ଦେଶ ପାଇଁ ରକ୍ତ ସମର୍ପଣ ପୁଲବାମାସହିଦଙ୍କ ସ୍ମୃତିରେରକ୍ତଦାନ ଶିବିର ଆୟୋଜିତ ।

ରାୟଗଡ଼ା ବଜରଙ୍ଗ ଦଳ, ଅବଦୁଲ୍ କଲାମ୍ ଫାଉଣ୍ଡେସନ୍ ଓ ରାୟଗଡ଼ା ସି.ଆର୍.ପି.ଏଫ୍ ୪ର୍ଥ ବାଟାଲିୟନ୍ ର ମିଳିତ ଅନୁକୂଲ୍ୟରେ ନଗର ସ୍ଥିତ ସି.ଆର୍.ପି.ଏଫ୍ କ୍ୟାମ୍ପ ପରିସରରେ ବୀର ସହିଦ ଜବାନମାନଙ୍କ ସ୍ମୃତିରେ ଏକ ସ୍ଵେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ପୁଲବାମା ଠାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ଦେଶ ପାଇଁ ଜୀବନ ବଳିଦାନ ଦେଇଥିବା ବୀର ସହିଦ ଜବାନମାନଙ୍କୁ ଏହି ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଯାଇଥିଲା।

ଏହି ରକ୍ତଦାନ ଶିବିରରେ ୪ଥ ବ୍ୟାଟାଲିଅନ୍‌ର ଜବାନମାନେ ଓ ସାଧାରଣ ଲୋକ ଉତ୍ସାହର ସହିତ ଭାଗ ନେଇ ସହିଦ ଜବାନମାନଙ୍କ ବଳିଦାନକୁ ସ୍ମରଣ କରିଥିଲେ। ସହିଦମାନଙ୍କ ଅପୂର୍ବ ବଳିଦାନକୁ ସ୍ମରଣ କରି ମାନବ ସେବା ଓ ସମାଜ ସେବାର ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଶିବିରରେ ସମୁଦାୟ ୬୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା, ଯାହା ଆବଶ୍ୟକତାରେ ଥିବା ରୋଗୀମାନଙ୍କ ପାଇଁ ଉପକାରୀ ହେବ। କାର୍ଯ୍ୟକ୍ରମ ସମୟରେ ରକ୍ତଦାନକୁ ସର୍ବୋତ୍ତମ ଦାନ ବୋଲି ବର୍ଣ୍ଣନା କରାଯାଇଥିଲା ଏବଂ ଏହା ମାଧ୍ୟମରେ ଅନେକ ଜୀବନ ବଞ୍ଚାଇ ପାରିବ ବୋଲି ସଚେତନତା ସୃଷ୍ଟି କରାଯାଇଥିଲା। ଯୁବ ସମାଜକୁ ସମାଜ ସେବା କାର୍ଯ୍ୟରେ ସକ୍ରିୟ ଭାଗ ନେବା ପାଇଁ ଆହ୍ୱାନ ମଧ୍ୟ ଜଣାଇଯାଇଥିଲା।ଏହି ଶିବିରକୁ ସଫଳ କରିବାରେ- କମାଣ୍ଡାଣ୍ଟ ଶ୍ରୀ ଫିରୋଜ କୁଜୁର ,ସେକେଣ୍ଡ ଇନ୍ କମାଣ୍ଡ ଶ୍ରୀ ପ୍ରଭାକର ଉପାଧ୍ୟାୟ ,ଶ୍ରୀ ସଞ୍ଜୟ କୁମାର ରାଉତ, ଉପ କମାଣ୍ଡାଣ୍ଟ ଶ୍ରୀ ମୁକେଶ ସିଂହ , ଜ୍ୟେଷ୍ଠ ଚିକିତ୍ସା ଅଧିକାରୀ ଶ୍ରୀ ଚନ୍ଦ୍ର ଶେଖର ପଟେଲ,ଅବଦୁଲ କଲାମ ପୋୖଣ୍ଡସନ ବି ରାଜେଶ , ବିଶ୍ୱହିନ୍ଦୁ ପରିଷଧ ପ୍ରାନ୍ତ ଉପ ସଭାପତି ପ୍ରଫୁଲ ପାତ୍ର,  ବିଶ୍ୱହିନ୍ଦୁ ପରିଷଦ ସଭାପତି ଡ଼. ବାବୁରାଓ ମହାନ୍ତି, ଉପ ସଭାପତି ଆନନ୍ଦ ରାଓ, ସମ୍ପାଦକ କୁନା ରମେଶ, ସହ ସମ୍ପାଦକ ଗୋପୀନାଥ ବ୍ରହ୍ମା ,ବଜରଙ୍ଗ ଦଳ ଜିଲ୍ଲା ସହ ସଂଯୋଜକ ଶସ୍ୟଜ୍ୟୋତି ବେହେରା ସଂଗଠନର କର୍ମକର୍ତ୍ତା ଓ ସ୍ୱେଚ୍ଛାସେବୀମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

  • Related Posts

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଉଲ୍ଲେଖନୀୟ ସଫଳତା,ଯାହା ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଉଠିଛି।ପ୍ରଗତି ଡିଗ୍ରୀ କଲେଜର ଜଣେ ମେଧାବୀ ଛାତ୍ରୀ କୀର୍ତ୍ତିକା କାଡ୍ରାକା,ଯିଏକି ରାମନାଥ କାଡ୍ରାକାଙ୍କ କନ୍ୟା,ଆଇଆଇଟି ଜେଏଏମ୍ ୨୦୨୬…

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ରାୟଗଡ଼ା ଆଦିବାସୀ ମହାସଂଘ (ରାଆମ) ଦ୍ୱାରା ତାଡାମା ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଓ ଶାନ୍ତିଶୃଙ୍ଖଳାପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୧ ତାରିଖରେ ଆରମ୍ଭ ହୋଇ…

    Leave a Reply

    Your email address will not be published. Required fields are marked *

    You Missed

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    • By admin
    • April 13, 2026
    • 129 views
    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    • By admin
    • April 12, 2026
    • 20 views
    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    • By admin
    • April 10, 2026
    • 25 views
    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    • By admin
    • April 10, 2026
    • 59 views
    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    • By admin
    • April 7, 2026
    • 19 views
    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  

    • By admin
    • April 7, 2026
    • 14 views
    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  
    error: Content is protected !!