ରାୟଗଡ଼ର ସନାତନୀ ହିନ୍ଦୁ ଭାଇ ଓ ଭଉଣୀମାନେ ଅପାର ଭକ୍ତି, ଶ୍ରଦ୍ଧା ଓ ଆନନ୍ଦର ସହ ସ୍ୱର୍ଣ୍ଣ ଧନୁ ଯାତ୍ରାକୁ ଉଷ୍ମ ସ୍ୱାଗତ ଜଣାଇଥିଲେ। ରାୟଗଡ଼ ଠାରୁ ଜେକେପୁର ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ସନାତନୀ ହିନ୍ଦୁ ଶ୍ରଦ୍ଧାଳୁ ଏହି ଭବ୍ୟ ଯାତ୍ରାରେ ସାମିଲ ହୋଇଥିଲେ।ସିରିଗୁଡା, କପିଳାଷ ଛକ, ବଦ୍ରୱାଲସା ଛକ, ତୁମ୍ବିଗୁଡା ଛକ, ଖଲିଗୁଡ଼ା, କତପେଟା, ଦେବଦଳା ଓ ଜେକେପୁର ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ସ୍ୱର୍ଣ୍ଣ ଧନୁଷକୁ ପୁଷ୍ପାର୍ଚ୍ଚନା, ହରିନାମ ସଂକୀର୍ତ୍ତନ ଓ ଜୟଘୋଷର ସହ ଭବ୍ୟ ସ୍ୱାଗତ କରାଯାଇଥିଲା।

ଏହି ୨୮୩ କେଜି ଓଜନର ବିଶାଳ ସ୍ୱର୍ଣ୍ଣ ଧନୁଷଟି ଚଳିତ ମାସ ୨ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସ୍ଥିତ ହନୁମାନ ବାଟିକାରେ ସନାତନ ଜାଗରଣ ମଞ୍ଚ ପକ୍ଷରୁ ନିର୍ମାଣ କରାଯାଇଥିଲା।ସ୍ୱର୍ଣ୍ଣ ଧନୁ ଯାତ୍ରାଟି ସାରା ଓଡ଼ିଶା ଭ୍ରମଣ କରି ରାୟଗଡ଼ ପରେ ଅନ୍ୟାନ୍ୟ ଜିଲ୍ଲା ଅତିକ୍ରମ କରି ପୁରୀ ପହଞ୍ଚିବ। ସେଠାରେ ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ଗ୍ରହଣ କରି ଅଯୋଧ୍ୟା ଅଭିମୁଖେ ଯାତ୍ରା ଜାରି ରଖାଯିବ।

ସ୍ୱର୍ଣ୍ଣ ଧନୁ ଯାତ୍ରାଟି ସାରା ଓଡ଼ିଶା ଭ୍ରମଣ କରି ରାୟଗଡ଼ ପରେ ଅନ୍ୟାନ୍ୟ ଜିଲ୍ଲା ଅତିକ୍ରମ କରି ପୁରୀ ପହଞ୍ଚିବ। ସେଠାରେ ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ଆଜ୍ଞାମାଳ ଗ୍ରହଣ କରି ଅଯୋଧ୍ୟା ଅଭିମୁଖେ ଯାତ୍ରା ଜାରି ରଖାଯିବ।

ଏହି ଭବ୍ୟ କାର୍ଯ୍ୟକ୍ରମରେ ରାୟଗଡ଼ର ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ସହ ହଜାର ହଜାର ସନାତନୀ ହିନ୍ଦୁ ପ୍ରେମୀ ଭାଇ ଓ ଭଉଣୀମାନେ ଏକତ୍ରିତ ହୋଇ ଧର୍ମୀୟ ଏକତା ଓ ଆସ୍ଥାର ଅଦ୍ଭୁତ ପରିଚୟ ଦେଇଥିଲେ।








