ଦେଶ ପାଇଁ ଜୀବନ ବଳିଦାନ କରିଥିବା ସାହସୀ ଜବାନମାନଙ୍କ ସ୍ମୃତିରେ ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ସଂଗଠନର କର୍ମୀମାନେ ଦୀପ ପ୍ରଜ୍ଜ୍ୱଳନ କରି ସହିଦ ଜବାନମାନଙ୍କ ଆତ୍ମାର ସଦଗତି କାମନା କରିଥିଲେ। କାର୍ଯ୍ୟକ୍ରମରେ ଦେଶପ୍ରତି ଭକ୍ତି ଓ ସହିଦମାନଙ୍କ ବଳିଦାନକୁ ସ୍ମରଣ କରି ସମସ୍ତେ ନିରବ ପ୍ରାର୍ଥନା କରିଥିଲେ।ସଂଗଠନ ପକ୍ଷରୁ କୁହାଯାଇଥିଲା ଯେ, ସହିଦ ଜବାନମାନଙ୍କ ତ୍ୟାଗ ଓ ବଳିଦାନ ସଦା ଦେଶବାସୀଙ୍କୁ ପ୍ରେରଣା ଦେଇ ଆସିବ। ଯୁବ ସମାଜକୁ ଦେଶସେବା ଓ ରାଷ୍ଟ୍ରପ୍ରେମର ପଥରେ ଆଗେଇ ଆସିବା ପାଇଁ ମଧ୍ୟ ଆହ୍ୱାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦର ସଭାପତି ଡ଼. ବାବୁରାଓ ମହାନ୍ତି, ଉପ-ସଭାପତି ଆନନ୍ଦ ରାଓ, ସମ୍ପାଦକ କୁନା ରମେଶ, ସହ-ସମ୍ପାଦକ ଗୋପୀନାଥ ବ୍ରହ୍ମା, ବଜରଙ୍ଗ ଦଳର ଜିଲ୍ଲା ସହ-ସଂଯୋଜକ ଶସ୍ୟଜ୍ୟୋତି ବେହେରା, ନଗର ସଂଯୋଜକ ଶଙ୍କର ବେହେରା, ନଗର ସହ-ସଂଯୋଜକ ବି. ରାଜେଶ, ମିଳନ କେନ୍ଦ୍ର ପ୍ରମୁଖ କାର୍ତ୍ତିକ ବେହେରା, ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ରାଜେନ୍ଦ୍ର ବେହେରା ଓ ହାସିନ ସାରକ ସହ ବହୁ ସଦସ୍ୟ ଏବଂ ସ୍ଥାନୀୟ ନାଗରିକମାନେ ଉପସ୍ଥିତ ଥିଲେ।








