ମିଡ଼ିଆ କେୟାର୍ସ ପକ୍ଷରୁ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

ରାୟଗଡ଼ା – ୧୮/୦୧/୨୬ ରାୟଗଡ଼ା ଜିଲ୍ଲା ମିଡ଼ିଆ କେୟାର୍ସ ପକ୍ଷରୁ ଆଜି ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ବୈଠକରେ ଜିଲ୍ଲାର ସମସ୍ତ ୧୧ ବ୍ଲକ ଓ ତିନି ସହରରେ କାର୍ଯ୍ୟରତ ୨୦୦ ଜଣ ସାମ୍ବାଦିକ ଏଥିରେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମିଡ଼ିଆ କେୟାର୍ସ ରାଜ୍ୟ ସଭାପତି ଭକ୍ତ ତ୍ରିପାଠୀ ଯୋଗଦାନ କରିଥିଲେ। ଏଥିସହ ରାଜ୍ୟର ବରିଷ୍ଠ ସାମ୍ବାଦିକ ଶୁଭଦର୍ଶନି ମିଶ୍ର, ରଞ୍ଜନ କୁମାର ଦାସ, ନାରାୟଣ ସାହୁ, ସମୀର ଆଚାର୍ଯ୍ୟ, ବାଲାଜି ସାହୁ, ଭବାନୀ ମିଶ୍ର, ରାଜେନ୍ଦ୍ର କୁମାର ଦାସ, ସତ୍ୟଜିତ ମହାନ୍ତି, ପବିତ୍ର ମୋହନ ସେଠୀ, ଉତ୍ତମ ନାୟକ ଯୋଗଦାନ କରିଥିଲେ। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ମିଡ଼ିଆ କେୟାର୍ସ ସଭ୍ୟ ଓ ସଭ୍ୟାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସୋଆ ଲୋକସମ୍ପର୍କ ଅଧିକାରୀ ଶୁଭଦର୍ଶନି ମିଶ୍ର ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ରକ୍ଷା ସମ୍ପର୍କରେ ସୂଚନା ଦେଇଥିଲେ। ସୋଆ ପରିଚାଳନା ନିର୍ଦ୍ଦେଶକ କିଭଳି ସେବା ପ୍ରଦାନ କରିଥିଲେ ଓ ସହାୟତା ହାତ ବଢ଼ାଇଥିଲେ ତାହାର ସୂଚନା ଦେଇଥିଲେ।

ମିଡ଼ିଆ କେୟାର୍ସ ଜିଲ୍ଲା ସଭାପତି ବାଦଲ କୁମାର ତା ବୈଠକରେ ଅଧ୍ୟକ୍ଷତା କରି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏଥିସହ ଜିଲ୍ଲାର ସାମ୍ବାଦିକଙ୍କ ପାଇଁ ସଂଗଠନ ପକ୍ଷରୁ ଗ୍ରହଣ ହୋଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଏଣେ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ନିଜ ବକ୍ତବ୍ୟ ରଖିଥିଲେ। ସାଧାରଣ ସମ୍ପାଦକ ରଞ୍ଜନ କୁମାର ରଥ ସମ୍ପାଦକୀୟ ବିବରଣୀ ପ୍ରଦାନ କରିବା ସହ କରୋନା କାଳରେ କେଉଁଭଳି ସହାୟତା ସାମ୍ବାଦିକଙ୍କୁ ପ୍ରଦାନ ହୋଇଥିଲା ତାହାର ସୂଚନା ଦେଇଥିଲେ। ଏହି ଅବସରରେ ମିଡ଼ିଆ କେୟାର୍ସ ରାଜ୍ୟ ସଭାପତି ଶ୍ରୀ ତ୍ରିପାଠୀ ମିଡିଆ କେୟାର୍ସ ଗଠନ ସମ୍ପର୍କରେ ସୂଚନା ଦେଇଥିଲେ। ଏଣେ କରୋନା ଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ସମ୍ ହସ୍ପିଟାଲ ଆମକୁ କିଭଳି ସାହାଯ୍ୟ ପ୍ରଦାନ କରୁଛି ତାହାର ସୂଚନା ଦେଇଥିଲେ।

ଏହି ଅବସରରେ ସୋଆ ପରିଚାଳନା ନିର୍ଦ୍ଦେଶକ ମନୋଜ ରଞ୍ଜନ ନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଭକ୍ତ। କରୋନା ସମୟରେ ମିଡିଆ କେୟାର୍ସ ଗଠନର ପରିକଳ୍ପନା କରାଯାଇଥିଲା। ଆଜି ରାଜ୍ୟର ସମସ୍ତ ଜିଲ୍ଲାରେ ଏହା ଗଠନ ହୋଇଛି ବୋଲି ସୂଚନା ଦେଇଥିଲେ। ଗୋଷ୍ଠୀ ବୀମା କରିବାକୁ ପରାମର୍ଶ ଦେଇଥିଲେ।ବୈଠକରେ ବରିଷ୍ଠ ସଭ୍ୟ ରଶ୍ମି ରଞ୍ଜନ ଦୋରା ମଞ୍ଚ ପରିଚାଳନା କରିଥିବା ବେଳେ ଗୋପ ରଞ୍ଜନ ବକ୍ସିପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଦୟାନନ୍ଦ ଖାଡଙ୍ଗା, ଗୁରୁ ପ୍ରସାଦ ସାହୁ, ଅଜୟ କୁମାର ରଥ, ଗୌରି ଶଙ୍କର ପଟ୍ଟନାୟକ, ଅନିଲ୍ ସାହୁକାର, ଦୀପକ ପୃଷ୍ଟି, ସୀମାଞ୍ଚଳ ପଣ୍ଡା, ରବିନ୍ଦ୍ର ପାଟଖଣ୍ଡାଳ, ଶିବ ପ୍ରସାଦ ପାଢ଼ୀ, ଗଣେଶ କୁମାର ସାହୁ, ଯୋଗେଶ୍ୱର ଦାସ, ଏମ୍. ବିଦ୍ୟାସାଗର, ବିଜୟ ଦାସ, ମନୋଜ ସାହୁ, ଜନ୍ମେଜୟ ସ୍ବାଇଁ, ମୁନା ପାଣି, ରାଜେନ୍ଦ୍ର ମିଶ୍ର, ଶିବ ପ୍ରସାଦ ନରେନ୍ଦ୍ର, ପ୍ରମୋଦ ପଣ୍ଡା, ମାଲେସ କୌସଲ୍ୟା, ନରେନ୍ଦ୍ର ନିସାଲ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ସୁନାମଧନ୍ୟ ଡାକ୍ତର ରାଜେନ୍ଦ୍ର ମଣ୍ଡଳ ଓ ସ୍ବାସ୍ଥ୍ୟ ବିଭାଗ ଏପିଏମ୍ କିରଣ କୁମାର ପାତ୍ରଙ୍କୁ ମିଡ଼ିଆ କେୟାର୍ସ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

  • Related Posts

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଉଲ୍ଲେଖନୀୟ ସଫଳତା,ଯାହା ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଉଠିଛି।ପ୍ରଗତି ଡିଗ୍ରୀ କଲେଜର ଜଣେ ମେଧାବୀ ଛାତ୍ରୀ କୀର୍ତ୍ତିକା କାଡ୍ରାକା,ଯିଏକି ରାମନାଥ କାଡ୍ରାକାଙ୍କ କନ୍ୟା,ଆଇଆଇଟି ଜେଏଏମ୍ ୨୦୨୬…

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ରାୟଗଡ଼ା ଆଦିବାସୀ ମହାସଂଘ (ରାଆମ) ଦ୍ୱାରା ତାଡାମା ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଓ ଶାନ୍ତିଶୃଙ୍ଖଳାପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୧ ତାରିଖରେ ଆରମ୍ଭ ହୋଇ…

    Leave a Reply

    Your email address will not be published. Required fields are marked *

    You Missed

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    • By admin
    • April 13, 2026
    • 129 views
    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    • By admin
    • April 12, 2026
    • 20 views
    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    • By admin
    • April 10, 2026
    • 25 views
    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    • By admin
    • April 10, 2026
    • 59 views
    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    • By admin
    • April 7, 2026
    • 19 views
    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  

    • By admin
    • April 7, 2026
    • 14 views
    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  
    error: Content is protected !!