ଶିକ୍ଷାନୁଷ୍ଠାନ ପରିସରରେ ଧାର୍ମିକ ମୂର୍ତ୍ତି ଭଙ୍ଗାରୁଜା ଅଭିଯୋଗ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଦାବିପତ୍ର

ରାୟଗଡ଼ା: ଶିକ୍ଷାନୁଷ୍ଠାନ ପରିସରରେ ଧାର୍ମିକ ମୂର୍ତ୍ତି ଭଙ୍ଗାରୁଜା ଓ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗକୁ ନେଇ ଆଜି ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ, ରାୟଗଡ଼ା ଜିଲ୍ଲା ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଦାବିପତ୍ରରେ *ଆମ୍ବଦଳା* ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଘଟିଥିବା ଗୁରୁତର ଘଟଣା ସମ୍ପର୍କରେ ଉଲ୍ଲେଖ ରହିଛି। ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଗତ ୧୫.୦୧.୨୦୨୬ ରିଖ ସନ୍ଧ୍ୟା ସମୟରେ ବିଦ୍ୟାଳୟରେ କାର୍ଯ୍ୟରତ ଏକ ଶିକ୍ଷକ ଦ୍ୱାରା ଶ୍ରୀ ଗଣେଶ ଓ ଦେବୀ ସରସ୍ୱତୀଙ୍କ ପବିତ୍ର ମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇଥିଲା। ଏହା ଫଳରେ ସ୍ଥାନୀୟ ହିନ୍ଦୁ ସମୁଦାୟର ଧାର୍ମିକ ଭାବନାକୁ ଗଭୀର ଆଘାତ ଲାଗିଥିବା ସହ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

ଦାବିପତ୍ରରେ *ଆମ୍ବଦଳା* ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଘଟିଥିବା ଗୁରୁତର ଘଟଣା ସମ୍ପର୍କରେ ଉଲ୍ଲେଖ ରହିଛି। ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଗତ ୧୫.୦୧.୨୦୨୬ ରିଖ ସନ୍ଧ୍ୟା ସମୟରେ ବିଦ୍ୟାଳୟରେ କାର୍ଯ୍ୟରତ ଏକ ଶିକ୍ଷକ ଦ୍ୱାରା ଶ୍ରୀ ଗଣେଶ ଓ ଦେବୀ ସରସ୍ୱତୀଙ୍କ ପବିତ୍ର ମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇଥିଲା। ଏହା ଫଳରେ ସ୍ଥାନୀୟ ହିନ୍ଦୁ ସମୁଦାୟର ଧାର୍ମିକ ଭାବନାକୁ ଗଭୀର ଆଘାତ ଲାଗିଥିବା ସହ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।ଏଥିସହ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ଉପରେ ଧର୍ମ ପରିବର୍ତ୍ତନ ପାଇଁ ଚାପ ପ୍ରୟୋଗ କରାଯାଉଥିବା ଭଳି ଗୁରୁତର ଅଭିଯୋଗ ମଧ୍ୟ ଦାବିପତ୍ରରେ ଉଠାଯାଇଛି। ଏପରି କାର୍ଯ୍ୟ ଶିକ୍ଷାନୁଷ୍ଠାନର ସଂବିଧାନିକ ମର୍ଯ୍ୟାଦା ଓ ସାମାଜିକ ସମନ୍ୱୟକୁ ଆଘାତ ପହଞ୍ଚାଉଥିବା ବୋଲି ସଂଗଠନ ମତ ପ୍ରକାଶ କରିଛି।

ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଦୃଢ଼ ଭାବେ ଦାବି କରାଯାଇଛି ଯେ, ଘଟଣା ସମ୍ପର୍କରେ ତୁରନ୍ତ FIR ରୁଜୁ କରାଯାଉ, ଦୋଷୀଙ୍କୁ ଗିରଫ କରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ବିଦ୍ୟାଳୟ ପରିସରରେ ଶାନ୍ତି-ଶୃଙ୍ଖଳା ରକ୍ଷା ପାଇଁ ତତ୍କାଳ ପ୍ରଶାସନିକ ବ୍ୟବସ୍ଥା ନିଆଯାଉ।ସଂଗଠନ ପକ୍ଷରୁ କୁହାଯାଇଛି ଯେ, ରାୟଗଡ଼ା ଭଳି ଏକ ଶାନ୍ତ ଜିଲ୍ଲାରେ ସାମାଜିକ ସମନ୍ୱୟ ଓ ସଦ୍ଭାବ ରକ୍ଷା ପାଇଁ ପ୍ରଶାସନ ନିଷ୍ପକ୍ଷ ଓ ତୁରନ୍ତ ହସ୍ତକ୍ଷେପ କରିବା ଆବଶ୍ୟକ।ଏହି ଦାବିପତ୍ର ପ୍ରଦାନ ସମୟରେ ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ଉପ-ସଭାପତି ଆନନ୍ଦ ରାଓ, ସମ୍ପାଦକ କୁନା ରମେଶ, ସହ-ସମ୍ପାଦକ ଗୋପୀ ବ୍ରହ୍ମା ଓ ରଞ୍ଜନ ସ୍ୱାଇଁ, ବିଶେଷ ସମ୍ପର୍କ ପ୍ରମୁଖ ବିଜୟ ଚୌଦରୀ, ବିଧି ପ୍ରମୁଖ ବୃନ୍ଦାବନ ବେହେରା, ସେବା ପ୍ରମୁଖ ଅଶୋକ ଶତପଥି, ବଜରଙ୍ଗ ଦଳ ଜିଲ୍ଲା ସହ-ସଂଯୋଜକ ଶସ୍ୟଜ୍ୟୋତି ବେହେରା, ନଗର କାର୍ଯ୍ୟକର୍ତା ବି. ରାଜେଶ, ପି. ଗନି, ରାଜେନ୍ଦ୍ର ବେହେରା, ସାଇ ଦିବ୍ୟାଶିଷ ସହ ଅନ୍ୟାନ୍ୟ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ।

  • Related Posts

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଉଲ୍ଲେଖନୀୟ ସଫଳତା,ଯାହା ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଉଠିଛି।ପ୍ରଗତି ଡିଗ୍ରୀ କଲେଜର ଜଣେ ମେଧାବୀ ଛାତ୍ରୀ କୀର୍ତ୍ତିକା କାଡ୍ରାକା,ଯିଏକି ରାମନାଥ କାଡ୍ରାକାଙ୍କ କନ୍ୟା,ଆଇଆଇଟି ଜେଏଏମ୍ ୨୦୨୬…

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ରାୟଗଡ଼ା ଆଦିବାସୀ ମହାସଂଘ (ରାଆମ) ଦ୍ୱାରା ତାଡାମା ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଓ ଶାନ୍ତିଶୃଙ୍ଖଳାପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୧ ତାରିଖରେ ଆରମ୍ଭ ହୋଇ…

    Leave a Reply

    Your email address will not be published. Required fields are marked *

    You Missed

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    • By admin
    • April 13, 2026
    • 129 views
    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    • By admin
    • April 12, 2026
    • 20 views
    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    • By admin
    • April 10, 2026
    • 25 views
    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    • By admin
    • April 10, 2026
    • 59 views
    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    • By admin
    • April 7, 2026
    • 18 views
    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  

    • By admin
    • April 7, 2026
    • 13 views
    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  
    error: Content is protected !!