ଦୁଇ ନକଲି ନକ୍ସଲ୍ ଗିରଫ, ଗତ ୧୩ ତାରିଖରେ ଜିଲ୍ଳାର ତିନୋଟି ସ୍ଥାନରେ ଲାଗିଥିଲା ମାଓ ବ୍ୟାନର, ବିଭିନ୍ନ କମ୍ପାନୀ କୁ ଦିଆଯାଇଥିଲା ଧମକ। ରାୟଗଡାରୁ ଦୁଇ ନକଲି ମାଓବାଦୀ ଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ। ଏହି ଦୁଇଜଣ ହେଲେ ରାୟଗଡ଼ା ସହରର ୱେବ୍ ଚ୍ୟାନେଲ ସାମ୍ବାଦିକ ଅନୁବ୍ରତ ବାରାତ( ରଞ୍ଜୁ) ଓ ଅନ୍ୟଜଣେ କାଶୀପୁର ଥାନା କଞ୍ଜାମମାଣ୍ଡି ଗାଁର ବଲି ମାଝୀ ।


ବଳି ମାଝୀ ଏଥି ପୂର୍ବରୁ ନକ୍ସଲ ମାମଲା ରେ ଗିରଫ ହୋଇ ଜେଲ ଯାଇଥିଲେ। ମାଓ ପୋଷ୍ଟର ଲଗାଇ ଆତଙ୍କ ଖେଳାଇବା ଅଭିଯୋଗରେ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗତ ଦୁଇ ଦିନ ତଳେ ଜିଲ୍ଲାର ତିନୋଟି ସ୍ଥାନରେ ନକଲି ମାଓ ପୋଷ୍ଟର ଲଗାଯାଇଥିଲା। ଗିରଫ ଉଭୟ ଙ୍କୁ ଡାକ୍ତରୀ ମାଇନା କରାଯାଇଛି, ଏନେଇ ନେଇ ସୂଚନା ଡେଇଛନ୍ତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମୁଲ୍ୟ କୁମାର ଧର।








