ଇଂମ୍ଫା ଥେରୁବାଲି ରେ ଗର୍ବ ଓ ଦେଶଭକ୍ତି ସହ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ |

ଥେରୁବାଲି: ଇଂମ୍ଫା ଥେରୁବାଲି ରେ ୭୭ ତମ ସାଧାରଣତନ୍ତ୍ର ଦିବସ ଗର୍ବ, ଗମ୍ଭୀରତା ଓ ଦେଶଭକ୍ତିର ଉତ୍ସାହ ସହ ସମ୍ମାନରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମଟି ୟୁନିଟ୍ ହେଡ୍ ଓ EIC, ଥେରୁବାଲି ଶ୍ରୀ ଜି.ଭି ରାକେଶ ଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ଶ୍ରୀ ଜି.ଭି ରାକେଶ ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ ଓ ଜାତୀୟ ସଙ୍ଗୀତ ସହ କାର୍ଯ୍ୟକ୍ରମଟି ଆଗକୁ ବଢ଼ିଥିଲା ସମସ୍ତଙ୍କୁ ସମ୍ବୋଧିତ କରି ତାଙ୍କର ଅଭିଭାଷଣ ରଖିଥିଲେ ସେ କହିଥିଲେ ଯେ ଆଜି ର ଏହି ପବିତ୍ର ଦିନ ରେ ଅମ୍ବେ ସମସ୍ତେ ପ୍ରତ୍ୟେକ କର୍ମଚାରୀ ନିଜସ୍ୱ ଉନ୍ନତି ସହିତ କାରଖାନା ବିକାଶ ଓ ସାମୂହିକ ପ୍ରଗତି ଓ ସୁରକ୍ଷା ପ୍ରତି ମଧ୍ୟ ଗୁରୁତ୍ୱ ଦେବାପାଇଁ ଆହ୍ୱାନ ଦେଇଥିଲେ |

ସେ କର୍ମଚାରୀମାନଙ୍କୁ ସଂବିଧାନିକ ମୂଲ୍ୟବୋଧ, ଶିଷ୍ଟାଚାର, ଦଳୀୟ କାର୍ଯ୍ୟ, ଓ ଦେଶପ୍ରତି ଦୃଢ଼ ଦାୟିତ୍ୱବୋଧ କୁ ଆହୁରି ମଜ଼ବୂତ ରଖିବାକୁ ଉପଦେଶ ଦେଇଥିଲେ, ଯାହା ସମସ୍ତଙ୍କ ମଧ୍ୟରେ ଏକତା, ସମ୍ମାନ ଓ ଗର୍ବର ଭାବନା ସୃଷ୍ଟି କରିଥିଲା। ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ଇଂମ୍ଫା ଲେଡିଜ୍ କ୍ଲବର ସଦସ୍ୟମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଅବସରକୁ ଅଧିକ ଗରିମାମୟ ଓ ଉତ୍ସାହଜନକ କରିଥିଲେ।

କାର୍ଯ୍ୟକ୍ରମଟିକୁ ଶ୍ରୀ କ୍ଷିତିଶ ଚନ୍ଦ୍ର ମହାପାତ୍ର, ଉପ ସାଧାରଣ ମହା ପ୍ରଭନ୍ଧକ (ପ୍ରଶାସନ ଓ ମାନବ ସମ୍ବଳ),ଥେରୁବାଲି ସଫଳତାର ସହିତ ସଂଚାଳନା କରିଥିଲେ ଏବଂ ସେ ତାଙ୍କର ଅଭିଭାଷଣ ଜ୍ଞାପନ କରି ସମସ୍ତ ଅତିଥି, ଅଂଶଗ୍ରହଣକାରୀ ଓ ଆୟୋଜକମାନଙ୍କୁ ହୃଦୟପୂର୍ଣ୍ଣ କୃତଜ୍ଞତା ଜଣାଇଥିଲେ।

କାର୍ଯ୍ୟକ୍ରମଟି ଜାତିଗଠନ, ଔଦ୍ୟୋଗିକ ଉତ୍କର୍ଷ ଓ ସସ୍ଥାୟୀ ବିକାଶ ପାଇଁ ଇଂମ୍ଫା ଥେରୁବାଲିର ନୂତନ ପ୍ରତିବଦ୍ଧତା ସହ ସମାପ୍ତ ହୋଇଥିଲା।

  • Related Posts

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଉଲ୍ଲେଖନୀୟ ସଫଳତା,ଯାହା ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଉଠିଛି।ପ୍ରଗତି ଡିଗ୍ରୀ କଲେଜର ଜଣେ ମେଧାବୀ ଛାତ୍ରୀ କୀର୍ତ୍ତିକା କାଡ୍ରାକା,ଯିଏକି ରାମନାଥ କାଡ୍ରାକାଙ୍କ କନ୍ୟା,ଆଇଆଇଟି ଜେଏଏମ୍ ୨୦୨୬…

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ରାୟଗଡ଼ା ଆଦିବାସୀ ମହାସଂଘ (ରାଆମ) ଦ୍ୱାରା ତାଡାମା ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଓ ଶାନ୍ତିଶୃଙ୍ଖଳାପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୧ ତାରିଖରେ ଆରମ୍ଭ ହୋଇ…

    Leave a Reply

    Your email address will not be published. Required fields are marked *

    You Missed

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    • By admin
    • April 13, 2026
    • 129 views
    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    • By admin
    • April 12, 2026
    • 20 views
    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    • By admin
    • April 10, 2026
    • 25 views
    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    • By admin
    • April 10, 2026
    • 59 views
    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    • By admin
    • April 7, 2026
    • 18 views
    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  

    • By admin
    • April 7, 2026
    • 14 views
    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  
    error: Content is protected !!