ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର୬୧ଟି ଅଭିଯୋଗର ଶୁଣାଣି, ତ୍ୱରିତ ପଦକ୍ଷେପ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ପଦ୍ମପୁର/ଗୁଣପୁର/ରାୟଗଡ଼ା : ପଦ୍ମପୁର ବ୍ଲକ ସଦ୍ଭାବନା ସଭାଗୃହଠାରେ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣଙ୍କ ଅଭିଯୋଗ ଶୁଣାଣି କରାଯାଇଥିଲା।

ଶିବିରରେ ମୋଟ ୬୧ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ୪୯ଟି ବ୍ୟକ୍ତିଗତ ଏବଂ ୧୨ଟି ସାମୂହିକ ଅଭିଯୋଗ ରହିଥିଲା। ଜିଲ୍ଲାପାଳ ସମସ୍ତ ଦରଖାସ୍ତ ଗ୍ରହଣ କରି ସମ୍ପୃକ୍ତ ବିଭାଗ ଦ୍ୱାରା ଅଭିଯୋଗଗୁଡ଼ିକର ତଦନ୍ତ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଶିବିରରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ରାୟଗଡ ଅକ୍ଷୟ କୁମାର ଖେମୁଣ୍ଡୁ, ଗୁଣପୁର ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରାସାଦ, ଡିଏଫ୍‌ଓ ସଚିନ୍ ଆନ୍ନା ସାହେବ ଓହଲ, ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଅଜୟ କୁମାର ପ୍ରଧାନ ଏବଂ ପଦ୍ମପୁର ବ୍ଲକ ଅଧ୍ୟକ୍ଷା ମଣିମାଳା ଶବର ପ୍ରମୁଖ ଯୋଗଦେଇଥିଲେ।

ଏଥିସହ ଜିଲ୍ଲା ଅବକାରୀ ନିରୀକ୍ଷକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ଲିଡ୍ ବ୍ୟାଙ୍କ ଅଧିକାରୀ ଦେବେନ୍ଦ୍ର ବାଉରୀ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଲୋକନାଥ ଯାଦବ, ପଦ୍ମପୁର ତହସିଲଦାର ସୁବାଶିଷ ଶତପଥୀ, ବିଇଓ ହୃଷୀକେଶ ରଥ, ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓ, ସିଡିପିଓ ମହାଦେବ ଚଞ୍ଚୁଆନ୍, ସିଡିପିଓ ଭାରତୀ ବ୍ରହ୍ମାଙ୍କ ସମେତ ବିଭିନ୍ନ ଜିଲ୍ଲା ଓ ଉପଖଣ୍ଡସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ପଦ୍ମପୁର ଏଲ୍‌ଓ ଲିପ୍ସା ଗମାଙ୍ଗ ଏବଂ ପଦ୍ମପୁର ବିଡିଓ କୁରେଶ ଚନ୍ଦ୍ର ଜାନୀଙ୍କ ତତ୍ତ୍ୱାବଧାନରେ ଶିବିରଟି ସୁଚାରୁ ରୂପେ ପରିଚାଳିତ ହୋଇଥିଲା। ପଦ୍ମପୁର ଥାନା ଅଧିକାରୀ ଧରଣୀଧର ପ୍ରଧାନ ଆଇନଶୃଙ୍ଖଳା ରକ୍ଷା ଦାୟିତ୍ୱ ତୁଲାଇଥିଲେ। ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲିଙ୍ଗରାଜ କରକରିଆ ଏବଂ କରବାବୁ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *