ଜିଲ୍ଲା ସ୍ତରୀୟ ସ୍ଵତନ୍ତ୍ର ସଘନ ସଂଶୋଧନ ପ୍ରସ୍ତୁତିର ସମୀକ୍ଷା ଅନୁଷ୍ଠିତ

ରାୟଗଡ଼ ତା ୦୬. ୦୨. ୨୬ ଜିଲ୍ଲା ନିର୍ବାଚନ ଉପ ବିଭାଗ ତରଫରୁ ରାୟଗଡା ଜିଲ୍ଲା ସ୍ତରୀୟ ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ ଆଇ ଆର) ର ପ୍ରସ୍ତୁତି ସମ୍ପର୍କିତ ସମୀକ୍ଷା ବୈଠକ ସ୍ଥାନୀୟ ରାୟଗଡ଼ ବ୍ଳକ ସଦଭାବନା କକ୍ଷରେ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଆଇଏଏସ ଯୋଗଦେଇ ଜିଲ୍ଲାରେ ଏହାର ପ୍ରଗତି ବିଷୟରେ ତିନୋଟି ନିର୍ବାଚନ ମଣ୍ଡଳୀର ନିର୍ବାଚକ ପଞ୍ଜୀକରଣ ଅଧିକାରୀ, ବିଡିଓ, ପୌରାଞ୍ଚଳ ଓ ଏନ ଏ ସି ର ନିର୍ବାହୀ ଅଧିକାରୀ ଏବଂ କମ କାର୍ଯ୍ୟ ସମ୍ପାଦନ କରିଥିବା ଏକଶହ ତିନି ଜଣ ବୁଥ ସ୍ତରୀୟ ଅଧିକାରୀଙ୍କ ସହ ସଂଯୋଗୀକରଣର ସ୍ଥିତି ବିଷୟରେ ଆଲୋଚନା କରିଥିଲେ | ଅତିରିକ୍ତ ଜିଲ୍ଲାପାଳ ତଥା ବିଷମକଟକ ନିର୍ବାଚନମଣ୍ଡଳୀର ନିର୍ବାଚକ ପଞ୍ଜୀକରଣ ଅଧିକାରୀ ନବିନ ଚନ୍ଦ୍ର ନାଏକ, ରାୟଗଡ଼ ଉପଜିଲ୍ଲାପାଳ ରମେଶ କୁମାର ଜେନା, ଡ଼େପୁଟି କଲେକ୍ଟର ମାନୁଏଲା ପ୍ରିୟଦର୍ଶିନୀ ଓ ବିଚିତ୍ରା ସେଠୀ ମଞ୍ଚାସୀନ ଥିଲେ |

ସମୀକ୍ଷାରେ ଭୋଟର ସଂଯୋଗୀକରଣ, ଅନଲାଇନ ଫର୍ମ ଗୁଡିକର ଅନୁମୋଦନ, ଭୋଟର ତାଲିକାରେ ଆଂଶିକ କିମ୍ବା ଅଦୃଶ୍ୟ ଫଟୋ, ତଥ୍ୟ ଓ ଗୃହ ସଂଖ୍ୟା ସଂଶୋଧନ, ବୁକ ଏ କଲ ର ସମୟସୀମା ମଧ୍ୟରେ ଉପସ୍ଥାନ ଆଦି ବିଷୟ ସ୍ଥାନିତ ହୋଇଥିଲା |

ଓଡ଼ିଶାରେ ଭୋଟର ତାଲିକାର ସ୍ଵତନ୍ତ୍ର ସଘନ ସଂଶୋଧନ ଆଗାମୀ ଦିନରେ ପ୍ରାରମ୍ଭ ହେବାକୁ ଥିବା ବେଳେ ପ୍ରତି ଜିଲ୍ଲାରେ ଏହାର ପ୍ରସ୍ତୁତି କାର୍ଯ୍ୟ ଜୋରଦାରରେ ଚାଲିଛି | ବୁଥ ସ୍ତରୀୟ ଅଧିକାରୀ ବୃନ୍ଦ 2002 ଭୋଟର ତାଲିକାରେ ଥିବା ଭୋଟରଙ୍କ ନାମକୁ 2025 ମସିହାର ଭୋଟର ତାଲିକା ର ନାମ ସହ ସଂଯୋଗ କରୁଛନ୍ତି | ଗୁଣପୁର ନିର୍ବାଚନ ମଣ୍ଡଳୀ ରେ ଶତକଡା ସତୁରି , ବିଷମକଟକ ନିର୍ବାଚନମଣ୍ଡଳୀ ରେ ବାସ୍ତରୀ ଓ ରାୟଗଡ଼ ନିର୍ବାଚନ ମଣ୍ଡଳୀ ରେ ଛସ୍ତରି ଭାଗ ଭୋଟରଙ୍କ ବର୍ତ୍ତମାନ ସୁଦ୍ଧା ସଂଯୋଗୀକରଣ ଫଳରେ ଜିଲ୍ଲାର ମୋଟ ସାତ ଲକ୍ଷ ବାଇସି ହଜାର ନଅ ଶହ ଛାୟାଅଶୀ ଜଣ ଭୋଟରଙ୍କ ମଧ୍ୟରୁ ପାଞ୍ଚ ଲକ୍ଷ ଦୁଇ ହଜାର ଦୁଇଶହ ଅଣାଅଶୀ ଜଣ ସଂଯୋଗୀକୃତ ହୋଇଛନ୍ତି ଯାହାକି ପ୍ରାୟ ସତୁରି ଶତକଡା ଅଟେ |

ଭୋଟର ଓ ତାଙ୍କ ପିତା, ମାତାଙ୍କ ତଥ୍ଯ ସଂଗ୍ରହ କରିବା ସହ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଏବଂ ଶତ ପ୍ରତିଶତ ସଂଯୋଗୀକରଣ ହାସଲ କରିବା ନିମନ୍ତେ ବୁଥ ସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାସହ ତୃଟିଶୂନ୍ୟ ସୁସ୍ଥ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆବଶ୍ୟକ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ଭୋଟରଙ୍କୁ ଅନୁରୋଧ କରିଛନ୍ତି |

  • Related Posts

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଉଲ୍ଲେଖନୀୟ ସଫଳତା,ଯାହା ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଉଠିଛି।ପ୍ରଗତି ଡିଗ୍ରୀ କଲେଜର ଜଣେ ମେଧାବୀ ଛାତ୍ରୀ କୀର୍ତ୍ତିକା କାଡ୍ରାକା,ଯିଏକି ରାମନାଥ କାଡ୍ରାକାଙ୍କ କନ୍ୟା,ଆଇଆଇଟି ଜେଏଏମ୍ ୨୦୨୬…

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ରାୟଗଡ଼ା ଆଦିବାସୀ ମହାସଂଘ (ରାଆମ) ଦ୍ୱାରା ତାଡାମା ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଓ ଶାନ୍ତିଶୃଙ୍ଖଳାପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୧ ତାରିଖରେ ଆରମ୍ଭ ହୋଇ…

    Leave a Reply

    Your email address will not be published. Required fields are marked *

    You Missed

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    • By admin
    • April 13, 2026
    • 129 views
    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    • By admin
    • April 12, 2026
    • 20 views
    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    • By admin
    • April 10, 2026
    • 25 views
    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    • By admin
    • April 10, 2026
    • 59 views
    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    • By admin
    • April 7, 2026
    • 18 views
    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  

    • By admin
    • April 7, 2026
    • 14 views
    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  
    error: Content is protected !!