ପlଣି ପଞ୍ଚାୟତ ଜନସଚେତନତା ରଥ ଶୁଭାରମ୍ଭ କଲେ ଜିଲ୍ଲାପାଳ l

ପାଣି ପଞ୍ଚାୟତ ପକ୍ଷ ପାଳନ ନିମନ୍ତେ ସଚେତନତା ରଥ ଶୁଭାରମ୍ଭ କରିଛନ୍ତି ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣି , ଭା.ପ୍ର.ସେl ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏହି ରଥ ଶୁଭାରମ୍ଭ କରି ସପ୍ତାହ ବ୍ୟାପି ଏହି ରଥ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଯାଇ ଜନସାଧାରଣ ଓ ଚାଷୀ ମାନଙ୍କ କଣ କର୍ତ୍ତବ୍ୟ ହେବା ଉଚିତ ସେ ଉପରେ ଜନ ସଚେତନତା କରିବ l ଆଜି ସ୍ଥାନୀୟ ଶିଳତିଗୁଡ଼l, ଜଙ୍ଗିଦି, ଚମ୍ପିକୋଟ, କୋଡେଶୁ ଏବଂ ବିଷ୍ଣୁଗୁଡା ଏମ.ଆଇ.ପି କ୍ଷେତ୍ରରେ ବୁଲିବ l ଆସନ୍ତା ତା୦୭/୦୧/୨୦୨୬ରିଖରେ ତାଣ୍ଡିପୁର, ରିଭଲକୋଣl, ଶିକରପାଇ, ହାତିମୁଣ୍ଡା, ଓ ବିନିସ୍ପୁର ଏମ. ଆଇ. ପିରେ ପହଂଚିବ l

ସେହିପରି ତା୦୮/୦୧/୨୦୨୬ରିଖରେ ବିଷମକଟକ ବ୍ଲକର ଉପରଗୋଦଗଦା, ଲୋର ଗୋଦଗଦା, କାନିଯୋଡି, କାଙ୍କୁବାଡ଼ି ଇତ୍ୟାଦି ପ୍ରକଳ୍ପ ଗୁଡ଼ିକର କ୍ଷେତ୍ରରେ ବୁଲିବ l ତା ୦୯/୦୧/୨୦୨୬ ରିଖରେ ମୁନିଗୁଡାର ଶକଟା, ବୈନବସl, ବାଘଡୁଙ୍ଗୁରି, ଜଗଦଳପୁର ଏମ.ଆଇ.ପି ଏବଂ ଉଠାଜଳସେଚନ ପ୍ରକଳ୍ପ ଗୁଡିକର କ୍ଷେତ୍ରରେ ଭୁଲିବ| ତା ୧୦/୦୧/୨୦୨୬ ରିଖରେ ବିଷମକଟକର ପୁଭୁଲଗୁଡା, କୁନ୍ଦନପଦର, ରମନଗୁଡ଼ାର ସନମୁଲିଗାଁ, ଏବଂ ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ିକର କ୍ଷେତ୍ରରେ ବୁଲିବ ଓ ଚାଷୀମାନଙ୍କୁ ସଚେତନ କରିବ l

ତା ୧୧/୦୧/୨୦୨୬ରିଖରେ ଗୁଣୁପୁରର ବିଭିନ୍ନ ଉଠାଜଳ ସେଚନ ପ୍ରକଳ୍ପ ଏବଂ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ତଥା ଗାଡିଆଖାଳ, ପ୍ରଧାନିଗୁଡ଼ା, ନୂଆଗାଁ,ଏବଂ ଭୀମପୁର ଅଞ୍ଚଳ ବୁଲି ପ୍ରଚାର କରିବ l ସେହିପରି ଆସନ୍ତା ୧୨/୦୧/୨୦୨୬ରିଖରେ ବଡନାଳ ମଧ୍ୟମ ଜଳସେଚନ ପ୍ରକଳ୍ପ, ଆଖୁସିଂ ଏବଂ ଇନ୍ଦୁପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଂଚଳରେ ବୁଲି ପାଣିପଂଚାୟତ ସଦସ୍ୟ ସଦସ୍ୟା ମାନଙ୍କୁ ପାଣିପଞ୍ଚାୟତର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ସଚେତନ କରିବl ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ରାୟଗଡ଼, ଶ୍ରୀ ନବୀନ ଚନ୍ଦ୍ର ନାୟକ, ଅଧିକ୍ଷଣ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ବିଭାଗ, ରାୟଗଡ଼, ଇଂ ଜଗନ୍ନାଥ ମଲ୍ଲିକ, ଅତିରିକ୍ତ ଜିଲ୍ଲା ଶିକ୍ଷ୍ୟା ଅଧିକାରୀ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ l ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା ୨୦ଜାନୁୟାରୀ ୨୦୨୬ ଯାଏଁ ପାଣିପଞ୍ଚାୟତ ପକ୍ଷ ଚାଲିବ l ସଚେତନତା କାର୍ଯ୍ୟକ୍ରମଙ୍କୁ ରଜ୍ୟସ୍ତରରେ ବ୍ୟାପକ କରିବାକୁ ବିଭାଜନ ସ୍ତରୀୟ, ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବ l ଆସନ୍ତା ତା ୧୩/୦୧/୨୦୨୬ରିଖରେ ଜିଲ୍ଲlସ୍ତରରେ କାର୍ଯ୍ୟକ୍ରମ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣି ମଣ୍ଡପ ଠାରେ ଆୟୋଜନ କରାଯିବ l ବିଦ୍ୟାଳୟ ସ୍ତରରେ ୮ମ ରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ୍, ମଡେଲର ପ୍ରଦର୍ଶନୀ ପ୍ରତଯୋଗୀତା ଆୟୋଜନ କରାଯାଇ ବିଭାଜନସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ରେ ପୁରସ୍କୃତ କରାଯିବ l ଏହା ସହିତ ରାଜ୍ୟସ୍ତରରେ ସର୍ବ ଶ୍ରେଷ୍ଠ ଚାଷୀଙ୍କୁ ମଧ୍ୟ ସମ୍ମାନିତ କରାଯିବl

  • Related Posts

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଉଲ୍ଲେଖନୀୟ ସଫଳତା,ଯାହା ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଉଠିଛି।ପ୍ରଗତି ଡିଗ୍ରୀ କଲେଜର ଜଣେ ମେଧାବୀ ଛାତ୍ରୀ କୀର୍ତ୍ତିକା କାଡ୍ରାକା,ଯିଏକି ରାମନାଥ କାଡ୍ରାକାଙ୍କ କନ୍ୟା,ଆଇଆଇଟି ଜେଏଏମ୍ ୨୦୨୬…

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ରାୟଗଡ଼ା ଆଦିବାସୀ ମହାସଂଘ (ରାଆମ) ଦ୍ୱାରା ତାଡାମା ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଓ ଶାନ୍ତିଶୃଙ୍ଖଳାପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୧ ତାରିଖରେ ଆରମ୍ଭ ହୋଇ…

    Leave a Reply

    Your email address will not be published. Required fields are marked *

    You Missed

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    • By admin
    • April 13, 2026
    • 128 views
    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    • By admin
    • April 12, 2026
    • 20 views
    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    • By admin
    • April 10, 2026
    • 25 views
    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    • By admin
    • April 10, 2026
    • 58 views
    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    • By admin
    • April 7, 2026
    • 18 views
    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  

    • By admin
    • April 7, 2026
    • 13 views
    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  
    error: Content is protected !!