ବର୍ଷକର ଝିଅ ବେକରେ ଛୁରୀ ଦେଖାଇ କାଉନସିଲରଙ୍କ ଘରେ ଲୁଟ୍‌ଝିଅର ପ୍ରାଣ ବଞ୍ଚାଇବାକୁ ଗହଣା ଦେଲେ ମା

ରାୟଗଡ଼ା: ରାୟଗଡ଼ା ସହର ରାମକୃଷ୍ଣ ନଗର ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ଏକ ଜଘନ୍ୟ ଲୁଟ୍‌ ଘଟଣା ଘଟିଛି। ୪ନଂ ୱାର୍ଡ କାଉନସିଲର ସୁକାନ୍ତ ପରିଡ଼ାଙ୍କ ଘରେ ପଶି ଦୁଇଜଣ ମୁଖା ପିନ୍ଧିଥିବା ଦୁର୍ବୁତ ବର୍ଷକର ଝିଅର ବେକରେ ଛୁରୀ ଧରି ଧମକ ଦେଇ ସୁନା ଓ ରୂପା ଗହଣା ଲୁଟିନେଇଛନ୍ତି।

ସୂଚନା ଅନୁସାରେ, ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଦୁଇ ଦୁର୍ବୁତ ଘରର ପଛପଟୁ ପ୍ରବେଶ କରିଥିଲେ। ସେ ସମୟରେ ଘରେ ସୁକାନ୍ତ ପରିଡ଼ାଙ୍କ ପତ୍ନୀ ଓ ତାଙ୍କ ଛୋଟ ଝିଅ ଥିଲେ। ଦୁର୍ବୁତମାନେ ଝିଅର ପ୍ରାଣ ନେବାର ଧମକ ଦେଇ ଘରେ ଥିବା ସମସ୍ତ ଗହଣା ଦେବାକୁ ବାଧ୍ୟ କରିଥିଲେ।ଝିଅର ପ୍ରାଣ ବଞ୍ଚାଇବାକୁ ସୁକାନ୍ତଙ୍କ ପତ୍ନୀ ଦୁଇ ହଳ କାନଫୁଲ, ମଙ୍ଗଳସୂତ୍ର, ଦୁଇ ହଳ ରୂପା ପାଉଁଜି ଓ ଛୋଟ ଝିଅର ୪ଟି ଖଡ଼ୁ ଦୁର୍ବୁତମାନଙ୍କୁ ଦେଇଥିଲେ। ଗହଣା ନେଇ ଦୁର୍ବୁତମାନେ ଘଟଣାସ୍ଥଳରୁ ପଳାଇଯାଇଥିଲେ।

ଘଟଣା ପରେ ସୁକାନ୍ତ ପରିଡ଼ାଙ୍କ ପତ୍ନୀ ଫୋନ୍‌ ଯୋଗେ ସମସ୍ତ ଘଟଣା ସ୍ୱାମୀଙ୍କୁ ଜଣାଇଥିଲେ। ସୂଚନା ପାଇ ସୁକାନ୍ତ ତୁରନ୍ତ ଘରେ ପହଞ୍ଚି ରାୟଗଡ଼ା ଟାଉନ ଥାନାକୁ ଖବର ଦେଇଥିଲେ।ଖବର ପାଇ ପୋଲିସ ଅନୁସନ୍ଧାନୀ କୁକୁର ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାର ତଦନ୍ତ ରାୟଗଡ଼ା ଟାଉନ ଥାନା ଆଇଆଇସି ପ୍ରସନ୍ନ କୁମାର ବେହେରା ନିଜେ କରୁଥିବା ଜଣାପଡିଛି।

  • Related Posts

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଉଲ୍ଲେଖନୀୟ ସଫଳତା,ଯାହା ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଉଠିଛି।ପ୍ରଗତି ଡିଗ୍ରୀ କଲେଜର ଜଣେ ମେଧାବୀ ଛାତ୍ରୀ କୀର୍ତ୍ତିକା କାଡ୍ରାକା,ଯିଏକି ରାମନାଥ କାଡ୍ରାକାଙ୍କ କନ୍ୟା,ଆଇଆଇଟି ଜେଏଏମ୍ ୨୦୨୬…

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ରାୟଗଡ଼ା ଆଦିବାସୀ ମହାସଂଘ (ରାଆମ) ଦ୍ୱାରା ତାଡାମା ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଓ ଶାନ୍ତିଶୃଙ୍ଖଳାପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୧ ତାରିଖରେ ଆରମ୍ଭ ହୋଇ…

    Leave a Reply

    Your email address will not be published. Required fields are marked *

    You Missed

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    • By admin
    • April 13, 2026
    • 128 views
    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    • By admin
    • April 12, 2026
    • 20 views
    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    • By admin
    • April 10, 2026
    • 25 views
    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    • By admin
    • April 10, 2026
    • 58 views
    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    • By admin
    • April 7, 2026
    • 18 views
    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  

    • By admin
    • April 7, 2026
    • 13 views
    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  
    error: Content is protected !!