *

    You Missed

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    • By admin
    • April 13, 2026
    • 129 views
    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    • By admin
    • April 12, 2026
    • 20 views
    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    • By admin
    • April 10, 2026
    • 25 views
    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    • By admin
    • April 10, 2026
    • 59 views
    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    • By admin
    • April 7, 2026
    • 19 views
    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  

    • By admin
    • April 7, 2026
    • 14 views
    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  
    error: Content is protected !!