ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭୂବନେଶ୍ଵର ଓଡ଼ିଶା ର ରାଜଧାନୀ ବିଏମେସି ଅଧିନସ୍ଥ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ନମ୍ବର, ୩ ମଞ୍ଚେଶ୍ଵର ପ୍ରଗତି ବିହାର ଠାରେ ସଭାପତି ଡଃ ଏ କେ ମିଶ୍ର ପ୍ରିନ୍ସିପାଲ୍ଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ଵର ସିଭିଲ ଡିଫେନ୍ସ ଅନୁଷ୍ଠାନ ପକ୍ଷରୁ ଦୁର୍ଘଟଣା ଜନିତ ରକ୍ଷା ନିମନ୍ତେ ଏକ ପ୍ରଶିକ୍ଷଣ ଅଭ୍ୟାସ ସଚେତନତା ଶିବିର ବିଦ୍ୟାଳୟର ପରିସରରେ ଥିବା ଏମ୍ ପି ହୋଲ୍ ଠାରେ ଶାନ୍ତି ଶୃଙ୍ଖଳାର ସହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରିନ୍ସିପାଲ୍ ଡଃ ଏକେ ମିଶ୍ର ଆୟୋଜିତ ଉକ୍ତ ପ୍ରଶିକ୍ଷଣ ଅଭ୍ୟାସ ଶିବିରରେ ବିଦ୍ୟାଳୟର ପ୍ରାୟ ୧୫ ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଭାଗନେଇ ଘର ପୋଡ଼ି, ସଡ଼କ ଦୁର୍ଘଟଣା, ବନ୍ୟା ବିପନ୍ନଙ୍କୁ ବିପଦ ବେଳେ କେଉଁ ଭଳି ଭାବେ ନିରାପଦରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତାରିତ କରାଯାଇ ପାରିବ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ପ୍ରଶିକ୍ଷଣ ଅଭ୍ୟାସ ପ୍ରଦାନ କରାଯାଇଥିଲା ।


ଏହି ଅବସରରେ ଭୁବନେଶ୍ଵର ସ୍ଥିତ ସିଭିଲ ଡିଫେନ୍ସ ଅନୁଷ୍ଠାନର ପ୍ରାୟ ୧୫ ଜଣ ମହିଳା ଓ ପୁରୁଷ ପ୍ରଶିକ୍ଷଣ ଅଧିକାରୀ ଯୋଗଦେଇ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଅଭ୍ୟାସ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଶ୍ରୀଯୁକ୍ତ ସୁବ୍ରତ କୁମାର ବଳିଆର ସିଂହ କେ,ଭି, ମଞ୍ଚ ସଞ୍ଚାଳନ କରିଥିବାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପ୍ରଫୁଲ୍ଲ ମନରେ ସହଯୋଗ କରିଥିଲେ ।









