ରାୟଗଡ଼ା ଜିଲ୍ଲାରେ ଅବୈଧ ବାଂଲାଦେଶୀ ଅନୁପ୍ରବେଶ କାରୀଙ୍କ ବିରୁଦ୍ଧରେ ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ଏସପିଙ୍କୁ ଦେଲେ ଦାବିପତ୍ର ।

ରାୟଗଡ଼ା:୦୭.୦୧.୨୦୨୬ ରାୟଗଡ଼ା ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ଦିନକୁ ଦିନ ବୃଦ୍ଧି ପାଉଥିବା ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ନେଇ ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ (VHP) ପକ୍ଷରୁ ଗଭୀର ଚିନ୍ତା ପ୍ରକଟ କରାଯାଇଛି। ଆଜି ସଂଗଠନର କାର୍ଯ୍ୟକର୍ତ୍ତା ଏକତ୍ରିତ ହୋଇ ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ (SP)ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଜେକେପୁର, ଗୁଣୁପୁର, କଲ୍ୟାଣସିଙ୍ଗିପୁର, ରାମନାଗୁଡା ଏବଂ ମୁନିଗୁଡା ଭଳି ସମ୍ବେଦନଶୀଳ ଅଞ୍ଚଳରେ ପ୍ରାୟ ୧୨,୦୦୦ରୁ ଅଧିକ ଅବୈଧ ଅନୁପ୍ରବେଶକାରୀ ରହୁଛନ୍ତି। ଏମାନଙ୍କ ପାଖରେ ନାଗରିକତା ସମ୍ବନ୍ଧୀୟ କୌଣସି ବୈଧ କାଗଜପତ୍ର ନାହିଁ। ଏହି ଅନୁପ୍ରବେଶକାରୀମାନେ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହି ଜିଲ୍ଲାର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛନ୍ତି।ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାମାନେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ଏନେଇ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ଠୋସ ପଦକ୍ଷେପ ନିଆଯାଇ ନାହିଁ। ଯଦି ପୋଲିସ ପ୍ରଶାସନ ତୁରନ୍ତ FIR ରୁଜୁ କରି ଏହି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ, ତେବେ ଆଗାମୀ ଦିନରେ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ଆନ୍ଦୋଳନ କରିବାକୁ ବାଧ୍ୟ ହେବ।

ଏହି ଦାବିପତ୍ର ପ୍ରଦାନ ସମୟରେ ବଜରଙ୍ଗ ଦଳର ଜିଲ୍ଲା ସହ ସଂଯୋଜକ ଶସ୍ୟଜ୍ୟୋତି ବେହେରା , ନଗର ସଂଯୋଜକ ସଙ୍କର ବେହେରା,ନଗର ସହ ସଂଯୋଜକ ପି. ଗାନି , ବିଶ୍ୱ ହିନ୍ଦୁ ପରିଷଦର

ପ୍ରାନ୍ତ ଉପ ସଭାପତି ପ୍ରଫୁଲ ପାତ୍ର, ଜିଲ୍ଲା ଉପ ସଭାପତି ଆନନ୍ଦ ରାଓ , ସମ୍ପାଦକ କୁନା ରମେଶ , ସହ ସମ୍ପାଦକ ଗୋପୀ ବ୍ରହ୍ମା , ସତସଙ୍ଗ ପ୍ରମୁଖ ସୁଶାନ୍ତ ପ୍ରଧାନ, ବିଶେଷ ସମ୍ପର୍କ ପ୍ରମୁଖ ବିଜୟ ଚୌଦରୀ, ଆର୍ ଏସ ଏସ ଜିଲ୍ଲା ସମ୍ପର୍କ ପ୍ରମୁଖ ଚିତ୍ତ ରଞ୍ଜନ ପ୍ରଧାନ ଏବଂ ନଗର କାର୍ଯ୍ୟକର୍ତା ମିଥୁନ ଦାସ , ବୁଲୁ ଦଳପତି ଉପସ୍ଥିତ ଥିଲେ।

  • Related Posts

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଉଲ୍ଲେଖନୀୟ ସଫଳତା,ଯାହା ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଉଠିଛି।ପ୍ରଗତି ଡିଗ୍ରୀ କଲେଜର ଜଣେ ମେଧାବୀ ଛାତ୍ରୀ କୀର୍ତ୍ତିକା କାଡ୍ରାକା,ଯିଏକି ରାମନାଥ କାଡ୍ରାକାଙ୍କ କନ୍ୟା,ଆଇଆଇଟି ଜେଏଏମ୍ ୨୦୨୬…

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ରାୟଗଡ଼ା ଆଦିବାସୀ ମହାସଂଘ (ରାଆମ) ଦ୍ୱାରା ତାଡାମା ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଓ ଶାନ୍ତିଶୃଙ୍ଖଳାପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୧ ତାରିଖରେ ଆରମ୍ଭ ହୋଇ…

    Leave a Reply

    Your email address will not be published. Required fields are marked *

    You Missed

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    • By admin
    • April 13, 2026
    • 128 views
    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    • By admin
    • April 12, 2026
    • 20 views
    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    • By admin
    • April 10, 2026
    • 25 views
    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    • By admin
    • April 10, 2026
    • 59 views
    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    • By admin
    • April 7, 2026
    • 18 views
    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  

    • By admin
    • April 7, 2026
    • 13 views
    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  
    error: Content is protected !!