ଭାରତୀୟ ମଜଦୂର ସଂଘ ବ୍ଲକ ସମ୍ମିଳନୀରେ  ନୂତନ କାର୍ଯ୍ୟକାରୀ କମିଟି ଗଠିତ।

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ସ୍ଥିତ ଦେବୀ କାନ୍ୟକା ପରମେଶ୍ୱରୀ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ମୁନିଗୁଡ଼ା ବ୍ଲକ ବିଏମଏସ ନୂତନ କାର୍ଯ୍ୟକାରି କମିଟି ରାଜ୍ୟ ଓ ଜିଲ୍ଲା ପଦାଧିକାରୀ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି।ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ସମୟରେ ଭାରତୀୟ ମଜଦୂର ସଂଘର ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆରଏସଏସର ଜିଲ୍ଲା କୁଟୁମ୍ବ ପ୍ରାବଧାନ ପ୍ରମୁଖ ରାମକୃଷ୍ଣ ପାଣିଗ୍ରାହୀ,ମୁଖ୍ୟବକ୍ତା ବିଏମଏସ ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ,ଅନ୍ୟତମ ବକ୍ତା ବରିଷ୍ଠ ସାମ୍ବାଦିକ ତଥା ସଂଘର ପ୍ରାକ୍ତନ ଜିଲ୍ଲା ପ୍ରଚାର ପ୍ରମୁଖ ମନୋରଞ୍ଜନ ଦଳାଇ,ସମ୍ମାନିତ ଅତିଥି ବିଏମଏସ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ,ଉପ ସଭାପତି ଦୁର୍ଗା ମାଧବ ଘୋଷ,ଶ୍ରମିକ ନେତା ନିରଞ୍ଜନ ସେନାପତି,ଗୀତାଞ୍ଜଳି ହିଆଲ,ତମାଲ ସାହୁକାର,ଅଙ୍ଗନୱାଡ଼ି କର୍ମୀ ବ୍ଲକ ସଭାପତି ଜ୍ୟୋତ୍ସ୍ନାରାଣୀ ସାହୁ,ମହିଳା ସଂଗଠିକା ଅମ୍ବିକା ନାୟକ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ରୂପେ ମା”ଭାରତୀ,ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବିଏମଏସ ପ୍ରତିଷ୍ଠାତା ପରମ ପୂଜନୀୟ ଦନ୍ତୋପନ୍ତ ଠେଙ୍ଗେଡେଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ବ୍ଲକ ସଂଘ ତରଫରୁ ଅତିଥି ତଥା ନିମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ଦେଇ ସମ୍ମାନିତ କରାଯାଇଥିଲା।

ଅତିଥି ପରିଚୟ ପରେ ମଞ୍ଚର ସଭାପତି ଆଜିର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ନୂତନ କମିଟି ଗଠନ ଉପରେ ଆଲୋକପାତ କରିଥିଲେ।ପରେ ଅତିଥିମାନେ ଭାରତୀୟ ମଜଦୂର ସଂଘର ସ୍ୱର୍ଣୀମ ଇତିହାସ,ବିଚାରଧାରା,ବଳିଷ୍ଠ ପୃଷ୍ଠଭୂମି,ସୁଚିନ୍ତିତ କାର୍ଯ୍ୟଧାରା,ରାଷ୍ଟ୍ରୀୟ ଭାବନା,ଔଦ୍ୟୋଗିକ ଏବଂ ଶ୍ରମିକ ହିତ ନୀତି ଉପରେ ଆଲୋକପାତ କରିବା ସହ ଏକ ଶୃଙ୍ଖଳିତ,ପରିଶ୍ରମୀ ଓ ରାଷ୍ଟ୍ରଵାଦୀ ଶ୍ରମିକ ମାନଙ୍କ ଦିବ୍ୟ ଭାବନା, ପରମ କର୍ତ୍ତବ୍ୟ ଓ ସ୍ଵ ଅଧିକାର ଉପରେ କହିଥିଲେ।

ପରେ ଆଶା,ଅଙ୍ଗନ୍ ୱାଡ଼ି,ପାଚିକା,ସିଆର୍ପି,ସ୍ୱାବଲମ୍ବୀ କାରିଗରୀ ସଂଘ,ନିର୍ମାଣ ଶ୍ରମିକ,ବିଶ୍ଵକର୍ମା ମଜଦୂର ସଂଘ,କୁଲି ମଜଦୂର,ବନଦୂର୍ଗା ଶ୍ରମିକ ସଂଘ,ସ୍ୱାସ୍ଥ୍ୟ ବିଭାଗ ଅସ୍ଥାୟୀ କର୍ମଚାରୀ ସଂଘର ପଦାଧିକାରୀ,ଗଣମାଧ୍ୟମ ପ୍ରତିନିଧି,ରାଷ୍ଟ୍ରଵାଦୀ ଯୁବକ ମାନଙ୍କୁ ସମ୍ମାନିତ କରାଯାଇଥିଲା।ଶେଷରେ ସର୍ବସମ୍ମତି କ୍ରମେ ସାମାଜିକ କର୍ମୀ ତଥା ମୁନିଗୁଡ଼ା ବ୍ଲକର ଲଢ଼ୁଆ ଶ୍ରମିକ ନେତା କ୍ଷମାସାଗର ଦାସଙ୍କ ବ୍ଲକ ସଭାପତି,ଉପ ସଭାପତି ଅନି ମହାନ୍ତି ଓ ସୁରେନ୍ଦ୍ର ଗୌଡ଼,ସମ୍ପାଦକ ସିମାଞ୍ଚଲ ମିଶ୍ର,ସହ ସମ୍ପାଦକ ସମଲେଶ୍ଵରୀ ସେନାପତି,ମାମିନା ପଲକିୟା        ଓ କୋଷାଧ୍ୟକ୍ଷ ଭାବେ ସୁନିତା ମିଶ୍ରଙ୍କ ସହ ସାତ ଜଣ କାର୍ଯ୍ୟକାରୀ ସଦସ୍ୟଙ୍କୁ ମନୋନୀତ କରାଯାଇଥିଲା।ଉପସ୍ଥିତ ଶ୍ରମିକ ନେତାମାନେ ନୂତନ କାର୍ଯ୍ୟକାରିଣୀ ମଣ୍ଡଳୀଙ୍କୁ ଉଷ୍ପଗୁଛ,ଅଙ୍ଗବସ୍ତ୍ର ଦେଇ ସ୍ବାଗତ ଜଣାଇଥିଲେ।

ନୂତନ ସଭାପତି କ୍ଷମା ଦାସ ସଭାପତିତ୍ବ ଅଭିଭାଷଣରେ କହିଥିଲେ ସଭିଙ୍କ ସହଯୋଗରେ ରାଷ୍ଟ୍ର ହିତ,ଔଦ୍ୟୋଗିକ ହିତ ଓ ଶ୍ରମିକ ହିତ ପାଇଁ ସଂଗ୍ରାମ କରିବେ।ପ୍ରତ୍ୟେକ ଶ୍ରମିକ ଆଜିଠାରୁ ତାଙ୍କ ପରିବାର ସଦସ୍ୟ ଏଣୁ ପ୍ରତ୍ୟେକ କ୍ଷେତ୍ରରେ ସେ ସେମାନଙ୍କ ସହିତ ଉପସ୍ଥିତ ରହିବେ ବୋଲି କହିଥିଲେ।ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

  • Related Posts

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ନାରାୟଣପୁର ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଉଲ୍ଲେଖନୀୟ ସଫଳତା,ଯାହା ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ହୋଇଉଠିଛି।ପ୍ରଗତି ଡିଗ୍ରୀ କଲେଜର ଜଣେ ମେଧାବୀ ଛାତ୍ରୀ କୀର୍ତ୍ତିକା କାଡ୍ରାକା,ଯିଏକି ରାମନାଥ କାଡ୍ରାକାଙ୍କ କନ୍ୟା,ଆଇଆଇଟି ଜେଏଏମ୍ ୨୦୨୬…

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ରାୟଗଡ଼ା ଆଦିବାସୀ ମହାସଂଘ (ରାଆମ) ଦ୍ୱାରା ତାଡାମା ଗ୍ରାମ ପଞ୍ଚାୟତରେ ଆୟୋଜିତ ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଓ ଶାନ୍ତିଶୃଙ୍ଖଳାପୂର୍ଣ୍ଣ ଭାବେ ସମାପ୍ତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୨୧ ତାରିଖରେ ଆରମ୍ଭ ହୋଇ…

    Leave a Reply

    Your email address will not be published. Required fields are marked *

    You Missed

    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    • By admin
    • April 13, 2026
    • 129 views
    ଶିରିପୁରର ଗର୍ବ – କୀର୍ତ୍ତିକାଙ୍କ ବଡ଼ ସଫଳତା!”

    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    • By admin
    • April 12, 2026
    • 20 views
    ସ୍ୱର୍ଗତ ସୁରେନ୍ଦ୍ର ମେଲାକାଙ୍କ ସ୍ମୃତିରେ ରାତ୍ରୀକାଳୀନ ଭଲିବଲ୍ ଟୁର୍ଣ୍ଣାମେଣ୍ଟ

    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    • By admin
    • April 10, 2026
    • 25 views
    ଘଟଣାସ୍ଥଳକୁ  ବି.ଜେ.ଡି ଟିମ୍ – ତଦନ୍ତ ଆରମ୍ଭ”

    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    • By admin
    • April 10, 2026
    • 59 views
    ସିଜିମାଳୀରେ ଆଦିବାସୀଙ୍କ ଉପରେ ଅତ୍ୟାଚାର! ଆଦିବାସୀ ସମାଜ ପକ୍ଷରୁ ରାୟଗଡ଼ାରେ ଜରୁରୀ ବୈଠକ

    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    • By admin
    • April 7, 2026
    • 19 views
    କାଳବୈଶାଖୀ ତାଣ୍ଡବ ରେ ଘର ଭାଙ୍ଗି ଭୟଙ୍କର କ୍ଷୟକ୍ଷତି।

    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  

    • By admin
    • April 7, 2026
    • 14 views
    ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ  
    error: Content is protected !!