ଥାନାରେ ନୁହେଁ, ହୃଦୟରେ ରହିଗଲେ IIC ବିଶ୍ୱବନ୍ଦିନୀ ବାଗ” ବିଦାୟ ବେଳେ ଅଞ୍ଚଳବାସୀଙ୍କ ଆଖିରୁ ଝରିଲା ଅଶ୍ରୁ

ଟିକିରି, ୧୮/୦୧ /୨୬ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଟିକିରି ଥାନାର IIC ବିଶ୍ୱବନ୍ଦିନୀ ବାଗଙ୍କ ବଦଳି ରାୟଗଡା ଜିଲ୍ଲାର ଗୁଡାରି ଥାନାକୁ ହୋଇଥିବା ବେଳେ ଆଜି ସେ ଟିକିରିରୁ ବିଦାୟ ନେଇଛନ୍ତି। ତାଙ୍କ ବଦଳି ସହିତ ଟିକିରି ଅଞ୍ଚଳରେ ଏକ ଗଭୀର ଶୂନ୍ୟତା ଅନୁଭୂତ ହେଉଛି।ସେ କେବଳ ଜଣେ କଠୋର ପୋଲିସ ଅଧିକାରୀ ନୁହେଁ, ବରଂ ଜଣେ ମାନବିକ, ସମ୍ବେଦନଶୀଳ ଓ ଅଞ୍ଚଳବାସୀଙ୍କ ଆପଣାର ଲୋକ ଭାବେ ସମସ୍ତଙ୍କ ହୃଦୟ ଜିତିଥିଲେ। ସାମ୍ବାଦିକମାନଙ୍କ ତରଫରୁ ଆୟୋଜିତ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମାଡାମ IIC ନିଜ ଭାବନାକୁ ନିୟନ୍ତ୍ରଣ କରିପାରିନଥିଲେ। ସାମ୍ବାଦିକମାନଙ୍କ ସମ୍ମୁଖରେ ତାଙ୍କ ଆଖିରେ ଅଶ୍ରୁ ଦେଖି ଉପସ୍ଥିତ ସମସ୍ତେ ଭାବବିହ୍ୱଳ ହୋଇପଡ଼ିଥିଲେ।

ତାଙ୍କ କାର୍ଯ୍ୟକାଳରେ ଟିକିରି ଥାନା କେବଳ ଆଇନର କେନ୍ଦ୍ର ନୁହେଁ, ବରଂ ନ୍ୟାୟ ଓ ମାନବିକତାର ଏକ ଆଶ୍ରୟସ୍ଥଳ ଭାବେ ପରିଚିତ ହୋଇଥିଲା। ତାଙ୍କ ବିଦାୟରେ ଅଞ୍ଚଳବାସୀମାନେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ବିଶ୍ୱବନ୍ଦିନୀ ବାଗଙ୍କ ପରି IIC ଟିକିରି ପାଇଁ ପୁଣି ମିଳିବା ଅତ୍ୟନ୍ତ କଷ୍ଟକର।ବିଶ୍ୱବନ୍ଦିନୀ ବାଗଙ୍କ ବିଦାୟ ସହିତ ଟିକିରି ଆଜି ଜଣେ ନିଜ ଲୋକକୁ ହରାଇଥିବା ଭାବନାରେ ନିରବ ହୋଇଯାଇଛି। ତାଙ୍କ ବିଦାୟ ସମ୍ବାଦ ଶୁଣି ଥାନା ପରିସରରେ ଲୋକଙ୍କ ଭିଡ଼ ଜମିଥିଲା। ଥାନା କର୍ମଚାରୀ ହୋଉନ୍ତୁ କି ଅଞ୍ଚଳବାସୀ—ସମସ୍ତଙ୍କ ଆଖିରେ ଥିଲା ଛଳଛଳ ଲୁହ। ସମସ୍ତେ ଭାବବିହ୍ୱଳ ହୋଇ IIC ବିଶ୍ୱବନ୍ଦିନୀ ବାଗଙ୍କୁ ବିଦାୟ ଜଣାଇଥିଲେ।ଏହା ସହିତ ନୂତନ IIC ଦିନକୃଷ୍ଣ ମିଶ୍ରଙ୍କୁ କାଶିପୁର ସାମ୍ବାଦିକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ସାମ୍ବାଦିକ ରତ୍ନାକର ନାଏକ, ଚନ୍ଦ୍ରଶେଖର ପାତ୍ର, ବୈକୁଣ୍ଠ ଦୁରିଆ, ପ୍ରଫୁଲ୍ଲ ବେହେରା, ହୃଷିକେଶ ସାହୁ, ଡମ୍ବରୁ ବେହେରା, ରଞ୍ଜନ ବିଡ଼ିକ ସହିତ ସମାଜସେବୀ ହଧପ୍ରସାଦ ନାୟକ, ମାଝିଗୈରୀ ମିଶ୍ର, କିଶର ବେହେରା, ତେଲି ନାଏକ, ନାଗେଶ୍ୱର ନାଏକ, ବିରଞ୍ଜି ହୋତା, ଅମିତା ପଣ୍ଡା, ଖାନାବାବୁ, ହିନା, ଚିନ୍ମୟ ନାଏକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।









