
ରାୟଗଡା ଜିଲ୍ଲା ରାମନାଗୁଡା ପୋଲିସକୁ ବଡ ଧରଣର ସଫଳତା ମିଳିଛି । ଏକ ବଲେରୋ ଗାଡିରେ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ୩୫୬ ଲିଟର ବିଦେଶୀ ମଦ ଜବତ କରିବା ସହ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତି ମଧ୍ୟରୁ ଜଣେ ବିହାର ରାଜ୍ୟର ଅନୁଜ କୁମାର ଯାଦବ ଅନ୍ୟ ଜଣେ ବ୍ୟକ୍ତି ଚାନ୍ଦିଲି ଥାନା ଅନ୍ତର୍ଗତ ଦେବଦଳା ଗ୍ରାମର ଗଣେଶ ହିମିରିକା ବୋଲି ଜଣାପଡିଛି ।

ଗତ କାଲି ରାମନାଗୁଡା ପୋଲିସ ପେଟ୍ରୋଲି କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଉକ୍ତ ବଲେରୋ ଉପରେ ଚଢାଉ କରିଥିଲା । ଚଢାଉ କରି ଗାଡ଼ିରୁ ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦକୁ ଜବତ କରିଥିଲା । ଜବତ ସମସ୍ତ ବିଦେଶୀ ମଦ ରାୟଗଡା ଜିଲାରୁ ଗଜପତି ଜିଲ୍ଲା ଅଭିମୁଖେ ଚୋରା ଚାଲାଣ ହେଉଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଜବତ ମଦ ସବୁ କେଉଁ ସ୍ଥାନରୁ ଏବଂ କାହା ନିକଟକୁ ଚୋରା ଚାଳନ ହେଉଥିଲା ଏବଂ ଏହି ଚୋରା ଚାଲାଣରେ ଆଉ କାହାର ସମପୃକ୍ତି ଅଛି ତାହାର ତଦନ୍ତ କରୁଛି ରାମନାଗୁଡା ପୋଲିସ।ଏ ନେଇ ରାମନାଗୁଡା ଥାନା କେସ ନଂ ୨ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୌଟ ଚାଲାଣ କରାଯାଇଛି।








