ରାୟଗଡାରେ ସଂସ୍କୃତ ଶିକ୍ଷକଙ୍କ ଆତ୍ମହତ୍ୟା, ରେଲ ଲାଇନ୍ ପାଖରେ ମିଳିଲା ସୁଇସାଇଡ୍ ନୋଟ୍।

ରାୟଗଡା ସହରରେ ଏକ ଦୁଃଖଦ ଘଟଣା ଘଟିଛି। ପଞ୍ଚାନନ ଚୌଧୁରୀ (ବୟସ୍ ପ୍ରାୟ ୫୫ ବର୍ଷ), ଯିଏ କି ଜେମାଦେଇପେଣ୍ଟ ଅଞ୍ଚଳର କଳିଙ୍ଗା ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ, ସେ ଆତ୍ମହତ୍ୟା କରିଥିବା ଖବର ପ୍ରକାଶ ପାଇଛି।ସୂଚନା ଅନୁସାରେ, ପ୍ରତିଦିନର ଭଳି ଆଜି ସକାଳେ ସେ ଘରୁ ବାହାରି ସ୍କୁଲକୁ ଯାଇଥିଲେ ଏବଂ ସ୍କୁଲ ପ୍ରାଙ୍ଗଣରେ ନିଜ ବାଇକ୍ ରଖିଥିଲେ। ତା’ପରେ ସେ ନିକଟସ୍ଥ ରେଲୱେ ଲେଭେଲ କ୍ରସିଂ ନିକଟକୁ ଯାଇଥିବା କୁହାଯାଉଛି। ସେଠାରେ ରେଲ ଲାଇନ୍ ପାଖରେ ଏକ ସୁଇସାଇଡ୍ ନୋଟ୍ ରଖି, ତା’ପରେ ଏକ ଛୋଟ ପଥର ଓ ନିଜର ପଢ଼ା ଚସ୍ମା ରଖିଥିବା ଦେଖାଯାଇଛି। ପରେ ସେ ଚାଲୁଥିବା ଟ୍ରେନ୍ ଆଗରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ଘଟଣା ସମ୍ପର୍କରେ ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ ଏବଂ ସୁଇସାଇଡ୍ ନୋଟ୍ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନଥିବା ବେଳେ, ପୁଲିସ ଏହାର ସବିଶେଷ ତଦନ୍ତ କରୁଛି।

ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଛାଇଯାଇଛି। ସ୍କୁଲ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଏହି ଖବରରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

  • Related Posts

    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    ରାୟଗଡା ଜିଲ୍ଲା ଆଦିବାସୀ ସମାଜ ପକ୍ଷରୁ ହୋଟେଲ ତେଜସ୍ଵୀନୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା।ଏହି ବୈଠକରେ ଜିଲ୍ଲାର ମାନ୍ୟଗଣ୍ୟ ଓ ସର୍ବଦଳୀୟ ବ୍ୟକ୍ତିମାନେ ଉପସ୍ଥିତ ରହି ସିଜିମାଳୀ ଅଞ୍ଚଳରେ ନୀରିହ ଆଦିବାସୀମାନଙ୍କ ଉପରେ ଘଟୁଥିବା ଅନ୍ୟାୟ ଓ ଅତ୍ୟାଚାର ସମ୍ପର୍କରେ…

    ମାନବତାର ଉଦାହରଣ ସାଜିଲେ ବଜରଙ୍ଗ ଦଳ ଓ ସ୍ୱର୍ଗଧାମ ସେବା ସମିତି ।

    ରାୟଗଡା : ଉତ୍ତର ପ୍ରଦେଶର କାନପୁର ଅଞ୍ଚଳର ରାଜୁ ବକୁମାର (ବୟସ–୩୮) ରାୟଗଡା ଜଗନ୍ନାଥ ମନ୍ଦିର ସାହିରେ ବସବାସ କରୁଥିଲେ। ସେ ରାୟଗଡା ସହରରେ ଆଇସକ୍ରିମ୍ ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିଲେ। ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ତାଙ୍କର ଦେହାନ୍ତ…

    Leave a Reply

    Your email address will not be published. Required fields are marked *

    You Missed

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    • By admin
    • April 13, 2026
    • 129 views
    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    • By admin
    • April 12, 2026
    • 20 views
    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    • By admin
    • April 10, 2026
    • 25 views
    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    • By admin
    • April 10, 2026
    • 59 views
    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    • By admin
    • April 7, 2026
    • 18 views
    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  

    • By admin
    • April 7, 2026
    • 14 views
    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  
    error: Content is protected !!