ସ୍ଵଚ୍ଛ ଓଡିଶା ଦିବସ ପାଳିତ

ରାୟଗଡ଼ :ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ଓଡ଼ିଆ ପକ୍ଷ୍ୟ ଏପ୍ରିଲ ପହିଲାରୁ ଚଉଦ ପର୍ଯ୍ୟନ୍ତ ପାଳିତ ହେଉଛି | ଓଡ଼ିଆ ପକ୍ଷର ଷଷ୍ଠ ଦିବସରେ ରାୟଗଡ଼ ବ୍ଳକ ସ୍ତରୀୟ ସ୍ଵଚ୍ଛ ଓଡିଶା ଦିବସ ଏବିଡିଓ କାଳୁଚରଣ ନାୟକଙ୍କ ଅଧ୍ୟକ୍ଷତାରେ କାମ୍ପ ମାଲିଗାଁ ଠାରେ ଅନୁଷ୍ଠିତ ହୋଇଯାଇଛି |

ଗ୍ରାମ ପଞ୍ଚାୟତ ନିକଟସ୍ଥ ଅତି ପୁରାତନ ଶ୍ରୀ ମଲ୍ଲିକେଶ୍ଵର ହତା ପରିସର ଓ ତତ୍ ସଂଲଗ୍ନ ସତ୍ୟସାଇ ମନ୍ଦିର ପରିସରକୁ ସ୍ଵଚ୍ଛତା ଅଭିଯାନରେ ସାମିଲ କରାଯାଇଥିଲା | ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ କାଳୁଚରଣ ନାୟକ ରାୟଗଡ଼ ପଞ୍ଚାୟତ ସମିତି କର୍ମକର୍ତ୍ତାଙ୍କ ସହ ସକାଳ ଆଠ ଘଟିକା ସମୟରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପହଞ୍ଚି ମନ୍ଦିର ପରିସର ସଫେଇ କାର୍ଯ୍ୟ ଆରମ୍ଭ କରିଥିଲେ |

ସରପଞ୍ଚ କବିତା ହୁଇକା, ଏବିଇଓ ଛବିଲାଲ ସିଂ, ସ୍ଵଚ୍ଛ ଭାରତ ମିଶନ ଗ୍ରାମୀଣ ସଂଯୋଜକ ବିଖ୍ୟାତି କନ୍ଧପାଣି, ଜିପିଡିଓ ସ୍ମୃତିରେଖା ନାୟକ, ଶିକ୍ଷକ ନୀଳାଞ୍ଚଳ ମିଶ୍ର, ପେସା ସଂଯୋଜକ ଯୋଗେନ୍ଦ୍ର ନାୟକ, ନିର୍ବାହୀ ଅଧିକାରୀ ପଲ୍ଲବୀ ପ୍ରିୟା ନାଥ, ସିଆରସିସି ସୌମ୍ୟା ପ୍ରିୟଦର୍ଶିନୀ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଗ୍ରାମ ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ, ଶିକ୍ଷା, କୃଷି, ମୃତ୍ତିକା ସଂରକ୍ଷଣ, ପଞ୍ଚାୟତିରାଜ, ମହିଳା ଓ ଶିଶୁ ବିକାଶ ଆଦି ବିଭିନ୍ନ ବିଭାଗୀୟ କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧି ଓ ଗ୍ରାମବାସୀ ପ୍ରମୁଖ ଯୋଗଦେଇ ସ୍ଵଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ | ସେହିପରି ରାୟଗଡ଼ ବ୍ଳକର ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରରେ ମଧ୍ଯ ସ୍ଵଚ୍ଛ ଓଡିଶା ଦିବସ ପାଳିତ ହୋଇଥିଲା | ସରକାରଙ୍କ ଏତାଦୃଶ ପଦକ୍ଷେପକୁ ସାଧାରଣରେ ପ୍ରସଂଶା କରାଯାଇଛି |

  • Related Posts

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଉଲ୍ଲେଖନୀୟ ସଫଳତା,ଯାହା ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଉଠିଛି।ପ୍ରଗତି ଡିଗ୍ରୀ କଲେଜର ଜଣେ ମେଧାବୀ ଛାତ୍ରୀ କୀର୍ତ୍ତିକା କାଡ୍ରାକା,ଯିଏକି ରାମନାଥ କାଡ୍ରାକାଙ୍କ କନ୍ୟା,ଆଇଆଇଟି ଜେଏଏମ୍ ୨୦୨୬…

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ରାୟଗଡ଼ା ଆଦିବାସୀ ମହାସଂଘ (ରାଆମ) ଦ୍ୱାରା ତାଡାମା ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଓ ଶାନ୍ତିଶୃଙ୍ଖଳାପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୧ ତାରିଖରେ ଆରମ୍ଭ ହୋଇ…

    Leave a Reply

    Your email address will not be published. Required fields are marked *

    You Missed

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    • By admin
    • April 13, 2026
    • 131 views
    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    • By admin
    • April 12, 2026
    • 21 views
    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    • By admin
    • April 10, 2026
    • 28 views
    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    • By admin
    • April 10, 2026
    • 60 views
    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    • By admin
    • April 7, 2026
    • 20 views
    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  

    • By admin
    • April 7, 2026
    • 15 views
    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  
    error: Content is protected !!