ବିଭିନ୍ନ ବାଣିଜ୍ୟିକ ଅନୁଷ୍ଠାନରେ ଚଢ଼ାଉ ।ଗ୍ୟାସ ସିଲିଣ୍ଡର କଳା ବଜାର ରୋକିବାକୁ ପ୍ରଶାସନ ତପ୍ତର ।

ରାୟଗଡ / ଗୁଣପୁର ତା:୨୭-୦୩-୨୦୨୬ରିଖ ଦିନ ରାୟଗଡ ଜିଲ୍ଲାପାଳ ଆଶୁତୋଷ କୂଳକର୍ଣ୍ଣିଙ୍କ ନିର୍ଦ୍ଦେଶକ୍ରମେ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପଙ୍କ ତତ୍ୱବୋଧାନରେ ଗୁଣପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ପ୍ରଶାସନିକ ଚଢ଼ାଉ କରାଯାଇଥିଲା । ବିଭିନ ହୋଟେଲ, ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକରେ ଅବୈଧ ଭାବେ ଘୋରେଇ ଗ୍ୟାସ ସିଲିଣ୍ଡର ବ୍ୟବହାର ହେଉଥିବା ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କ ନଜରକୁ ଆସିବାପରେ ଆଜି ପ୍ରଶାସନ ତରଫରୁ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ଚଢ଼ାଉ ହୋଇଛି । ଗୁଣପୁର ସହରର ଭାମ୍ସି କ୍ରିଷ୍ଣା, ଗ୍ରୀନ ଚିଲ୍ଲୀ, ନିଉ ଗ୍ରୀନ ଚିଲ୍ଲୀ, ଆରକେ, ହାଇଦ୍ରାବାଦ ବିରିୟାନି, ପକ୍ଵନ, ରେଡ଼ ଚିଲ୍ଲୀ ଭଳି ବିଭିନ୍ନ ହୋଟେଲରେ ଚଢ଼ାଉ କରି ନିଉ ଗ୍ରୀନ ଚିଲ୍ଲୀ ହୋଟେଲରୁ ଗୁଣପୁର ଅତିରିକ୍ତ ତହସିଲଦାର ଅଭିଳାଷ ଶତପଥୀ ରାମନଗୁଡା ଅତିରିକ୍ତ ତହସିଲଦାର ଦୀପରାଣୀ ବେହେରା ଓ ଯୋଗାଣ ବିଭାଗ ପ୍ରଦୀପ ନାଲା ଆଦି ଚଢ଼ାଉ କରି ତିନୋଟି ଘରେଇ ଗ୍ୟାସ ସିଲିଣ୍ଡର ଜବତ କରିଛନ୍ତି ଓ ଘରେଇ ଗ୍ୟାସ ସିଲିଣ୍ଡର ବ୍ୟବହାର ନକରିବାକୁ ପରାମର୍ଶ ଦେଇଛନ୍ତି ।

ମୁନିଗୁଡା ତହସିଲଦାର ଏମ ଅନୁରାଧାଙ୍କ ନେତୃତ୍ୱରେ ଅତିରିକ୍ତ ତହସିଲଦାର ବ୍ରଜ ଗୋପାଳ ଦାସ ପ୍ରମୁଖ ମୁନିଗୁଡା ଗ୍ୟାସ ଗୋଦାମ, ହୋଟେଲ ଆଦିରେ ଚଢ଼ାଉ କରାଯାଇ ବିଭିନ୍ନ ହୋଟେଲ ମାଲିକଙ୍କ ଠାରୁ ଘରେଇ ଗ୍ୟାସ ବ୍ୟବହାର ନକରିବାକୁ ସ୍ବୀକାରୋକ୍ତି ଲିଖିତ ଭାବେ ଆଦାୟ କରିଛନ୍ତି । ସେହିପରି ରାମନଗୁଡା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ରାମନଗୁଡାର ବିଭିନ୍ନ ହୋଟେଲରେ ଚଢ଼ାଉ କରାଯାଇ ଘରେଇ ଗ୍ୟାସ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଥିଲା । ପଦ୍ମପୁର, ଗୁଡାରି, ବିଷମକଟକ ଆଦି ସ୍ଥାନରେ ମଧ୍ୟ ତହସିଲଦାର, ଅତିରିକ୍ତ ତହସିଲଦାର, ଥାନା ଅଧିକାରୀ ମାନେ ହୋଟେଲ, ବ୍ୟବସାୟିକ ପ୍ରତିଷ୍ଠାନ, ଗ୍ୟାସ କଳାବଜାରୀ କରୁଥିବା ବ୍ୟକ୍ତି, ଅନୁଷ୍ଠାନ ଆଦିରେ ଚଢ଼ାଉ କରିଥିଲେ ।

ଘରେଇ ଗ୍ୟାସ ସିଲିଣ୍ଡର କଳାବଜାର କରୁଥିବା ବ୍ୟକ୍ତି ଅନୁଷ୍ଠାନ ପ୍ରତି ନଜର ରଖିବାକୁ ତହସିଲଦାର ଓ ଥାନା ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନର ପରିସ୍ଥିତିରେ ଘରେଇ ଗ୍ୟାସ ବଣ୍ଟନ ପ୍ରତି ସୁନିଶ୍ଚିତ କରିବାକୁ ଓ ଗ୍ୟାସ ମହଜୁଦ ଥିବା ଫଳକ ଗୋଦାମ, ଅଫିସ ସାମ୍ନାରେ ଟାଙ୍ଗିବାକୁ ଜିଲ୍ଲା ପ୍ରଶାସନ ବିଭିନ୍ନ ଗ୍ୟାସ ଏଜେନ୍ସିଙ୍କୁ ପରାମର୍ଶ ଦେଇଛନ୍ତି ।

  • Related Posts

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଉଲ୍ଲେଖନୀୟ ସଫଳତା,ଯାହା ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଉଠିଛି।ପ୍ରଗତି ଡିଗ୍ରୀ କଲେଜର ଜଣେ ମେଧାବୀ ଛାତ୍ରୀ କୀର୍ତ୍ତିକା କାଡ୍ରାକା,ଯିଏକି ରାମନାଥ କାଡ୍ରାକାଙ୍କ କନ୍ୟା,ଆଇଆଇଟି ଜେଏଏମ୍ ୨୦୨୬…

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ରାୟଗଡ଼ା ଆଦିବାସୀ ମହାସଂଘ (ରାଆମ) ଦ୍ୱାରା ତାଡାମା ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଓ ଶାନ୍ତିଶୃଙ୍ଖଳାପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୧ ତାରିଖରେ ଆରମ୍ଭ ହୋଇ…

    Leave a Reply

    Your email address will not be published. Required fields are marked *

    You Missed

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    • By admin
    • April 13, 2026
    • 129 views
    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    • By admin
    • April 12, 2026
    • 20 views
    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    • By admin
    • April 10, 2026
    • 25 views
    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    • By admin
    • April 10, 2026
    • 59 views
    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    • By admin
    • April 7, 2026
    • 19 views
    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  

    • By admin
    • April 7, 2026
    • 14 views
    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  
    error: Content is protected !!