ରାୟଗଡା: ରାୟଗଡା ଜିଲ୍ଲାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ (SDC) ରେ ନୂତନ ନେତୃତ୍ୱ ଘୋଷଣା ହୋଇଛି। ପରିଷଦର ଅଧ୍ୟକ୍ଷ ଭାବେ ଶ୍ରୀ ବିଦ୍ୟାଧର ଶବର ଓ ଉପାଧ୍ୟକ୍ଷ ଭାବେ ଶ୍ରୀମତୀ ମଞ୍ଜୁଳା ମିଣିଆକାଙ୍କୁ ଚୟନ କରାଯାଇଛି।ଏହି ନିଯୋଗକୁ ନେଇ ଜିଲ୍ଲାର ବିଭିନ୍ନ ମହଲରେ ଖୁସିର ଲହରୀ ଦେଖିବାକୁ ମିଳିଛି। ସମାଜର ନେତାମାନେ ଓ ସ୍ଥାନୀୟ ଲୋକେ ଉଭୟ ନୂତନ ପଦାଧିକାରୀଙ୍କୁ ଢେର୍ ସାରା ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

ନୂତନ ନେତୃତ୍ୱ ନେଇ ଆଶା କରାଯାଉଛି ଯେ, ରାୟଗଡା ଜିଲ୍ଲାର ଆଦିବାସୀ ଭାଇଭଉଣୀମାନଙ୍କର ସମଗ୍ର ଉନ୍ନତି, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଓ ପ୍ରଚାରରେ ନୂତନ ଦିଗ ମିଳିବ।ଶ୍ରୀ ବିଦ୍ୟାଧର ଶବର ଓ ଶ୍ରୀମତୀ ମଞ୍ଜୁଳା ମିଣିଆକାଙ୍କ ନେତୃତ୍ୱରେ ପରିଷଦ ଆହୁରି ସକ୍ରିୟ ଓ ଲୋକାଭିମୁଖୀ ହେବ ବୋଲି ଜନସାଧାରଣ ଆଶା ବ୍ୟକ୍ତ କରିଛନ୍ତି।









