ଶୀତ ବସ୍ତ୍ର ଓ ହନୁମାନ ଚାଳିଶା ବଣ୍ଟନ।

ରାୟଗଡ଼ ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଗାଡ଼ି ଶେଷ ଖାଲ ପଞ୍ଚାୟତ ଅନ୍ତର୍ଗତ ଭେଜା ଗ୍ରାମର ଅସହାୟ ବୃଦ୍ଧ ପିତାମାତାଙ୍କୁ ଶୀତବସ୍ତ୍ର ଅଣ ଆନୁଷ୍ଠାନିକ ଭାବେ ବଣ୍ଟନ କାର୍ଯ୍ୟକ୍ରମ କରାଯାଉଛି ଓ ଗ୍ରାମର ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ମଧ୍ୟରେ ହନୁମାନ ଚାଳିଶା ବଣ୍ଟନ କରାଯାଇଥିଲା ଓ ତାହାର ଉପାଦେୟତା ସମ୍ପର୍କରେ ଆଲୋଚନା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସମାଜ ସେବକ ତଥା ସେବା ନିବୃତ୍ତ ଶିକ୍ଷକ ଜୟଦେବ ସିଠଙ୍କ ଆଗ୍ରହ ମୁତାବକ କରାଯାଇଥିଲା। ଡଃ ରତି ରଞ୍ଜନ ଦାଶ ମହାଶୟଙ୍କ ଅକୁଣ୍ଠିତ ସହାୟତାରେ କାର୍ଯ୍ୟକ୍ରମ ଫଳପ୍ରଦ ହୋଇଥିଲା। ଗ୍ରାମର ଦାଶରଥି ଅଟକା,ସିଲୁ ଅଟକା,ଭରତ ଅଟକା, ଗାଁ ମେମ୍ବର ଇତ୍ୟାଦି ଗଣମାନ୍ଯ ବ୍ୟକ୍ତି ମାନଙ୍କ ସମ୍ପୂର୍ଣ୍ଣ ସହଯୋଗର ହାତ ବଢ଼ାଇଥିଲେ।ଶ୍ରସିଠଙ୍କ ଗାଁ ର ପ୍ରିୟ ଛାତ୍ର ଯିଏ କି ମାଆ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଭାଗର ଅଧିକାରୀ ଶ୍ରୀ ସୁରେଶ ପିଡିସିକାକୁ ମନେ ପକାଇ ଆଗତ ଆଶିଷ ପ୍ରଦାନ କରିଥିଲେ। ଗାଁ ସ୍କୁଲର ପ୍ରଧାନ ଶିକ୍ଷକ ସାମିୟା କୁଲୁସିକା ଆନ୍ତରିକ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ଶୁଭ ମନାସି ଥିଲେ। ଗ୍ରାମର ଉପସ୍ଥିତ ଗଣମାନ୍ଯଙ୍କ ଭଲ ପାଇବା ଓ ଭବିଷ୍ୟତରେ ଏପରି ଭବ୍ୟ କାର୍ଯ୍ୟକ୍ରମ ପାଇଁ ମନକଥା ଜଣାଇବା ସମୟରେ ନିଜର ଧର୍ମ, ସଂସ୍କୃତି , ପରମ୍ପରା, ଭାରତୀୟ ନୀତି ମାନିବା, ଅନ୍ଧବିଶ୍ୱାସକୁ ଦୂର କରିବା, ନିଜ ଦେବାଦେବୀଙ୍କୁ ପୂଜା କରିବା ,ଅନ୍ଯ ଧର୍ମକୁ ଗ୍ରହଣ ନକରିବା,ଗୋ ମାତାକୁ ସୁରକ୍ଷା ଦେବା,ଗଛ ଲଗାଇ ପରିବେଶ ସ୍ବଚ୍ଛ ରଖିବା ଇତ୍ୟାଦି ସମାଜ ହିତ ପାଇଁ କାର୍ଯ୍ୟ କରିବା ଆଲୋଚନା ପରେ ଜୟ ଶ୍ରୀରାମ ଓ ଭାରତମାତା କି ଜୟ ଧ୍ୱନି ମୁତାବକ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା।

  • Related Posts

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଉଲ୍ଲେଖନୀୟ ସଫଳତା,ଯାହା ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଉଠିଛି।ପ୍ରଗତି ଡିଗ୍ରୀ କଲେଜର ଜଣେ ମେଧାବୀ ଛାତ୍ରୀ କୀର୍ତ୍ତିକା କାଡ୍ରାକା,ଯିଏକି ରାମନାଥ କାଡ୍ରାକାଙ୍କ କନ୍ୟା,ଆଇଆଇଟି ଜେଏଏମ୍ ୨୦୨୬…

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ରାୟଗଡ଼ା ଆଦିବାସୀ ମହାସଂଘ (ରାଆମ) ଦ୍ୱାରା ତାଡାମା ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଓ ଶାନ୍ତିଶୃଙ୍ଖଳାପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୧ ତାରିଖରେ ଆରମ୍ଭ ହୋଇ…

    Leave a Reply

    Your email address will not be published. Required fields are marked *

    You Missed

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    • By admin
    • April 13, 2026
    • 132 views
    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    • By admin
    • April 12, 2026
    • 21 views
    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    • By admin
    • April 10, 2026
    • 29 views
    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    • By admin
    • April 10, 2026
    • 60 views
    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    • By admin
    • April 7, 2026
    • 20 views
    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  

    • By admin
    • April 7, 2026
    • 15 views
    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  
    error: Content is protected !!