ଅଖିଳ ଭାରତୀୟ ସାହିତ୍ୟ ପରିଷଦର କର୍ମକର୍ତ୍ତା ସମାବେଶ

ଭୁବନ :-୧୮/୦୧/୨୬ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଢେଙ୍କାନାଳ ଜିଲ୍ଲା ଶାଖା ପକ୍ଷରୁ ବୁଦ୍ଧେଶ୍ୱର ମନ୍ଦିର ପରିସରରେ ମକର ମିଳନ, ଫକୀରମୋହନ ଜୟନ୍ତୀ ଓ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ପରିଷଦର ଜିଲ୍ଲା ଅଧ୍ଯକ୍ଷ ଡଃ ଦୁର୍ଗା ମାଧବ ପୃଷ୍ଟି ସଭାପତିତ୍ବ କରିଥିଲେ । ଜିଲ୍ଲା ସମ୍ପାଦକ ପ୍ରମୋଦ କୁମାର ପରିଡ଼ା ସ୍ବାଗତ ଭାଷଣ ଦେବା ସହ ଅନୁଷ୍ଠାନ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ ଏବଂ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଉତ୍ସବର ପ୍ରାରମ୍ଭରେ ପରିଷଦର ଉପଦେଷ୍ଟା ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଆଶୀର୍ବଚନ ପ୍ରଦାନ କରିବା ଅବସରରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୀବନୀ ଓ ଅବଦାନ ସମ୍ପର୍କରେ ଆଲୋକପାତ କରିଥଲେ । ପରିଷଦର ଅନ୍ଯତମ ଉପଦେଷ୍ଟା ପଣ୍ଡିତ ଦିବାକର ନନ୍ଦ ମକର ସଂକ୍ରାନ୍ତିର ମହତ୍ତ୍ଵ ଏବଂ ମକର ମିଳନ ପାଳନର ତାତ୍ପର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ଅଧ୍ଯକ୍ଷ ଡଃ ଦୁର୍ଗା ମାଧବ ପୃଷ୍ଟି ଅନୁଷ୍ଠାନର ଆଗାମୀ ଏକ ବର୍ଷ ପାଇଁ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବା ସହ ବିଭିନ୍ନ ବ୍ଲକ୍ କର୍ମକର୍ତ୍ତା ନିଜ କାର୍ଯ୍ୟକ୍ରମର ସୂଚନା ଦେବାକୁ ପରାମର୍ଶ ଦେଇଥିଲେ । ଏହା ଛଡ଼ା ଅନୁଷ୍ଠାନ ପକ୍ଷରୁ ଏକ ଲୁପ୍ତ ଶବ୍ଦାଭିଧାନ ପ୍ରକାଶ କରିବା ପାଇଁ ପ୍ରସ୍ତାବ ରଖିଥିଲ । ଅଧ୍ଯାପକ ଲଳିତ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ସର୍ବଶ୍ରୀ ସୁରେନ୍ଦ୍ର କୁମାର ପୃଷ୍ଟି, ନାରାୟଣ ସାହୁ, ସ°ଜୋଦୟା ନନ୍ଦ, ପଣ୍ଡିତ ଦିବାକର ନନ୍ଦ, ଡଃ ଦୁର୍ଗା ମାଧବ ପୃଷ୍ଟି, ପ୍ରମୋଦ କୁମାର ପରିଡ଼ା, ନିରୁପମା ଲେଙ୍କା, ସୁଲୋଚନା ସାହୁ, ଅଞ୍ଜନ କୁମାର ମହାରଣା, ଲଳିତ ମୋହନ ବେହେରା, ହୃଷିକେଶ ସାହୁ, ବାସୁଦେବ ସାହୁ, ଶିଶୁ କବି ପ୍ରଭୁ ପ୍ରସାଦ ସାହୁ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ । ଶ୍ରୀଯୁକ୍ତ ଶ୍ରୀଧର ବେହେରା ଓ ଶ୍ରୀମତୀ ରେଣୁବାଳା ସାହୁ ଉତ୍କଳର ବରପୁତ୍ର ସଂକ୍ରାନ୍ତି ପୁରୁଷ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ । ପରିଶେଷରେ ଢେଙ୍କାନାଳ ଜିଲ୍ଲା ଶାଖାର ଉପାଧ୍ୟକ୍ଷ ତଥା ଭୁବନ ବ୍ଲକ ଅଧ୍ଯକ୍ଷ ସୁରେନ୍ଦ୍ର କୁମାର ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସାମୁହିକ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା ।

  • Related Posts

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଉଲ୍ଲେଖନୀୟ ସଫଳତା,ଯାହା ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଉଠିଛି।ପ୍ରଗତି ଡିଗ୍ରୀ କଲେଜର ଜଣେ ମେଧାବୀ ଛାତ୍ରୀ କୀର୍ତ୍ତିକା କାଡ୍ରାକା,ଯିଏକି ରାମନାଥ କାଡ୍ରାକାଙ୍କ କନ୍ୟା,ଆଇଆଇଟି ଜେଏଏମ୍ ୨୦୨୬…

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ରାୟଗଡ଼ା ଆଦିବାସୀ ମହାସଂଘ (ରାଆମ) ଦ୍ୱାରା ତାଡାମା ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଓ ଶାନ୍ତିଶୃଙ୍ଖଳାପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୧ ତାରିଖରେ ଆରମ୍ଭ ହୋଇ…

    Leave a Reply

    Your email address will not be published. Required fields are marked *

    You Missed

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    • By admin
    • April 13, 2026
    • 128 views
    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    • By admin
    • April 12, 2026
    • 20 views
    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    • By admin
    • April 10, 2026
    • 25 views
    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    • By admin
    • April 10, 2026
    • 58 views
    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    • By admin
    • April 7, 2026
    • 18 views
    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  

    • By admin
    • April 7, 2026
    • 13 views
    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  
    error: Content is protected !!