
ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା । ସୂଚନା ମୁତାବକ ଚାଟିକଣାସ୍ଥିତ ପୁରୁଣା ଷ୍ଟେସନ୍ ସାହିର ପୁରୁଷୋତ୍ତମ ଗନ୍ତାୟତଙ୍କ ପୁଅ ଋଷି ଗନ୍ତାୟତ ସାତ ବର୍ଷର ଶିଶୁକୁ କେହି ଜଣେ ଅପହରଣ କରି ନେଇଥିଲା। ପରେ ପୁରୁଷୋତ୍ତମଙ୍କ ସଂପର୍କୀୟଙ୍କୁ ଏକ ଅଜଣା ନମ୍ବରରୁ ମେସେଜ୍ ଆସିଥିଲା ଯେ ତିନି ଲକ୍ଷ୍ଯ ପଚାସ୍ ହଜାର ଟଙ୍କା ଦେଲେ ଋଷିକୁ ପାଇବ ବୋଲି ଧମକ ଦେଇଥିଲା ଏ ସଂପର୍କରେ ପୁଲିସକୁ କିମ୍ବା କାହାକୁ ଜଣାଇଲେ ସ୍ଥିତି ଖରାପ ହେବ ବୋଲି ଧମକ ଦିଆଯାଇଥିଲେ| ପରିବାର ଲୋକ ଓ ସମ୍ପର୍କୀୟ ଆଜି ଦିନସାରା ଖୋଜାଖୋଜି କରିଥିଲେ ମଧ୍ୟ ଋଷିର ପତ୍ତା ପାଇ ନଥିଲେ । ବିଳମ୍ବିତ ରାତ୍ରିରେ ଋଷିର ମୃତଦେହ ଏକ ବସ୍ତାରେ ବନ୍ଧାଯାଇ ଘର ପଛପଟେ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ବିଷମକଟକ ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ କରିଛି। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତକରାଯିବ ବୋଲି ବିଷମକଟକଥାନା ଆଇଆଇସି ସମର୍ପିତା ସ୍ବାଇଁ କହିଛନ୍ତି।ଏପଟେ ପରିବାରଲୋକେ ନ୍ୟାୟ ପାଇଁ ପ୍ରସାସନ ପାଖରେ ଦାବି କରିଛନ୍ତି








