କେବିକେ ସୁରକ୍ଷା ଓ ଉନ୍ନୟନ ପରିଷଦର ଆନୁଷ୍ଠାନିକ ଶୁଭାରମ୍ଭ

ଆଜି ହୋଟେଲ ତେଜସ୍ୱୀ ଇଣ୍ଟରନ୍ୟାସନାଲରେ “କେବିକେ ସୁରକ୍ଷା ଓ ଉନ୍ନୟନ ପରିଷଦ”ର ଆନୁଷ୍ଠାନିକ ଶୁଭାରମ୍ଭ ଏବଂ ଜିଲ୍ଲା ସଭାପତିଙ୍କ ନିଯୁକ୍ତି ସମାରୋହ ଉପଲକ୍ଷେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସମାରୋହରେ ଶ୍ରୀମତୀ ବିଦୁଲତା ହୁଇକାଙ୍କୁ କେବିକେ ସୁରକ୍ଷା ଓ ଉନ୍ନୟନ ପରିଷଦର ରାୟଗଡା ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଛି।

କେବିକେ ପରିଷଦ କେବିକେ ଅଞ୍ଚଳର ଜିଲ୍ଲାଗୁଡ଼ିକର ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ବିକାଶକୁ ଲକ୍ଷ୍ୟ କରି କାର୍ଯ୍ୟ କରିବ। ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, କୋରାପୁଟ, ରାୟଗଡା ଓ ନବରଙ୍ଗପୁର—ଏହି ଚାରୋଟି ଜିଲ୍ଲା ଉପରେ ବିଶେଷ ଧ୍ୟାନ ଦିଆଯିବ।

ସାମ୍ବାଦିକ ସମ୍ମିଳନୀରେ ପରିଷଦର ଅଧ୍ୟକ୍ଷ ଶ୍ରୀ ହରିଶ ଚନ୍ଦ୍ର ପରିଡା ଅଧ୍ୟକ୍ଷତା କରିଥିବା ବେଳେ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଜୀବନ ଜ୍ୟୋତି ଗଡନାୟକ ଓ ରାୟଗଡା ଜିଲ୍ଲା ସଭାପତି ଶ୍ରୀମତୀ ବିଦୁଲତା ହୁଇକା ଉପସ୍ଥିତ ଥିଲେ।

ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ପରିଡା କହିଥିଲେ ଯେ, ଜିଲ୍ଲାରେ ବ୍ୟବହୃତ ବିଭିନ୍ନ ସରକାରୀ ପାଣ୍ଠି ଉପରେ ସଚେତନତା ସୃଷ୍ଟି କରିବା, ତାହାର ସଠିକ୍ ବ୍ୟବହାର ପାଇଁ ପ୍ରହରୀ ଭାବେ କାମ କରିବା, ଅଭିଯୋଗ ସମାଧାନ ଉପରେ ଗୁରୁତ୍ୱ ଦେବା ସହିତ ସମାଜ ଓ ସରକାରଙ୍କ ମଧ୍ୟରେ ଏକ ସେତୁ ଭାବେ ପରିଷଦ କାର୍ଯ୍ୟ କରିବ।ସାମ୍ବାଦିକ ସମ୍ମିଳନୀର ଶେଷରେ ଶ୍ରୀ ଜୀବନ ଜ୍ୟୋତି ଗଡନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

  • Related Posts

    ମହିଳା ସୁରକ୍ଷାରେ ବିଜେପି ବିଫଳ: କଂଗ୍ରେସ ନେତ୍ରୀ ମୀନାକ୍ଷୀ ବାହିନୀପତିଙ୍କ ଆକ୍ରୋଶ

    ରାୟଗଡ଼ା, : ମହିଳାଙ୍କୁ ସୁରକ୍ଷା ଦେବାରେ ବିଜେପି ସରକାର ବିଫଳ ହୋଇଛି। ଦେଶରେ ପଞ୍ଚାୟତରାଜ ବ୍ୟବସ୍ଥାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେଇପାରି ନାହାନ୍ତି ସରକାର। ୨୦୨୩ ମସିହାରେ ମହିଳାଙ୍କ ସଂରକ୍ଷଣ ପାଇଁ ବିଲ୍ ପାସ୍‌ ହୋଇଥିଲେ ହେଁ ତାକୁ କାର୍ଯ୍ୟକାରୀ…

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଉଲ୍ଲେଖନୀୟ ସଫଳତା,ଯାହା ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଉଠିଛି।ପ୍ରଗତି ଡିଗ୍ରୀ କଲେଜର ଜଣେ ମେଧାବୀ ଛାତ୍ରୀ କୀର୍ତ୍ତିକା କାଡ୍ରାକା,ଯିଏକି ରାମନାଥ କାଡ୍ରାକାଙ୍କ କନ୍ୟା,ଆଇଆଇଟି ଜେଏଏମ୍ ୨୦୨୬…

    Leave a Reply

    Your email address will not be published. Required fields are marked *

    You Missed

    ମହିଳା ସୁରକ୍ଷାରେ ବିଜେପି ବିଫଳ: କଂଗ୍ରେସ ନେତ୍ରୀ ମୀନାକ୍ଷୀ ବାହିନୀପତିଙ୍କ ଆକ୍ରୋଶ

    • By admin
    • April 23, 2026
    • 8 views
    ମହିଳା ସୁରକ୍ଷାରେ ବିଜେପି ବିଫଳ: କଂଗ୍ରେସ ନେତ୍ରୀ ମୀନାକ୍ଷୀ ବାହିନୀପତିଙ୍କ ଆକ୍ରୋଶ

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    • By admin
    • April 13, 2026
    • 134 views
    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    • By admin
    • April 12, 2026
    • 23 views
    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    • By admin
    • April 10, 2026
    • 29 views
    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    • By admin
    • April 10, 2026
    • 60 views
    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    • By admin
    • April 7, 2026
    • 20 views
    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।
    error: Content is protected !!