ରାୟଗଡା ଜିଲ୍ଲାରେ ଉଗାଦି ଉତ୍ସବ ପାଇଁ ଜମୁଛି ପ୍ରସ୍ତୁତି। ଉତ୍କଳ ତେଲୁଗୁ ସମଖ୍ୟା ଉଗାଦି ଉତ୍ସବ କମିଟି ପକ୍ଷରୁ ଆରମ୍ଭ ହୋଇଛି ଭୂମିପୂଜା ଓ ଶୁଭ ଖୁଣ୍ଟ ସ୍ଥାପନ।୨୦୨୬ ମସିହା ଉଗାଦି ଉତ୍ସବକୁ ଅଧିକ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ରାୟଗଡା ଜେ.କେ. ରୋଡ୍ କୋଲିଗୁଡା ଅଞ୍ଚଳରେ ଏକ ଶୁଭ ମୁହୂର୍ତ୍ତରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ଏଲ୍ଲା କୋଣ୍ଡବାବୁଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ତେଲୁଗୁ ଭାଷୀ ଭାଇ ଓ ଭଉଣୀମାନେ ଏକତ୍ରିତ ହୋଇଥିଲେ।

ଏହି ଅବସରରେ ମହିଳାମାନଙ୍କର ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା। ଅଧ୍ୟକ୍ଷ କୋଣ୍ଡବାବୁ ସମସ୍ତଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ଚଳିତ ବର୍ଷର ଉତ୍ସବକୁ ଗତ ବର୍ଷ ଅପେକ୍ଷା ଆହୁରି ଧୁମଧାମରେ ପାଳନ କରାଯିବ। ଏହି ଭାଇଚାରାର ଉତ୍ସବରେ ମହିଳାମାନଙ୍କର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ସେ ମତ ପ୍ରକାଶ କରିଛନ୍ତି।ଏହି ଶୁଭ କାର୍ଯ୍ୟକ୍ରମରେ ବିଭିନ୍ନ ତେଲୁଗୁ ସଂଘର ପ୍ରତିନିଧିଙ୍କ ସମେତ ସ୍ଥାନୀୟ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ଉତ୍ସବର ସଫଳତା ପାଇଁ ଶୁଭକାମନା ଜଣାଇଥିଲେ।








