ରାୟଗଡ଼ -ଅଦ୍ଯ ତା୨୫.୧.୨୬ ରିଖ ରବିବାର ମାଘ ତିଳ ସପ୍ତମୀ ତିଥିରେ ରାୟଗଡ଼ ନଗର ରୟତ କଲୋନୀ ସ୍ଥିତ ସାଇ ମନ୍ଦିର ପରିସରରେ ଡଃ ରତି ରଞ୍ଜନ ଦାଶ ମହାଶୟଙ୍କ “ଢୋଲଟା ଭିତରେ ପଶିଚି ମୂଷା” କବିତା ସଙ୍କଳନ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ସଭାପତି ଡ଼ଃ ରତି ରଞ୍ଜନ ଦାଶ, ମୁଖ୍ୟ ଅତିଥି ଡଃବାଦଲ ତା, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଦାମୋଦର ପଣ୍ଡା, ସମ୍ମାନିତ ଅତିଥି ସୋମେଶ୍ୱର ରାଓ ଓ ସତିଶ୍ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମ ସଫଳ କରାଇଥିଲେ।

କାର୍ଯ୍ୟକ୍ରମ ସଞ୍ଚାଳନ ଅତି ସୁନ୍ଦର ଭାବରେ କରିଥିଲେ ଶ୍ରୀମତୀ ସସ୍ମିତା ମିଶ୍ର । ଭଗବାନ ସାଇଙ୍କ କୃପାରୁ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ପରେ ଶୀତ ଆଧାରିତ କବିତା ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ କବି/କବୀ ଯଥା- ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ, ସଦାଶିବ ରାଜଗୁରୁ, ଲଳିତ ମୋହନ ଯେନା, ପ୍ରଦୀପ ତ୍ରିପାଠୀ,ମାୟାଧର ସାହୁ, ଅରୁଣ ଲେଙ୍କା, ଅରୁଣ ମିଶ୍ର,ରବି ଶତପଥୀ,ଅଖିଳେସ ପଟ୍ଟନାୟକ, ଜୟଦେବ ସିଠ,ଭାଗରଥୀ ଶତପଥୀ, ଶ୍ରୀମତୀ ସସ୍ମିତା ମିଶ୍ର,ମହେଶ୍ବେତା ପାଣିଗ୍ରାହୀ, ଅହଲ୍ୟା ମହାରଣା,ତ୍ରୀବେଣୀ ମିଶ୍ର ଇତ୍ୟାଦି ଅନ୍ଯ ଗଣମାନ୍ଯ କବି/କବୀ ସ୍ବରଚିତ କବିତା ପାଠ କରିଥିଲେ।

କବିତା ସଞ୍ଚାଳନ କରିଥିଲେ ମହେଶ୍ବେତା ପାଣିଗ୍ରାହୀ ଓ ତ୍ରିବେଣୀ ମିଶ୍ର।କବି ରଚି ରଞ୍ଜନ ଦାଶ ମହାଶୟ ତାଙ୍କ ଏ କାର୍ଯ୍ୟକ୍ରମ ରେ ବରିଷ୍ଠ କବି ଶ୍ରୀ ନାରାୟଣ ପଣ୍ଡା, ଲଳିତ ମୋହନ ଯେନା,ମାୟାଧର ସାହୁ, ସଦାଶିବ ରାଜଗୁରୁ, ଜୟଦେବ ସିଠଙ୍କୁ ଉପାୟନ ଦେଇ ସମ୍ମାନିତ କରିଥିଲେ। ଶ୍ରୀ ଦାଶ ନିଜ ମନ କଥା ଭିତରେ ପୁରୁଣା କବି ମଧ୍ୟରେ ସତ୍ୟନାରାୟଣ ଗନ୍ତାୟତ ମହାଶୟଙ୍କ ସାହିତ୍ୟ କୃତି ସମ୍ପର୍କରେ କହିଥିଲେ। ଭାରତୀୟ ମଜଦୁର ସଂଘ ବରିଷ୍ଠ କର୍ମୀ ତଥା ଗଣମାଧ୍ୟମ ମହାନ୍ ଯୋଗେଶ ଦାସ ଭାଇଙ୍କ ଅବଦାନ ସ୍ବୀକାର ଯୋଗ୍ୟ।ଅନ୍ତେ ପ୍ରଶାନ୍ତ ପଟ୍ଟନାୟକ ମହାଶୟଙ୍କ ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା।








