ମୁଖ୍ୟମନ୍ତ୍ରୀଙ୍କ ଭଊଣିଙ୍କୁ ଭେଟିଲେ ଉତ୍କଳ ଯାଦବ ସମାଜ ରାଜ୍ୟ ସମ୍ପାଦକ ଅମିତ

ରାୟଗଡ଼ା ତା ୧୨/୦୧ ଚଳିତ ମାସ ଗତ ୮ ଓ ୯ ତାରିଖରେ ଯାଦବ ମହାସଭା ତରଫରୁ ମଧ୍ୟପ୍ରଦେଶ ର ଇନ୍ଦୋର ଠାରେ ଆୟୋଜିତ ହୋଇଥିଲା ଜାତୀୟ କାର୍ଯ୍ୟକାରିଣୀ ବୈଠକ। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାରୁ ଜାତୀୟ ଯାଦବ ମହାସଭା ର ଯୁବ ସଭାପତି ପ୍ରଦୀପ ବେହେରା, ରାଜ୍ୟ ସଭାପତି ଅମର ନାୟକ, ଓ ରାୟଗଡାର ଯୁବକ ତଥା ରାଜ୍ୟ ସମ୍ପାଦକ ଅମିତ କୁମାର ନାୟକ ଯୋଗ ଦେଇଥିଲେ। ଉକ୍ତ ଦୁଇଦିନିଆ କାର୍ଯ୍ୟକ୍ରମରେ ଯାଦବ କୁଳର ବିକାଶ ତଥା ରେଜାଙ୍ଗଲା ଅହିର ରେଜିମେଣ୍ଟ ର ପୁନଃ ଉତ୍ଥାନ ନିମନ୍ତେ ଆଲୋଚନା ହୋଇଥିବା ରାଜ୍ୟ ଯାଦବ ମହାସଂଘ ସଂପାଦକ ଅମିତ ନାୟକ ପ୍ରକାଶ କରିଥିଲେ । ଏହା ସହ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଭଉଣୀ ତଥା ଉଜ୍ଜେନ ନଗର ପାଳିକାର ବାଚସ୍ପତି କଳାବତି ଯାଦବଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ଶ୍ରୀମତୀ ଯାଦବ ଓଡ଼ିଶାର ଏହି ଟିମକୁ ସମ୍ବର୍ଦ୍ଧନା କରିବା ସହ ଯାଦବ କୁଳ କିଭଳି ବିକାଶମୁଖି ହେବେ ଓ ସାଧାରଣ ସ୍ରୋତରେ ସାମିଲ ହେବେ ସେ ନେଇ ଆଲୋଚନା କରିଥିଲେ ।

ଏହାସହ ସରକାରଙ୍କ ପ୍ରତିଟି ଯୋଜନାରେ ସାମିଲ ହୋଇ ପାରିବେ ଓ ଉତ୍କଳ ଯାଦବ ମହାସଂଘ ର ଦାୟିତ୍ଵ ରହିବ ସେ ନେଇ କିଛି ଉପଦେଶ ଦେବା ସହ ସର୍ବଦା ଏଥିପ୍ରତି ତାଙ୍କର ସହଯୋଗ ରହିବା ବୋଲି ଆଶ୍ଵାସନା ଦେଇଥିଲେ । ଯାହାକି ଆଗାମୀ ଦିନରେ ରାଜ୍ୟରେ ଯାଦବ ମହାସଂଘ ର ବିଭିନ୍ନ ଯୁକ୍ତାତ୍ମକ ପଦକ୍ଷେପ ଗ୍ରହଣ କରିବା ସହ ଯାଦବ କୁଳ ନିଶ୍ଚିତ ଭାବରେ ବିକାଶର ପଥରେ ଅଗ୍ରସର ହେବ ବୋଲି ଉତ୍କଳ ଯାଦବ ମହାସଭାର ରାଜ୍ୟ ସମ୍ପାଦକ ଶ୍ରୀ ନାୟକ କହିଛନ୍ତି ।

Related Posts

ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଉଲ୍ଲେଖନୀୟ ସଫଳତା,ଯାହା ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଉଠିଛି।ପ୍ରଗତି ଡିଗ୍ରୀ କଲେଜର ଜଣେ ମେଧାବୀ ଛାତ୍ରୀ କୀର୍ତ୍ତିକା କାଡ୍ରାକା,ଯିଏକି ରାମନାଥ କାଡ୍ରାକାଙ୍କ କନ୍ୟା,ଆଇଆଇଟି ଜେଏଏମ୍ ୨୦୨୬…

ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

ରାୟଗଡ଼ା ଆଦିବାସୀ ମହାସଂଘ (ରାଆମ) ଦ୍ୱାରା ତାଡାମା ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଓ ଶାନ୍ତିଶୃଙ୍ଖଳାପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୧ ତାରିଖରେ ଆରମ୍ଭ ହୋଇ…

Leave a Reply

Your email address will not be published. Required fields are marked *

You Missed

ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

  • By admin
  • April 13, 2026
  • 128 views
ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

  • By admin
  • April 12, 2026
  • 20 views
ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

  • By admin
  • April 10, 2026
  • 25 views
ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

  • By admin
  • April 10, 2026
  • 58 views
ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

  • By admin
  • April 7, 2026
  • 18 views
କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  

  • By admin
  • April 7, 2026
  • 13 views
ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  
error: Content is protected !!