ଦିନିକିଆ ଷ୍ଟେକହୋଲ୍ଡର ବନ୍ଧୂତପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍-୨୦୨୬ ଉଦଯାପିତ ଏସପି ଏକାଦଶ ବିଜୟୀ, ଟିକିରି ରେଳବାଇ ଟିମ ରନର୍ଷଅପ୍

ରାୟଗଡ଼ା ଜିଲ୍ଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ସ୍ଥାନୀୟ ଓଷାପଡ଼ା ଟାଉନସିପ ଖେଳ ପଡ଼ିଆ ଠାରେ ଦିନିକିଆ ଦିବାରାତ୍ର ବନ୍ଧୂତପୂର୍ଣ୍ଣ ଷ୍ଟେକହୋଲ୍ଡାର କ୍ରିକେଟ୍ ମ୍ୟାଚ୍ -୨୦୨୬ ଉଦଯାପିତ ହୋଇଯାଇଛି। ଉକ୍ତ କ୍ରିକେଟ୍ ପ୍ରତିଯୋଗିତାରେ ଛଅ ଗୋଟି ଦଳ ଅଂଶଗରହଣ କରିଥିଲେ। ରାୟଗଡ଼ା ଜିଲ୍ଲା ପ୍ରଶାସନ ଏକାଦଶ, ଏସପି ଏକାଦଶ, ବିଶାଖାପାଟଣା ରେଳବାଇ ଏକାଦଶ, ଟିକିରି ରେଳବାଇ ଏକାଦଶ, ସିଆରପିଏଫ୍ ଚତୁର୍ଥ ବାଟାଲିୟନ ଏକାଦଶ ଓ ଆୟୋଜକ ହିଣ୍ଡାଲକୋ ଟିମ୍ ଏକାଦଶ ପ୍ରତିଯଗିତାରେ ଅଂଶଗ୍ରହଣ କରିଥିଲେ। ମ୍ୟାଚ୍ ପ୍ରାରମ୍ଭରେ ୟୁନିଟ୍ ମୁଖ୍ୟ ଶ୍ରୀ ରବି ନାରାୟଣ ମିଶ୍ର ଯୋଗଦେଇ ଖେଳାଳିଙ୍କ ଉତ୍ସାହ ବଢାଇବା ସହ ଖେଳାଳୀ ମନୋଭାବ ପ୍ରଦର୍ଶନ କରି ଶ୍ରେଷ୍ଟ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଥିଲେ। ଲିଗ୍ ପର୍ଯ୍ୟାୟରେ ତିନୋଟି ମ୍ୟାଚ୍ ଖେଳା ଯାଇଥିବା ସ୍ଥଳେ ଟିକିରି ରେଳବାଇ ଏକାଦଶ ବିଶାଖାପାଟଣା ଏକାଦଶକୁ ହରାଇ ସିଧାସଳଖ ଫାଇନାଲ ମ୍ୟାଚକୁ ଉନ୍ନୀତ ହୋଇଥିବା ବେଳେ ଲିଗ୍ ମ୍ୟାଚ୍ ବିଜୟୀ ହୋଇ ଏସପି ଏକାଦଶ ଓ ହିଣ୍ଡାଲକୋ ଏକାଦଶ ନିର୍ଣ୍ଣାୟକ ସେମିଫାଇନାଲରେ ପହଞ୍ଚିଥିଲେ।

ଏକ ରୋମାଞ୍ଚକ ମ୍ୟାଚରେ ଏସପି ଏକାଦଶ ହିଣ୍ଡାଲକୋ ଏକାଦଶକୁ ହରାଇ ଫାଇନାଲ ମ୍ୟାଚ ପାଇଁ ଟିକେଟ ହାସଲ କରିଥିଲା । ତେବେ ଫାଇନାଲ ମ୍ୟାଚରେ ଟିକିରି ରେଳବାଇ ଏକାଦଶ ଲିଗ୍ ପର୍ଯ୍ୟାୟରେ ଉତ୍ତମ ରନରେଟ ହାସଲ କରିଥିବାରୁ ପୂର୍ବରୁ ଫାଇନାଲ ମ୍ୟାଚ ପାଇଁ ଯୋଗ୍ୟ ହୋଇଥିବା ବେଳେ ସିଧାସଳଖ ଏସପି ଏକାଦଶ ସହ ମ୍ୟାଚ୍ ଖେଳାଯାଇଥିଲା। ଅତ୍ୟନ୍ତ ରୋମାଞ୍ଚକର ଏହି ମ୍ୟାଚରେ ଏସପି ଏକାଦଶ ଟସ୍ ବିଜୟୀ ହୋଇ ବଲିଂ ନିଷ୍ପତି ନେଇଥିବା ବେଳେ ୯ ଓଭରରେ ସମସ୍ତ ବ୍ୟାଟ୍ସମ୍ୟାନ୍ ହରାଇ ଟିକିରି ରେଳବାଇ ଟିମ ସଙ୍ଘର୍ଷପୂର୍ଣ୍ଣ ୪୪ ରନ୍ ହାସଲ କରିଥିଲା। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ବ୍ୟାଟିଂ କରିବାକୁ ଆସିଥିବା ଏସପି ଏକାଦଶ ଟିମ୍ ସହଜରେ ତିନୋଟି ୱିକେଟ୍ ହରାଇ ଏହି ଲକ୍ଷ ହାସଲ କରିଥିଲା। ଏସପି ଏକାଦଶ ଟିମ ବନ୍ଧୁତାପୂର୍ଣ୍ଣ ଷ୍ଟେକହୋଲ୍ଡାର ମ୍ୟାଚ୍ -୨୦୨୬ ଟାଇଟଲ ବିଜୟୀ ପରେ ଅତିଥି ଭାବେ ଯୋଗଦେଇଥିବା ଉପଜିଲ୍ଲାପଳ ଶ୍ରୀ ରମେଶ କୁମାର ଜେନାଙ୍କ ସମେତ ଉତ୍କଳ ଆଲୁମିନା ୟୁନିଟ୍ ମୁଖ୍ୟ ଶ୍ରୀ ରବି ନାରାୟଣ ମିଶ୍ର, ଆଦିତ୍ୟ ରିଫାଇନେରି ପ୍ରକଳ୍ପ ମୁଖ୍ୟ ଶ୍ରୀ ମଝର୍ ବେଗଙ୍କ ଦ୍ଵାରା ବିଜୟୀ ଟିମକୁ ଟ୍ରଫି ଓ ମେଡାଲ ପ୍ରଦାନ କରାଯାଇଥିଲା। ସେହିପରି ରନର୍ଷଅପ୍ ଟିକିରି ରେଳବାଇ ଏକାଦଶ ଦଳକୁ ଡେପୁଟି କଲେକ୍ଟର ଶ୍ରୀ କୈଳାଶ ଚନ୍ଦ୍ର ସ୍ୱାଇଁଙ୍କ ସମେତ ଶ୍ରୀ ମିଶ୍ର ଓ ଶ୍ରୀ ବେଗଙ୍କ ଦ୍ଵାରା ଟ୍ରଫି ଓ ମେଡାଲ ପ୍ରଦାନ କରାଯାଇଥିଲା। ତେବେ ମ୍ୟାଚର ବିଭିନ୍ନ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଅନୁରୂପ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସମସ୍ତ ମ୍ୟାଚରେ ଶ୍ରେଷ୍ଠ ବୋଲର ଭାବେ ରମାକାନ୍ତଙ୍କୁ ସ୍ମାରକ ପ୍ରଦାନ କରାଯାଇଥିବାବେଳେ ଶ୍ରେଷ୍ଠ କ୍ୟଚ ନେଇଥିବାରୁ ସିକନ୍ଦର ଓ ୱିକେଟ୍ କିପିଂ ପାଇଁ ଶୁଭଙ୍କରଙ୍କ ସମେତ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ଏନ ସତପଥୀ, ମୋହନ, ଆକାଶଙ୍କୁ ସ୍ମାରକୀ ଓ ମେଡାଲ ପ୍ରଦାନ କରାଯାଇଥିଲା। ଉକ୍ତ ପ୍ରତିଯୋଗିତା ଲୋକ ସମ୍ପର୍କ ବିଭାଗ ତଥା କର୍ପୋରେଟ ଆଫେୟର ଜିଏମ୍ ପିତାମ୍ବର ବେହେରାଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିବା ବେଳେ ଆୟୋଜକ କମିଟିର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ।

ଏତତ୍ ବ୍ୟତୀତ ପ୍ରଶାସନ ବିଭାଗର ପ୍ରବନ୍ଧକ ଶ୍ରୀ ଭୋଜ ରାଜ୍ ଦାସ ସାଜସଜ୍ଜା ଓ ଉତ୍ତମ ଖାଦ୍ୟପେୟ ଯୋଗାଇଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ଅବସରରେ ଅନ୍ୟତମ ଅତିଥି ଭାବେ ସିଆରପିଏଫ୍ ଚତୁର୍ଥ ବାଟାଲିୟନ କମାଣ୍ଡାନ୍ଟ ଶ୍ରୀ ଫିରୋଜ୍ କୁଜରୁ, ଏଲ୍ଟି କମାଣ୍ଡାନ୍ଟ ଶ୍ରୀ ସଂଜୟ ରାଉତଙ୍କ ସମେତ ଦୋରାଗୁଡ଼ା ଥାନା ଅଧିକାରୀ କିରଣ ବାଳା ସାମଲ, ରିଜର୍ଭ ପୁଲିସ ଇନ୍ସପେକ୍ଟର କବିବର ଦେହୁରିଙ୍କ ସମେତ ଉତ୍କଳ ଆଲୁମିନା ଓ ଆଦିତ୍ୟ ରିଫାଇନେରୀର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

  • Related Posts

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଉଲ୍ଲେଖନୀୟ ସଫଳତା,ଯାହା ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଉଠିଛି।ପ୍ରଗତି ଡିଗ୍ରୀ କଲେଜର ଜଣେ ମେଧାବୀ ଛାତ୍ରୀ କୀର୍ତ୍ତିକା କାଡ୍ରାକା,ଯିଏକି ରାମନାଥ କାଡ୍ରାକାଙ୍କ କନ୍ୟା,ଆଇଆଇଟି ଜେଏଏମ୍ ୨୦୨୬…

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ରାୟଗଡ଼ା ଆଦିବାସୀ ମହାସଂଘ (ରାଆମ) ଦ୍ୱାରା ତାଡାମା ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଓ ଶାନ୍ତିଶୃଙ୍ଖଳାପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୧ ତାରିଖରେ ଆରମ୍ଭ ହୋଇ…

    Leave a Reply

    Your email address will not be published. Required fields are marked *

    You Missed

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    • By admin
    • April 13, 2026
    • 129 views
    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    • By admin
    • April 12, 2026
    • 20 views
    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    • By admin
    • April 10, 2026
    • 25 views
    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    • By admin
    • April 10, 2026
    • 59 views
    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    • By admin
    • April 7, 2026
    • 18 views
    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  

    • By admin
    • April 7, 2026
    • 14 views
    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  
    error: Content is protected !!