ରାୟଗଡରେ ୨୦୨୭ ଜନଗଣନାର ପ୍ରସ୍ତୁତିକାଳୀନ ବୈଠକ

ରାୟଗଡ଼, ତା: ୬/୦୨.୨୦୨୬: ରାୟଗଡ ଜିଲ୍ଲା ପରିଷଦ ସଭାଗୃହରେ ୨୦୨୭ ଜନଗଣନାର ପ୍ରସ୍ତୁତିକାଳୀନ ବୈଠକ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ରାୟଗଡ ଶ୍ରୀ ନବୀନ ଚନ୍ଦ୍ର ନାୟକଙ୍କ ଅଧକ୍ଷତା ଆୟୋଜିତ ହୋଇଥିଲା।ଏହି ବୈଠକରେ ଉପଜିଲ୍ଲାପାଳ ରାୟଗଡ ଶ୍ରୀ ରମେଶ କୁମାର ଜେନା,ଶ୍ରୀ ସୁଜିତ କୁମାର ପ୍ରଧାନ, ସହାୟକ ନିର୍ଦ୍ଦେଶକ (ଜିଲ୍ଲା ନୋଡାଲ ଅଧିକାରୀ), ଜନଗଣନା ନିର୍ଦ୍ଦେଶକତ୍ୱ ଶ୍ରୀ ଏନ୍. ଗଣେଶ, ଏସ୍.ଆଇ. ଗ୍ରୁପ୍-II (ଜିଲ୍ଲା ପରିଚଳକ)ଙ୍କ ଦ୍ୱାରା ଜନଗଣନା ୨୦୨୭ ପାଇଁ ସରକାରଙ୍କ ଆଭି ଆଭିମୁଖ୍ୟ, ପ୍ରସ୍ତୁତି, ପଦକ୍ଷେପ, ପ୍ରକ୍ରିୟା ଉପରେ ବିଶେଷ ଆଲୋଚନା କରିଥିଲେ। ଏହି ବୈଠକରେ ସହକାରୀ ଜିଲ୍ଲାପାଳ ଶିବ ପ୍ରସାଦ ସାହୁ ଓ  ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ତହସିଲଦାର,ଅତିରିକ୍ତ ତହସିଲଦାର, ନିର୍ବାହୀ ଅଧକାରୀ ,ଜନଗଣନା ସହ ସଂପୃକ୍ତ କର୍ମଚାରୀ,  ଉପସ୍ଥିତ ଥିଲେ । 

ଏହି ବୈଠକରେ ଜନଗଣନା କାର୍ଯ୍ୟର ସମସ୍ତ ଦକ୍ଷତା ଓ ପ୍ରଣାଳୀ ଉପରେ ଚର୍ଚ୍ଚା ହୋଇଛି। ଏହି ଜନଗଣନାରେ ଜିଲ୍ଲାରେ ପ୍ରମୁଖ ଜନଗଣନା ଅଧୂକାରୀ ଜିଲ୍ଲାପାଳ ରହି ସମସ୍ତ କାର୍ଯ୍ୟକ୍ରମର ସମ୍ନ୍ୱୟନ କରିବେ। ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ  ଜନଗଣନା କାର୍ଯ୍ୟର ପ୍ରଶାସନିକ ନିରୀକ୍ଷଣ, ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବରେ ସହାୟତା କରିବେ। ତହସିଲଦାର ସମେତ ଅନ୍ୟାନ୍ୟ ଅଧିକାରୀ ତଥ୍ୟ ସଂଗ୍ରହ ଓ ଯାଞ୍ଚ ପ୍ରକ୍ରିୟାରେ ସହାୟତା କରିବେ। 

ଏହି ଜନଗଣନା ଭାରତର ୧୬ମ ଜନଗଣନା ଏବଂ ସ୍ୱାଧୀନତା ପରେ ୮ମ ଜନଗଣନା ଅଟେ। ସରକାରୀ ନୀତି, ଯୋଜନା ଓ ବିକାଶ କାର୍ଯ୍ୟକୁ ନିର୍ଦ୍ଦେଶ ଦେବା ପାଇଁ ଏହାର ତଥ୍ୟ ଅତ୍ୟନ୍ତ ଉପଯୋଗୀ। ଜନଗଣନା ଦୁଇ ପର୍ଯ୍ୟାୟରେ ହେବ, ପ୍ରଥମ ପର୍ଯ୍ୟାୟରେ (ଘର ତାଲିକାଭୁକ୍ତ ଘର ଗଣନା) ଘରର ଅବସ୍ଥା, ସୁବିଧା ଓ ସମ୍ପତ୍ତି ବିଷୟରେ ତଥ୍ୟ ସଂଗ୍ରହ କରାଯିବ। ଏହା ୩୦ ଦିନର କାର୍ଯ୍ୟକାଳରେ ୧୬ ଏପ୍ରିଲ୍‌ ୨୦୨୬ରୁ ୧୫ ମେ ୨୦୨୬ ପର୍ଯ୍ୟନ୍ତ ଚଳିବ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ (ଜନସଂଖ୍ୟା ଗଣନା) ଜନସଂଖ୍ୟା, ବୟସ୍‌, ଆଦିବାସୀ/ଜନଜାତି, ଗର୍ଭଧାରଣ, ପ୍ରବାସ ଓ ଅର୍ଥନୀତି ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ହେବ। ଏହା ୯ରୁ ୨୮ ଫେବ୍ରୁଆରୀ ୨୦୨୭ ପର୍ଯ୍ୟନ୍ତ ଚଳିବ, ଯେଉଁ ମାନେ ନିଜର ବ୍ୟକ୍ତିଗତ ତଥ୍ୟ ସଂଶୋଧନ କରିବାକୁ ଚାହିଁବେ  ୧ରୁ ୫ ମାର୍ଚ୍ଚ ୨୦୨୭ ମଧ୍ୟରେ କରିପାରିବେ। ଜନଗଣନା ୨୦୨୭ ର ତଥ୍ୟ ତା ୧ ମାର୍ଚ୍ଚ ୨୦୨୭, ୦୦:୦୦ ଘଂଟିକା ରୁ ଗ୍ରହଣ କରାଯିବ।

ଏହି ଜନଗଣନାରେ ଓଡ଼ିଶାର କୋଡ୍‌ ୨୨ ଓ ରାୟଗଡ଼ାର କୋଡ୍‌ ୨୭ ଅଟେ। ଏହା ପାଇଁ ୯ଟି ସର୍କ୍ୟୁଲାର୍‌ ଜାରି ହୋଇଛି।ଡିଜିଟାଲ୍‌ ସରଞ୍ଜାମ ଓ ନୂତନ ପ୍ରଣାଳୀ ଏହି ଜନଗଣନାରେ ସାମିଲ କରାଯାଇଛି। ମୋବାଇଲ୍‌ ଆପ୍‌, ଜନଗଣନା ପରିଚାଳନା ଓ ନିରୀକ୍ଷଣ ପୋର୍ଟାଲ୍‌, ସ୍ୱୟଂ-ଗଣନା ଓ୍ୱେବ୍‌ ପୋର୍ଟାଲ୍‌, ଏଆଇ ଚାଟ୍‌ବଟ୍‌ ଓ ଓ୍ୱେବ୍‌ ଆପ୍‌ ଆଦି ବ୍ୟବହାର ହେବ। ଡିଜିଟାଲ୍ ସିଷ୍ଟମ୍ ଓ ସେଲ୍ଫ୍-ଇନୟୁମେରେସନ୍ ପୋର୍ଟାଲ୍ ମାଧ୍ୟମରେ ଏହି ଗଣନା ହେବା ପାଇଁ ସମସ୍ତେ ପ୍ରସ୍ତୁତ ରହିବା ଉପରେ ଗୁରୁତ୍ୱ ଦିଆଯାଇଛି।

  • Related Posts

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଉଲ୍ଲେଖନୀୟ ସଫଳତା,ଯାହା ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଉଠିଛି।ପ୍ରଗତି ଡିଗ୍ରୀ କଲେଜର ଜଣେ ମେଧାବୀ ଛାତ୍ରୀ କୀର୍ତ୍ତିକା କାଡ୍ରାକା,ଯିଏକି ରାମନାଥ କାଡ୍ରାକାଙ୍କ କନ୍ୟା,ଆଇଆଇଟି ଜେଏଏମ୍ ୨୦୨୬…

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ରାୟଗଡ଼ା ଆଦିବାସୀ ମହାସଂଘ (ରାଆମ) ଦ୍ୱାରା ତାଡାମା ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଓ ଶାନ୍ତିଶୃଙ୍ଖଳାପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୧ ତାରିଖରେ ଆରମ୍ଭ ହୋଇ…

    Leave a Reply

    Your email address will not be published. Required fields are marked *

    You Missed

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    • By admin
    • April 13, 2026
    • 129 views
    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    • By admin
    • April 12, 2026
    • 20 views
    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    • By admin
    • April 10, 2026
    • 25 views
    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    • By admin
    • April 10, 2026
    • 59 views
    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    • By admin
    • April 7, 2026
    • 19 views
    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  

    • By admin
    • April 7, 2026
    • 14 views
    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  
    error: Content is protected !!