ବିଶ୍ୱ ମହିଳା ଦିବସରେ ରାୟଗଡ଼ ନଗର ରିଙ୍ଗ୍ ରୋଡ଼ ସ୍ଥିତ ସ୍ବାମୀ ବିବେକାନନ୍ଦ ବିଦ୍ଯା ମନ୍ଦିର ପରିସରରେ ଡଃ ରତି ରଞ୍ଜନ ଦାଶଙ୍କ ଦ୍ବିତୀୟ ପୁସ୍ତକ “ଫୁଲ ଚାଙ୍ଗୁଡି” ମହାଆଡମ୍ବରରେ ଅତିଥି ଗଣମାନ୍ଯଙ୍କ କରକମଳରେ ଲୋକାର୍ପଣ ହୋଇଯାଇଛି। ଆଜିର ଏ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅଧ୍ୟାପକ ହୃଷିକେଶ ଜାଲି, ମୁନିଗୁଡା କଲେଜ, ମୁଖ୍ୟ ବକ୍ତା ଡଃ ଗୌରାଙ୍ଗ ଚରଣ ରାଉତ, ସମ୍ମାନିତ ଅତିଥି ସେବା ନିବୃତ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଖୋସଲା, ଡଃ ବିଜୟ କୁମାର ଚୌଧୁରୀ, ପ୍ରଧାନ ଆଚାର୍ଯ୍ୟ, ସ୍ବାମୀ ବିବେକାନନ୍ଦ ବିଦ୍ଯା ମନ୍ଦିର ରାୟଗଡ଼ ଓ ଡଃ ରତି ରଞ୍ଜନ ଦାଶ ମଞ୍ଚ ମଣ୍ଡନ କରିଥିଲେ। ବିଧିବିଧାନ ଅନୁସାରେ କାର୍ଯ୍ୟକ୍ରମ କରାଯାଇଥିଲା। ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଓ ପରେ ମହିଳା ଦିବସକୁ ସମ୍ମାନ ଜଣାଇ ଅତିଥି ମାନଙ୍କ ଦ୍ଵାରା ଉପସ୍ଥିତ ଦଶ ଜଣ ମହିଳା କବୀ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଓ ସମ୍ମାନୀତ ଅତିଥି ମାନଙ୍କ ମହିଳା ଦିବସର ଅଭିଭାଷଣ ଓ କବୀ ପଦ୍ମିନୀ ମିଶ୍ର, ସଦାଶିବ ରାଜଗୁରୁ,ମିନତୀ ସେନାପତିଙ୍କ ବକ୍ତବ୍ୟ ରଖିଥିଲେ। କବି ଡଃ ରତି ରଞ୍ଜନ ଦାଶ ଫୁଲ ଚାଙ୍ଗୁଡି ପୁସ୍ତକ ରଚନା ସମ୍ପର୍କିତ ଉଦ୍ଦେଶ୍ୟ ପ୍ରତିପାଦନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ କବି/କବୀ ସଂଯୁକ୍ତା ମିଶ୍ର,ଶୁଭ ଦର୍ଶିନୀ ସାହୁ, ସନ୍ତୋଷୀ ସମୁଦ୍ରା,ସଙ୍ଗୀତା ନାୟକ, ଲଳିତ ମୋହନ ଯେନା,ରମେଶ ଟାକ୍ରୀ, ସଦାଶିବ ରାଜଗୁରୁ, ପଦ୍ମିନୀ ମିଶ୍ର, ସସ୍ମିତା ଆଚାର୍ଯ୍ୟ,ଶରତ ଚନ୍ଦ୍ର ରାଉତ, ଲୋକନାଥ ପଣ୍ଡା, ହୃଷିକେଶ ଜାଲି, ଗୌରାଙ୍ଗ ଚରଣ ରାଉତ, ମହେଶ୍ବେତା ପାଣିଗ୍ରାହୀ, ମିନତୀ ସେନାପତି,ପପିନୀ ମହାରଣା, ଅହଲ୍ୟା ମହାରଣା ଓ ଜୟଦେବ ସିଠ ଉପସ୍ଥିତ ରହି ସ୍ବରଚିତ ଦୋଳମେଳଣ କବିତା ଆବୃତ୍ତି କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ସଂଯୋଜନା କରିଥିଲେ କବୀ ମହେଶ୍ବତା ପାଣିଗ୍ରାହୀ। କବିତା ସଂଯୋଜନା କରିଥିଲେ କବୀ ପଦ୍ମିନୀ ମିଶ୍ର ଓ ସସ୍ମିତା ଆଚାର୍ଯ୍ୟ।ଅନ୍ତେ ଧନ୍ୟବାଦ ଦେଇଥିଲେ କବି ଶ୍ରୀ ଲଳିତ ମୋହନ ଯେନା ଓ ସାମଗ୍ରିକ ପ୍ରସାଦ ସେବନ ପରେ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା।








