ମାନବତାର ଉଦାହରଣ ସାଜିଲେ ବଜରଙ୍ଗ ଦଳ ଓ ସ୍ୱର୍ଗଧାମ ସେବା ସମିତି ।

ରାୟଗଡା : ଉତ୍ତର ପ୍ରଦେଶର କାନପୁର ଅଞ୍ଚଳର ରାଜୁ ବକୁମାର (ବୟସ–୩୮) ରାୟଗଡା ଜଗନ୍ନାଥ ମନ୍ଦିର ସାହିରେ ବସବାସ କରୁଥିଲେ। ସେ ରାୟଗଡା ସହରରେ ଆଇସକ୍ରିମ୍ ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିଲେ। ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ତାଙ୍କର ଦେହାନ୍ତ ଘଟିଥିଲା।

ଦେହାନ୍ତ ପରେ ଶବ ଦହନ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ପରିବାରର କୌଣସି ସଦସ୍ୟ ଉପସ୍ଥିତ ନଥିବାରୁ ପରିସ୍ଥିତି ଅତ୍ୟନ୍ତ ଦୁଃଖଦ ହୋଇପଡ଼ିଥିଲା। ମୃତକଙ୍କ ସହିତ କେବଳ ତାଙ୍କ ସ୍ତ୍ରୀ ପିଙ୍କି (ବୟସ–୩୫) ମାତ୍ର ଥିବାରୁ ସେ ଅସହାୟ ଅବସ୍ଥାରେ ବଜରଙ୍ଗ ଦଳଙ୍କୁ ସହାୟତା ପାଇଁ ଅନୁରୋଧ କରିଥିଲେ।ମାନବତାକୁ ସର୍ବୋପରି ରଖି ବଜରଙ୍ଗ ଦଳ ଓ ସ୍ୱର୍ଗଧାମ ସେବା ସମିତିର ସଦସ୍ୟମାନେ ମିଳିତ ଭାବେ ଆଗକୁ ଆସି ମୃତଦେହର ସମ୍ପୂର୍ଣ୍ଣ ଶବ ଦହନ କାର୍ଯ୍ୟ ସମ୍ମାନର ସହିତ ସମ୍ପନ୍ନ କରିଥିଲେ।

ଏହି ସେବା କାର୍ଯ୍ୟରେ ବଜରଙ୍ଗ ଦଳର ଜିଲ୍ଲା ସହ ସଂଯୋଜକ ଶଶ୍ୟଜ୍ୟୋତି ବେହେରା, ନଗର ସଂଯୋଜକ ଶଙ୍କର ବେହେରା, ବଳ ଉପାସନା ପ୍ରମୁଖ ଗଣେଶ ବେହେରା, ମିଳନ କେନ୍ଦ୍ର ପ୍ରମୁଖ କାର୍ତ୍ତିକ ବେହେରା, ଶିବ ବେହେରା, କଲ୍ୟାଣ ବେହେରା, ଈଶ୍ୱର ବେହେରା ଓ ସ୍ୱର୍ଗଧାମ ସେବା ସମିତିର ଆଶା ବନିସିକା, ଟି.ଲୋକେଶ କୁମାର ସହ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।ଏହି ମାନବୀୟ ସେବା ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଥିବା ସହ ସମାଜରେ ମାନବତା ଓ ସେବାଭାବର ଏକ ପ୍ରେରଣାଦାୟକ ସନ୍ଦେଶ ପ୍ରସାର କରିଛି।

  • Related Posts

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଉଲ୍ଲେଖନୀୟ ସଫଳତା,ଯାହା ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଉଠିଛି।ପ୍ରଗତି ଡିଗ୍ରୀ କଲେଜର ଜଣେ ମେଧାବୀ ଛାତ୍ରୀ କୀର୍ତ୍ତିକା କାଡ୍ରାକା,ଯିଏକି ରାମନାଥ କାଡ୍ରାକାଙ୍କ କନ୍ୟା,ଆଇଆଇଟି ଜେଏଏମ୍ ୨୦୨୬…

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ରାୟଗଡ଼ା ଆଦିବାସୀ ମହାସଂଘ (ରାଆମ) ଦ୍ୱାରା ତାଡାମା ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଓ ଶାନ୍ତିଶୃଙ୍ଖଳାପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୧ ତାରିଖରେ ଆରମ୍ଭ ହୋଇ…

    Leave a Reply

    Your email address will not be published. Required fields are marked *

    You Missed

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    • By admin
    • April 13, 2026
    • 129 views
    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    • By admin
    • April 12, 2026
    • 20 views
    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    • By admin
    • April 10, 2026
    • 25 views
    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    • By admin
    • April 10, 2026
    • 59 views
    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    • By admin
    • April 7, 2026
    • 19 views
    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  

    • By admin
    • April 7, 2026
    • 14 views
    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  
    error: Content is protected !!