ସରକାରୀ ଉଚ୍ଚ ବିଦ୍ୟାଳୟ,ସିକରପାଇ ଠାରେ ଆଜି ସଡ଼କ ସୁରକ୍ଷା ମାସରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୀଯୁକ୍ତ ରଞ୍ଜୀତ୍ କୁମାର ଗିରିଙ୍କ ସହଯୋଗରେ ରାୟଗଡ଼ା ଜିଲ୍ଲା ର ସଡ଼କ ପରିବହନ ଅଧିକାରୀ ଶ୍ରୀଯୁକ୍ତ ବୀନୟ କୁମାର ପାଉଲ , ଟ୍ରାଫିକ ନିରୀକ୍ଷକ ଶ୍ରୀଯୁକ୍ତ ଝଶକେଶନ ଭରା ଶଗଡ଼ିଆ ଏବଂ ସଡ଼କ ସୁରକ୍ଷା ବିଭାଗର ଅନ୍ୟାନ୍ୟ କର୍ମଚାରୀ ଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ,ଶିକ୍ଷାର୍ଥୀ ଓ ଅଭିଭାବକଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରଥମେ ଗ୍ରାମରେ ସଡ଼କ ସୁରକ୍ଷା ନିମନ୍ତେ ପଦଯାତ୍ରା ଆରମ୍ଭ ହୋଇଥିଲା ତତ୍ପରେ ବିଦ୍ୟାଳୟ ପ୍ରକୋଷ୍ଠରେ ଅଭିଭାବକଙ୍କ ଗହଣରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।ଏହି ସଭାରେ କିପରି ସଡ଼କ ଦୁର୍ଘଟଣା ହେଲେ ସାହାର୍ଯ୍ୟ କରିବା ଓ ଆମେ ସମସ୍ତେ ଗାଡ଼ି ଚ଼ଲାଇବା ବେଳେ କିପରି ସତର୍କ ଅବଲମ୍ବନ କରିବା ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ତାହା ବିଦ୍ୟାଳୟର ଭାର ପ୍ରାପ୍ତ ଜୁନିଅର ରେଡ୍ କ୍ରସ ଶିକ୍ଷକ ତାପସ କୁମାର ଦଳାଇ ମହୋଦୟ ବାର୍ତ୍ତା ଦେଇଥିଲେ ।








