
ଅତିଶିଘ୍ର ନିର୍ମାଣ ହେବ ରାଜ୍ୟ ବ୍ରାହ୍ମଣ କଲ୍ୟାଣ ମଣ୍ଡପ

ବ୍ରାହ୍ମଣ କଲ୍ୟାଣ ନିଗମ ଦାବିକୁ ସରକାର ଅଣଦେଖା କଲେ ହେବ ବିଶାଳ ବ୍ରାହ୍ମଣ ସମାବେଶ- ରାଜ୍ୟ ସଭାପତି ଡ଼ଃ ସଦାନନ୍ଦ ଦୀକ୍ଷିତ।

ରାୟଗଡ-ରାୟଗଡ ଜିଲ୍ଲା ବ୍ରାହ୍ମଣ ସମାଜର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ କୋରାପୁଟ ଛକ ସେବା ସମାଜ ପ୍ରାଙ୍ଗଣରେ ଜିଲ୍ଳା ବ୍ରାହ୍ମଣ ସମାଜର ସଭାପତି ମଦନ ମହନ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ରାଜ୍ୟ ସଭାପତି ଡ଼ଃ ସଦାନନ୍ଦ ଦିକ୍ଷୀତ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବା ବେଳେ ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ତଥା ଜିଲ୍ଲା ସମ୍ପାଦକ କିଶୋର ଚନ୍ଦ୍ର ପଣ୍ଡା,ରାଜ୍ୟ ଉପସଭାପତି ରଞ୍ଜନ ରଥ ପ୍ରମୁଖ ମଞ୍ଚାସିନ ଥିଲେ। ଏହି ଅବସରରେ ରାୟଗଡ ଜିଲ୍ଲାର ୧୧ଟି ବ୍ଲକ ସଂଗଠନ ମାନଙ୍କର ଶତାଧିକ କର୍ମକର୍ତ୍ତା ଯୋଗଦେଇ କିଭଳି ବ୍ଲକ ଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ସଂଗଠନ ସୁଦୃଢ କରାଯିବ ଏବଂ ସମସ୍ୟାକୁ ନେଇ ଆଲୋଚନାରେ ଭାଗ ନେଇ ମତ ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବ୍ରାହ୍ମଣ ସମାଜ ତରଫରୁ ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ ମଙ୍ଗୁଳୁ ଚରଣ ତ୍ରିପାଠୀ,ରାୟଗଡ,ସଂଜୟ ସାହୁ,ଗୁଣପୁର,ପୁରୋହିତ ଅନନ୍ତ ଚରଣ ରଥ,ରାୟଗଡ,ଅବସର ପ୍ରାପ୍ତ ପ୍ରଫେସର କାମାକ୍ଷି ପ୍ରସାଦ ଦାସ,ରାୟଗଡ,ଶ୍ୟାମ ସୁନ୍ଦର ସାହୁ ,ପଦ୍ମପୁରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତା ସହିତ ଜିଲ୍ଲା ବ୍ରାହ୍ମଣ ସମାଜ ତରଫରୁ ପ୍ରସ୍ତୁତ କ୍ୟାଲେଣ୍ଡର ଅତିଥିମାନଙ୍କ ଦ୍ୱାରା ଉନ୍ମଚନ କାରାଯିବା ସହ କ୍ୟାଲେଣ୍ଡର ନିମନ୍ତେ ପୃଷ୍ଠପୋଷକତା କରୁଥିବା ବଦାନ୍ୟ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଛି। ମୁଖ୍ୟ ଅତିଥି ରାଜ୍ୟ ସଭାପତି ଡ଼ଃ ସଦାନନ୍ଦ ଦୀକ୍ଷିତ ନିଜ ବକ୍ତବ୍ୟରେ ରାଜ୍ୟ ବ୍ରାହ୍ମଣ କଲ୍ୟାଣ ମଣ୍ଡପ ନିର୍ମାଣ ନିମନ୍ତେ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଅତିଶିଘ୍ର ନିର୍ମାଣ ହେବା ନେଇ ସୂଚନା ଦେଇଥିଲେ। ଅନ୍ୟ ପକ୍ଷେ ଦୀର୍ଘ ବର୍ଷ ହେବ ବ୍ରାହ୍ମଣ କଲ୍ୟାଣ ନିଗମ ନିର୍ମାଣ କରିବାକୁ ସରକାରଙ୍କୁ ବାରମ୍ବାର କରୁଥିଲେ ବି ସରକାର ଶୁଣୁ ନାହାନ୍ତି।

ଏହି ଦାବିକୁ ସରକାର ଅଣଦେଖା କଲେ ରାଜ୍ୟର ସମସ୍ତ ବ୍ରାହ୍ମଣ ସଙ୍ଗଠନକୁ ନେଇ ବିଶାଳ ସମାବେଶ କରାଯିବ ବୋଲି ପ୍ରକାଶ କରିଛନ୍ତି। ଅପର ପକ୍ଷେ ଏହି ଅସରରେ ଟିକିରି ଶକ୍ତି ବାହିନୀ ଏବଂ ରାମ କୃଷ୍ଣ ନଗର ଶକ୍ତି ବାହିନୀର ଶତାଧିକ ମହିଳାଙ୍କ ସମେତ ସହରରେ ରହିଥିବା ୱାର୍ଡ ସଂଗଠନର କର୍ମକର୍ତ୍ତା, ସଦସ୍ୟ ହଜାର ସଂଖ୍ୟାରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ସଦସ୍ୟ ଜଗଦୀଶ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଅରୁଣ ପାଣିଗ୍ରାହୀ,ଅଶୋକ ସାହୁ,ରାଜେଶ ପାଢ଼ୀ,ପ୍ରଶାନ୍ତ ତ୍ରିପାଠୀ,ଅଜୟ ରଥଙ୍କ ସହଜଗରେ ଆୟୋଜିତ ହୋଇଥିବା ବେଳେ ସଦସ୍ୟ ରାଜ କିଶୋର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।








